ବଲାଙ୍ଗୀର: ରେଡ ଜୋନରେ ସ୍ଥାନ ପାଇଥିବା ବଲାଙ୍ଗୀର ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ । ନିୟମକୁ କଡାକଡି ଭାବେ ପାଳନ କରିଛି ପୋଲିସ ପ୍ରଶାସନ। ଲୋକଙ୍କ ସମର୍ଥନ ମଧ୍ୟ ଦେଖିବାକୁ ମିଳିଥିଲା ।
ଜିଲ୍ଲାରେ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜରୁରୀ ବ୍ୟବସ୍ଥା ଓ ସାମଗ୍ରୀ ପାଇଁ ସୁବିଧା ଦିଆଯାଇଛି । ସେପଟେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସେହିପରି ଅମାନିଆଙ୍କ ବିରୋଧରେ ପୋଲିସ କଡା ପଦକ୍ଷେପ ନିଆଯାଉଥିବା ପୋଲିସ କହିଛି । ବର୍ତ୍ତମାନ କୋରୋନାକୁ ରୋକିବାକୁ ଏହା ଗୋଟିଏ ମାତ୍ର ମାଧ୍ୟମ ହୋଇଥିବାରୁ ଲୋକେ ଏଥିରେ ସମ୍ପର୍ଣ୍ଣ ସହଯୋଗ କରିଥିଲେ ।
ବଲାଙ୍ଗୀରରୁ ଏସ୍.କେ ମହମ୍ମଦ ୱାହିଦ, ଇଟିଭି ଭାରତ