ETV Bharat / state

ପଶ୍ଚିମ ଓଡ଼ିଶାକୁ ଅବହେଳା, ଡିସେମ୍ବର 15ରେ ପଶ୍ଚିମ ଓଡ଼ିଶା ବନ୍ଦ

author img

By ETV Bharat Odisha Team

Published : Nov 10, 2023, 4:04 PM IST

ପଶ୍ଚିମ ଓଡ଼ିଶାକୁ ଅବହେଳା ଅଭିଯୋଗ । ଡିସେମ୍ବର 15 ତାରିଖ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଲେ ଆଦିବାସୀ ଅଧିକାର ମଞ୍ଚ ଓ ଭିଲେଜର ପାର୍ଟି । ଅଧିକ ପଢନ୍ତୁ

ପଶ୍ଚିମ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ , ଡିସେମ୍ବର 15ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର: ପୁଣି ଉଠିଲା ପଶ୍ଚିମ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ । ବଲାଙ୍ଗୀରରେ ଆନ୍ଦୋଳନକୁ ଓହ୍ଲାଇବେ ବିଭିନ୍ନ ସଂଗଠନ । ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସବୁବେଳେ ଅବହେଳା କରିଆସୁଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ । ଯେଉଁଥିପାଇଁ ବଲାଙ୍ଗୀରରେ ଭିଲେଜର ପାର୍ଟି ଓ ଆଦିବାସୀ ଅଧିକାର ମଞ୍ଚ 15 ଡିସେମ୍ବରରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭିଲେଜର ପାର୍ଟି ଓ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡିଶାକୁ ଅବହେଳିତ କରିଆସୁଥିବା ଅଭିଯୋଗ କରିଛି ମଞ୍ଚ ।

ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ଠାରୁ ନେଇ ରୋଜଗାର ସବୁ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଥିବାର ଅଭିଯୋଗ କରିଛନ୍ତି । ତେବେ ବଲାଙ୍ଗୀର ହେଉ କି ପଶ୍ଚିମ ଓଡ଼ିଶାରେ ସ୍କୁଲମାନଙ୍କରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସବୁ କୃଷି ଭିତ୍ତିକ କଳକାରଖାନା ବନ୍ଦ ହୋଇ ପଡିଥିବା ଅଭିଯୋଗ କରିଛି ମଞ୍ଚ । ଅନେକ ପୁରୁଣା ଶିକ୍ଷାନୁଷ୍ଠାନ ଏବେ ବନ୍ଦ ହେବା ଅବସ୍ଥାରେ ରହିଛି ।

ସେହିପରି ଜଳ ସେଚନ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ସରକାରୀ ଯୋଜନାରେ ବ୍ୟାପକ ହରିଲୁଟ ଭଳି ଅନେକ ଅଭିଯୋଗ କରିଛି ମଞ୍ଚ । ତେଣୁ ଏଠାରେ ଅଲଗା କୋଶଳ ରାଜ୍ୟ ଗଠନ ଦାବି ଜୋର ଧରିଛି । ରାଜ୍ୟ ସରକାର ଏହାର ଜବାବ ଦିଅନ୍ତୁ ବୋଲି କହିଛି ଆଦିବାସୀ ଅଧିକାର ମଞ୍ଚ । ଏହାର ପ୍ରତିବାଦରେ ଆସନ୍ତା 15 ଡିସେମ୍ବରରେ ଭିଲେଜର ପାର୍ଟି ଓ ଆଦିବାସୀ ଅଧିକାର ମଞ୍ଚ ମିଳିତ ଭାବେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ଏଥିରେ କେବଳ ଜରୁରୀ ସେବା ଛାଡି ଦେଲେ ଅନ୍ୟସବୁ ବନ୍ଦ ରହିବ ବୋଲି ଆଦିବାସୀ ଅଧିକାର ମଞ୍ଚ ସୂଚନା ଦେଇଛି ।
ଏହା ମଧ୍ୟ ପଢନ୍ତୁ ...Diary Summit 2023: ସମ୍ବଲପୁରରେ ହେବ 2 ଦିନିଆ ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ

ତେବେ ଆଦିବାସୀ ନେତା ତଥା ଆଦିବାସୀ ଅଧିକାର ମଞ୍ଚ ସଭାପତି ବିଜୟ ଦଳପତି କହିଛନ୍ତି,"ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପ୍ରତି ଘୋର ଅବହେଳା କରି ଆସୁଛନ୍ତି । ଏହାର ପ୍ରତିବାଦରେ ଆମେ ଆସନ୍ତା ଡିସେମ୍ବର 15 ତାରିଖରେ ସାରା ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛୁ ।" ସେହିଭଳି ଭିଲେଜର ପାର୍ଟିର ସଭାପତି ବିପିନ କୁସଲିଆ କହିଛନ୍ତି," ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ସବୁ ବେଲେ ଅବହେଳା କରୁଛନ୍ତି । ଏଠାରେ ଶିକ୍ଷା ସ୍ୱାସ୍ଥ୍ୟ ରୋଜଗାର ସଥିରେ ପଛରେ ରହିଛି ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା । ଲକ୍ଷାଧିକ ଲୋକ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହାକୁ ନେଇ ଏଠାକାର ଲୋକେ ନିଜର ଅସୁବିଧା ସରକାରଙ୍କ ପାଖରେ ଦାବି ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଥିପାଇଁ ଆଜି ଅଲଗା କୋଶଳ ରାଜ୍ୟ ଗଠନ କରିବା ପାଇଁ ଦାବି ହେଉଛି । "

ଇଟିଭି ଭାରତ ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.