ETV Bharat / state

Balangir Royal Family Dispute: PMOକୁ ଚିଠି ଲେଖି ନ୍ୟାୟ ମାଗିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ

author img

By

Published : May 22, 2023, 11:01 PM IST

ବଲାଙ୍ଗୀର ରାଜ ପରିବାର ବିରୋଧରେ ଘରୋଇ ହିଂସା ତଥା ଉତ୍ତରାଖଣ୍ଡର ହାଇପ୍ରୋଫାଇଲ ମାମଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ନ୍ୟାୟ ମାଗିଲେ ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ । ଅଧିକ ପଢନ୍ତୁ

Etv Bharat
Etv Bharat
Balangir Royal Family Dispute

ଡେରାଡୁନ: ନୂଆଦିଲ୍ଲୀରେ ପହଞ୍ଚିଲା ବଲାଙ୍ଗୀର ରାଜ ପରିବାର ଘରୋଇ ହିଂସା ବିବାଦ । ସ୍ବାମୀ ଅର୍କେଶ ନାରାୟଣ ସିଂହଦେଓ ଓ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ଓ ଘରୋଇ ହିଂସା ଅଭିଯୋଗ ନେଇ ପୂର୍ବ ପ୍ରଧାନମନ୍ତ୍ରୀ ବିପି ସିଂହଙ୍କ ନାତୁଣୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ଦ୍ବାରସ୍ଥ ହୋଇଛନ୍ତି । ଖାଲି ସେତିକି ନୁହେଁ ସେ ଉତ୍ତରାଖଣ୍ଡ ପୋଲିସର ୨ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନ୍ୟାୟ ଦାବି କରି ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୋମବାର ଚିଠି ଲେଖିଛନ୍ତି ।

ଅଦ୍ରିଜା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲେଖିଥିବା ଚିଠି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେ ଏହି ଅଭିଯୋଗ ପତ୍ରରେ ଜଣେ ଆଇପିଏସ ଅଧିକାରୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି ଘରୋଇ ହିଂସା ମାମଲାରେ ପୋଲିସର ଏହି ଅଧିକାରୀ ଜଣକ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ସେ ନିଜ ଅଭିଯୋଗ ପତ୍ରରେ ଉକ୍ତ ଆଇପିଏସ ଅଧିକାରୀଙ୍କ ନାମ ଉଲ୍ଲେଖ କରିଥିବା ବେଳେ ଏହାକୁ ନେଇ ପୋଲିସ ବିଭାଗରେ ହଡ଼କମ୍ପ ସୃଷ୍ଟି ହୋଇଛି । ଏହାସହିତ ଅଦ୍ରିଜା ରାଜପୁର ଥାନାର ଏସଓଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି । ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ପୋଲିସ ଚାପରେ ଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Balangir Royal Family Dispute Case: ଅର୍କେଶଙ୍କ ସମେତ ପରିବାରର 5 ସଦସ୍ୟଙ୍କ ନାମରେ ମାମଲା

ବାରମ୍ବାର ଅଭିଯୋଗ ପରେ ଉତ୍ତରାଖଣ୍ଡ ପୋଲିସ ଅଦ୍ରିଜାଙ୍କ ଶାଶୂଘର ଲୋକ ତଥା ବଲାଙ୍ଗୀର ରାଜ ପରିବାର ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିନଥିବା ଅଦ୍ରିଜା ଅଭିଯୋଗ କରିଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ମାମଲା ରୁଜୁ କରାଯାଇଥିଲା । ଡେରାଡୁନ ରାଜପୁର ଥାନାରେ ଅଦ୍ରିଜାଙ୍କ ସ୍ବାମୀ ଅର୍କେଶ ନାରାୟଣ ସିଂହଦେଓ ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମାରପିଟ, ଗାଳିଗୁଲଜ, ଆକ୍ରମଣ, ଘରୋଇ ହିଂସା ଭଳି ମାମଲା ରୁଜୁ କରାଯାଇଛି । ଏହି ମାମଲା ରୁଜୁ ହେବା ପରେ ଅଦ୍ରିଜା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ଏହା ବି ପଢନ୍ତୁ- Dowry Case Against Royal Family: ପାଲଟା ଅଭିଯୋଗ ଆଣିଲେ ଅର୍କେଶ, କହିଲେ ପତ୍ନୀଙ୍କ ରହିଛି ହାଇଡିମାଣ୍ଡ

ବିଳମ୍ବରେ ହେଉ ପଛେ ଅଦ୍ରିଜାଙ୍କ ଅଭିଯୋଗ ମୁତାବକ ଉତ୍ତରାଖଣ୍ଡ ପୋଲିସ ବଲାଙ୍ଗୀର ରାଜ ପରିବାର ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଛି । ପୋଲିସ ସ୍ବାମୀ ଅର୍କେଶ ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଆଇପିସି ଧାରା ୩୨୩, ୩୫୨, ୫୦୪ ଓ ୫୦୬ ଅନୁଯାୟୀ ମାମଲା ରୁଜୁ କରିଛି । ଏହି ପୁରା ମାମଲା ଉପରେ ଡେରାଡୁନ ଏସଏସପି ଦିଲ୍ଲୀପ ସିଂଙ୍କ ନଜର ରହିଛି । ଅଦ୍ରିଜାଙ୍କୁ ନ୍ୟାୟ ଦେବା ଲାଗି ପୋଲିସ ତାଙ୍କୁ ପ୍ରତିଶୃତି ଦେଇଥିବା ସେ କହିଛନ୍ତି ।

ସୂଚନା ଥାଉ କି ଗତ ୨୩ ନଭେମ୍ବର ୨୦୧୭ରେ ଅର୍କେଶ ଉତ୍ତରାଖଣ୍ଡର ଅଜୟ କୁମାର ସିଂହଙ୍କ ଝିଅ ଅଦ୍ରିଜାଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ତାଙ୍କ ମଧ୍ୟରେ ଝଗଡା ହେବା ଆରମ୍ଭ ହୋଇଥିଲା। ଗତ ୭ରୁ ୮ ମାସ ତଳେ ଅଦ୍ରିଜା ଶାଶୂଘର ଲୋକଙ୍କ ବିରୋଧରେ ଡେରାଡୁନ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ତାଙ୍କ ଘରେ ରହୁଛନ୍ତି । ହେଲେ ଅଦ୍ରିଜାଙ୍କ ସହ ତାଙ୍କ ବଡ ଭଉଣୀ ଓ ବାପା ସାଙ୍ଗରେ ରହୁଥିବା କହିଛନ୍ତି ଅର୍କେଶ । ଅଦ୍ରିଜା ସମ୍ପତ୍ତି ଲୋଭରେ ଏଭଳି ଅଭିଯୋଗ କରିଥିବା ଅର୍କେଶ ପାଲଟା ଅଭିଯୋଗ ଆଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.