ETV Bharat / state

ବଲାଙ୍ଗୀର ପାଇଁ ଚିନ୍ତା ବଢାଇଲା ଏଡସ୍‌, ରାଜ୍ୟର ଦ୍ବିତୀୟ ସ୍ଥାନରେ ଜିଲ୍ଲା - ବଲାଙ୍ଗୀର ଖବର

ବଲାଙ୍ଗୀରରେ ବଢୁଛି ଏଚଆଇଭି ଏଡସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି ବଲାଙ୍ଗୀର । ସଚେତନତା ପାଇଁ ନିଆଯାଉଛି ପଦକ୍ଷେପ । ଅଧିକ ପଢନ୍ତୁ

ଏଡସ୍  ସଚେତନତା କାର୍ଯ୍ୟକ୍ରମ
ଏଡସ୍ ସଚେତନତା କାର୍ଯ୍ୟକ୍ରମ
author img

By ETV Bharat Odisha Team

Published : Dec 2, 2023, 12:54 PM IST

ବଲାଙ୍ଗୀରରେ ବଢୁଛି ଏଚଆଇଭି ଏଡସ ଆକ୍ରାନ୍ତଙ୍କ ସଂଖ୍ୟା

ବଲାଙ୍ଗୀର: ଜିଲ୍ଲାରେ ଚିନ୍ତାର କାରଣ ପାଲଟିଛି ଏଚଆଇଭି ଏଡସ । ଏଚଆଇଭି ଏଡ଼ସ ସଂକ୍ରମିତ ସଂଖ୍ୟାରେ ରାଜ୍ୟର ଦ୍ଵିତୀୟ ଜିଲ୍ଲା ଭାବେ କାଟାଗୋରୀ ଏ ଶ୍ରେଣୀରେ ରହିଛି ବଲାଙ୍ଗୀର । ବର୍ତ୍ତମାନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 1,921ରେ ପହଞ୍ଚିଥିବା ବେଳେ ଏହି ମାରାତ୍ମକ ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ ହୋଇପଡିଛି ।

ତେବେ ରାଜ୍ୟରେ ବଢିବାରେ ଲାଗିଛି ଏଚଆଇଭି ଏଡସ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାରେ ବଲାଂଗୀର ଜିଲ୍ଲା ଦ୍ଵିତୀୟରେ ରହିଛି । ବିଶେଷ କରି ଏହି ଜିଲ୍ଲା ଦାଦନ ପ୍ରବଣ ହୋଇଥିବାରୁ ଏଥିରେ ଲୋକେ ବାହାର ରାଜ୍ୟକୁ ନେଇ ସଂକ୍ରମିତ ହୋଇ ଫେରୁଛନ୍ତି । ଯେଉଁଥିପାଇଁ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ।

ତେବେ ଜିଲ୍ଲାର ଆଜି ଯାଏଁ ସଂକ୍ରମିତ ସଂଖ୍ୟା 1921ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରେ 526 ଜଣ ମହିଳା ଓ 1292 ଜଣ ପୁରୁଷ ରହିଛନ୍ତିି । ସେହିପରି ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା 103 ରହିଛି । ଏଥିରେ ଏଯାଏଁ 356 ଜଣଙ୍କ ମୃତ୍ୟୁ ହୋଇ ସାରିଛି । ସେହିପରି ବଲାଙ୍ଗୀର ଜିଲ୍ଲାର 14ଟି ବ୍ଲକରୁ କେବଳ ବଲାଙ୍ଗୀର ବ୍ଲକରେ ଏଯାଏଁ ସର୍ବାଧିକ 441 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛି ଟିଟିଲାଗଡ଼ । ଟିଟିଲାଗଡରେ 358 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ପଟଣାଗଡ 261 ଜଣ, ତୁରେକେଲା 171 ଜଣ ଚିହ୍ନଟ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସମ୍ବଲପୁରରେ ବଢୁଛି ଏଡସ୍‌ ରୋଗୀଙ୍କ ସଂଖ୍ୟା, ସଚେତନତା ଜରୁରୀ

ସେହିପରି ପୁଇଁତଲାରେ 100 ଜଣ ଓ ଅନ୍ୟ ବ୍ଲକ ମାନଙ୍କରେ ସଂଖ୍ୟା 50 ଉପରେ ରହିଛି । ତେବେ ଜନ୍ମରୁ ଏଚଆଇଭି ଆକ୍ରାନ୍ତ ଥିବା ସଂଖ୍ୟା ଜିଲ୍ଲାରେ 156 ରହିଛି । ସେହିପରି ଶିଶୁଙ୍କ ସଂଖ୍ୟା 103 ଥିବା ବେଳେ ପୁରୁଷ ପୁରୁଷ ସହ ସମ୍ପର୍କ କିମ୍ବା କିନ୍ନରଙ୍କ ଆକ୍ରାନ୍ତ ସଂଖ୍ୟା 157 ରହିଛି । ଏହାଛଡା ମହିଳା ରୂପଜୀବୀ ଆକ୍ରାନ୍ତ ସଂଖ୍ୟା 12 ରହିଛି । ତେବେ ବାହାର ରାଜ୍ୟକୁ ଦାଦନ ଖଟି ଯାଇ ଜିଲ୍ଲାକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ 129 ରହିଛି ।

ଏସବୁରୁ ବର୍ତ୍ତିବାକୁ ହେଲେ ଏକମାତ୍ର ରାସ୍ତା ହେଉଛି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ତେବେ ମଙ୍ଗଳବାର ଦିନ ଏନେଇ ଜିଲ୍ଲାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଠୁ ନେଇ ସବୁ ବର୍ଗକୁ ଏଥିରେ ସାମିଲ ହୋଇଥିଲେ ।

ଏହି ଅବସରରେ ଜଣେ ଛାତ୍ର କହିଛନ୍ତି,"ଏହି ରୋଗକୁ କେବଳ ସଚେତନ ଦ୍ୱାରା ଓ ସାବଧାନ ରହିବା ଦ୍ୱାରା ହିଁ ହରାଇବା ସମ୍ଭବ ଅଟେ । ଯାହା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀ ମିଶି ପଥପ୍ରାନ୍ତ ନାଟକ ସହ ଶୋଭାଯାତ୍ରା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ବଣ୍ଟାଯାଉଛି । "ଅନ୍ୟପଟେ ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ଯେଉଁଥିପାଇଁ ବଲାଙ୍ଗୀରରେ ସ୍ଥିତି ସୁଧୁରିବାରେ ଲାଗିଛି ବୋଲି କହିଛନ୍ତି ଜିଲ୍ଲା ଏଡ଼ସ ପ୍ରୋଗ୍ରାମ ମେନେଜର ରାଜେନ୍ଦ୍ର ମହାରଣା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.