ETV Bharat / state

ଜାଗା ମିଶନ ଯୋଜନାରେ ବଲାଙ୍ଗୀରର 24 ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ

author img

By

Published : Aug 18, 2022, 7:41 AM IST

ବଲାଙ୍ଗୀର ସହର ସୁଦପଡ଼ା ଠାରେ ଥିବା କୁଷ୍ଠାଶ୍ରମର ଅଧିବାସୀଙ୍କୁ ପୌର ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ଜମି ପଟ୍ଟା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଜାଗା ମିଶନ ଯୋଜନାରେ ବଲାଙ୍ଗୀରରେ 24ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ

ବଲାଙ୍ଗୀର: ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ବଲାଙ୍ଗୀରର ଗରିବ ଭୂମିହୀନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର ସହର ସୁଦପଡ଼ା ଠାରେ ଥିବା କୁଷ୍ଠାଶ୍ରମର ୨୪ଜଣ ଅଧିବାସୀଙ୍କୁ ପୌର ପରିଷଦ ପକ୍ଷରୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଦୀର୍ଘ 50 ବର୍ଷ ହେବ କୁଷ୍ଠା ଶ୍ରମରେ ଏଠାକାର ପରିତ୍ୟକ୍ତ ଓ ଅତି ଶୋଚନୀୟ ଅବସ୍ଥାରେ ରହି ଆସୁଥିଲେ । ତେବେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ଏମାନଙ୍କ ବସ୍ତିକୁ ଆଦର୍ଶ କଲୋନୀ ଭାବରେ ଗଢି ତୋଳିବାକୁ ପ୍ରୟାସ ଆରମ୍ଭ କରାଯାଇଛି । ବୁଧବାର ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ଅଧିବାସୀ ଜମିପଟ୍ଟା ପାଇ ଖୁସିବ୍ୟକ୍ତ କରିଛନ୍ତି ।

ବଲାଙ୍ଗୀର ସହର କ୍ରମଶଃ ବଢ଼ି ଚାଲିଥିବା ବେଳେ ଜମି ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ଯାହାଫଳରେ ସହର ମଧ୍ୟରେ 50 ବର୍ଷ ପୂର୍ବରୁ ଗଢି ଉଠି ଥିବା ବସ୍ତି ଲୋକଙ୍କ ପାଇଁ ଭଲ ଜମି ଓ ଘର ଖଣ୍ଡିଏ ସ୍ବପ୍ନ ହୋଇ ରହିଥିଲା । ହେଲେ ବଲାଙ୍ଗୀର ପ୍ରଶାସନ ଓ ପୌର ପରିଷଦର ମିଳିତ ଉଦ୍ୟମରେ ସରକାରଙ୍କ ଜାଗା ମିଶନ ଦ୍ବାରା ଗରିବ ଭୂମିହୀନଙ୍କୁ ଜମି ଯୋଗାଇବା ନିମନ୍ତେ ପ୍ରୟାସ କରାଯାଇଥିଲା ।

ବଲାଙ୍ଗୀର ସହର ମଧ୍ୟରେ ଥିବା 11ଟି ବସ୍ତିକୁ ଆଦର୍ଶ କଲୋନୀ ଭାବରେ ଗଢିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କୁଷ୍ଠାଶ୍ରମର 24ଜଣ ହିତାଧିକାରୀଙ୍କୁ ଘର ପଟ୍ଟା ପ୍ରଦାନ କରାଯାଇଛି । ସେହିପରି ଆଗକୁ ଏହି ବସ୍ତିରେ ରାସ୍ତା, ବିଜୁଳି, ପିଇବା ପାଣି ଭଳି ଉନ୍ନତି ମୂଳକ କାମ ବର୍ଷେ ମଧ୍ୟରେ ସରିବ ବୋଲି ପୌର ପରିଷଦର ଅଧ୍ୟକ୍ଷା ଲୀଳା ସାହୁ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଲା ରେଡ୍ଡୀ କହିଛନ୍ତି। ସରକାରଙ୍କ ଯାଗା ମିଶନ ଯୋଜନାରେ ଗରିବ ଭୂମିହୀନ ଉପକୃତ ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁଷ୍ଠାଶ୍ରମ ଅଧିବାସୀ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.