ETV Bharat / state

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ! ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ଧାରଣା - patnagarh MLA saroj meher

ପାଟଣାଗଡ଼ ବିଧାୟକ ସରୋଜ ମେହେର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଧାରଣା ଦିଆଯାଇଛି। ଆଲୋଚନା ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି ସାମ୍ବାଦିକ ସଂଘ । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ
author img

By

Published : Jul 15, 2023, 4:41 PM IST

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବଲାଙ୍ଗୀର: ପାଟଣାଗଡ଼ ବିଧାୟକ ସରୋଜ ମେହେର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହାର ପ୍ରତିବାଦରେ ସାମ୍ବାଦିକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ଏନେଇ ପ୍ରତିବାଦ କରି ସାମ୍ବାଦିକମାନେ ଧାରଣାରେ ବସିଛନ୍ତି। ତେବେ ଶୁକ୍ରବାର ପାଟଣାଗଡ଼ ବିଧାୟକ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଖପ୍ରାଖୋଲ ବୈଠକରେ ଦୁର୍ବ୍ୟବହାର କରିବା ସହ ବୈଠକ ସ୍ଥାନରୁ ତଡି ଦେଇଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ଆଜି ପାଟଣାଗଡ଼ ପ୍ରେସ କ୍ଲବ ଏହାକୁ ନେଇ ଖପ୍ରାଖୋଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ପାଟଣାଗଡ଼ ଓ ଖପ୍ରାଖୋଲର ସାମ୍ବାଦିକମାନେ ସାମିଲ ହୋଇଛନ୍ତି।

ତେବେ ଅଭିଯୋଗ ଅନୁସାରେ ଗତକାଲି ଖପ୍ରାଖୋଲ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହାର ଖବର ସଂଗ୍ରହ କରିବା ପାଇଁ ଖପ୍ରାଖୋଲ ସାମ୍ବାଦିକ ଓ ପାଟଣାଗଡ଼ ସାମ୍ବାଦିକ ସେଠାକୁ ଯାଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ସିଧାସଳଖ ସାମ୍ବାଦିକମାନଙ୍କୁ ବୈଠକ ସ୍ଥାନରୁ ବାହାରି ଯିବାକୁ କହିଥିଲେ। ଖାଲି ସେତିକି ନୁହେଁ, ସେଠାରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିବାର ପାଟଣାଗଡ଼ ସାମ୍ବାଦିକ ଅଭିନାଶ ବିଶ୍ୱାଳ ଅଭିଯୋଗ କରିଛନ୍ତି। ଯେପର୍ଯ୍ୟନ୍ତ ବିଧାୟକ ତାଙ୍କ ସହ ଆଲୋଚନା ନ କରିଛନ୍ତି, ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ସେପଟେ ଶୁକ୍ରବାରର ଏହି ବୈଠକରେ ବିଧାୟକ ସରୋଜ ମେହେର ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିବାବେଳେ ସମସ୍ତ ସମିତି ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ଏହି ବୈଠକରେ ବିଭିନ୍ନ ବିଷୟକୁ ନେଇ ଖୁବ ହଟ୍ଟଗୋଳ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସେହିପରି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହ ଦେଓଙ୍କ ନାଁରେ ମଧ୍ୟ ବିଧାୟକ ସରୋଜ ମେହେର ଆପତ୍ତି ଜନକ ଭାଷା ବ୍ୟବହାର କରିଥିବାର ଅଭିଯୋଗ ଆସିଥିଲା। ଯାହାକୁ ନେଇ ସାଂସଦଙ୍କ ପ୍ରତିନିଧି ପ୍ରବୀଣ କୁମାର ଅଗ୍ରୱାଲ ଓ ସମିତି ସଭ୍ୟ ଉପେନ୍ଦ୍ର ଭୋଇ ଖପ୍ରାଖୋଲ ଥାନରେ ବିଧାୟକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକ ସରୋଜ ମେହେରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ବିଡ଼ିଓଙ୍କ ବିରୋଧରେ କଂଗ୍ରେସର ରଣହୁଙ୍କାର, ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ

ସେପଟେ ଏହି ସବୁ ଅଭିଯୋଗକୁ ନେଇ ବିଧାୟକ ସରୋଜ ମେହେରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ହେଲେ ବିଧାୟକଙ୍କ ଏଭଳି ଆଚରଣକୁ ସାମ୍ବାଦିକମାନେ ତୀବ୍ର ବିରୋଧ କରିଛନ୍ତି। ଖପ୍ରାଖୋଲ ବୈଠକରେ ଦୁର୍ବ୍ୟବହାର କରିବା ସହ କଭରେଜ ପାଇଁ ନଛାଡିବାକୁ ନିନ୍ଦା କରି ଧାରଣା ଦିଆଯାଇଛି। ବିଧାୟକଙ୍କ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି ସାମ୍ବାଦିକ ସଂଘ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.