ETV Bharat / state

Manoj Mishra Ban Issue: ବର୍ଷିଲେ ଅଭିନେତା ମନୋଜ, କହିଲେ ମୋତେ ବ୍ୟାନ କରିବାକୁ ଟୁଟୁ କିଏ ?

author img

By ETV Bharat Odisha Team

Published : Oct 28, 2023, 5:27 PM IST

ଟୁଟୁ ନାୟଙ୍କଙ୍କ ବୟାନ ପରେ ପୁଣି ପ୍ରତିକ୍ରିୟା ରଖିଲେ ଅଭିନେତା ମନୋଜ । କହିଲେ ମୋତେ ବ୍ୟାନ କରିବାକୁ ଟୁଟୁ କିଏ ? ଅଧିକ ପଢନ୍ତୁ

Monoj mishra press meet
Monoj mishra press meet
Ban on actor Manoj Mishra

ବଲାଙ୍ଗୀର/କଟକ : ଓଲିଉଡ ଇଣ୍ଡଷ୍ଟ୍ରୀରେ ବ୍ୟାନକୁ ନେଇ ତେଜିବାରେ ଲାଗିଛି ବିବାଦ। ଏହାକୁ ନେଇ ରାଜନୀତି ଠାରୁ ଆରମ୍ଭ କରି ପ୍ରଯୋଜକ ଠାରୁ ଆରମ୍ଭ କରି ପ୍ରୋଯଜକ ଏବଂ କଳାକାରମାନେ ମୁହାଁମୁହିଁ ହୋଇଛନ୍ତି। ଅନ୍ୟପଟେ ମୋନୋଜ ମିଶ୍ରକୁ ବଲାଙ୍ଗୀର ବିଧାୟକ ସମର୍ଥନ କରିଥିବା ବେଳେ ତାଙ୍କ ବୟାନକୁ ନେଇ ରାଜନୀତି ଜୋର ରହିଛି। ଅନ୍ୟପଟେ ଅନେକ ପ୍ରଯୋଜକ ଏବଂ ସିନେ କଳାକାର ବିଧାୟକଙ୍କ ବୟାନକୁ ବିରୋଧ କରିଛନ୍ତି। ତେବେ ଏହାରି ଭିତରେ ପୁଣି ଥରେ ମୁହଁ ଖୋଲିଛନ୍ତି ଅଭିନେତା ତଥା ପ୍ରଯୋଜନ ମନୋଜ ମିଶ୍ର। ଯେଉଁମାନେ ମୋତେ ବିରୋଧ କରୁଛନ୍ତି, ସେମାନେ ଓଡ଼ିଆ ସିନେମାର ବିକାଶ ଚାହୁଁ ନାହାନ୍ତି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି। ବ୍ୟାନ ହେବା ନେଇ ମୋତେ କୌଣସି ନୋଟିସ ଆସିନି, ମୋତେ ଟୁଟୁ ନାୟକ ବ୍ୟାନ କରାଯାଇଥିବା ମିଡିଆରେ କହିଛନ୍ତି । ମୁଁ ସେହି ଟୁଟୁ ନାୟକଙ୍କୁ ବ୍ୟାନ କରୁଛି ବୋଲି କହିଛନ୍ତି ମନୋଜ।

ଆଜି ବଲାଙ୍ଗିରରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ବୟାନ ଦେଇଛନ୍ତି ମନୋଜ ମିଶ୍ର। ଅଭିନେତା ନିଜର ବୟାନରେ କହିଛନ୍ତି, "ଓଡ଼ିଆ ସିନେମାର ବିକାଶ ପାଇଁ ମୁଁ ସର୍ବଦା କାର୍ଯ୍ୟ କରି ଆସୁଛନ୍ତି। ଏହାକୁ ନେଇ ମୁଁ ସାମାଜିକ ଗଣ ମାଧ୍ୟମରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଥିଲେ। ତେବେ ଅନେକ ତାକୁ ପସନ୍ଦ ଓ ସମର୍ଥନ କରି ସେଥିରେ ସାମିଲ ହୋଇଥିଲେ। ହେଲେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମୋତେ ବିରୋଧ କରିଥିଲେ। ମାଇଣ୍ଡ ଗେମ୍ ସିନେମା ପ୍ରମୋଶନ ପାଇଁ ଏଭଳି କରୁଥିବାର ଅଭିଯୋଗ କରିଥିଲେ। ଏହାରି ଭିତରେ ମୋତେ ଓଡିଆ ସିନେମା ଜଗତରୁ ବ୍ୟାନ କରିଥିବା ଶୁଣିବାକୁ ପାଇଥିଲି। କିନ୍ତୁ ମୁଁ ଲିଖିତ କୌଣସି ନୋଟିସ ପାଇନାହିଁ ।"

ଅଭିନେତା ଚୟନକୁ ନେଇ ବିବାଦ: ତେବେ ସେ ସର୍ବଦା ଓଡ଼ିଆ ସିନେମାରେ ଭାଇଚାରା ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ଅରିନ୍ଦମ ଓ ଅନୁଭବ ମଧ୍ୟରୁ କାହା ସହିତ କାମ କରିବାର ପ୍ରଶ୍ନ ଆସିଥିବା ବେଳେ ସେ ବାବୁସାନଙ୍କୁ ପସନ୍ଦ କରିଥିଲେ। ଏହାକୁ ନେଇ କୌଣସି ବିବାଦ ନଆସୁ ବୋଲି ଭାବିଥିଲି କିନ୍ତୁ ରାଜନୀତି ଆରମ୍ଭ ହୋଇଯାଇଥିବା କହିଲେ ମନୋଜ। ସେହିପରି ଓଡ଼ିଆ ସିନେମା ଆଗକୁ ଯାଉ ଏବଂ ସାରା ଦେଶ ଓ ବିଶ୍ୱ ଆମ ସିନେମାକୁ ଜାଣନ୍ତୁ ବୋଲି ମୁଁ ସବୁ ବେଳେ ପ୍ରୟାସ କରୁଛି ଏବଂ ଏହି କ୍ରମରେ ସେ ନିଜେ ସିନେମା ମଧ୍ୟ ନିର୍ମାଣ କରିଛନ୍ତି। ହେଲେ ଏହା କିଛି ଲୋକଙ୍କୁ ସୁହାଉ ନାହିଁ ବୋଲି ସେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: ମନୋଜ ମିଶ୍ର ବାସନ୍ଦ ଘଟଣା, ନରସିଂହ ମିଶ୍ର ଭାଇ କଳିରେ ଘିଅ ଢାଳନ୍ତୁନି କହିଲେ କୁନା ତ୍ରିପାଠୀ

ସିନେମା ଲୋକପ୍ରିୟ କରିବାକୁ ହେଲେ ଡବ କରିବାକୁ ହେବ: ଓଡ଼ିଆ ସିନେମା ସବୁ ହଲରେ ଅତି କମରେ ମାସେ ଚାଲିବା ଦରକାର। ଏହା ହେଲେ ହିଁ ଓଡ଼ିଆ ସିନେମାର ବ୍ୟାପାର ହେବା ସହିତ ବିଶ୍ବସ୍ତରୀୟ ସିନେମା ହୋଇପାରିବ। ସେହିପରି ସିନେମା ସବୁଠି ଲୋକ ପ୍ରିୟ କରିବାକୁ ହେଲେ କିମ୍ବା ଆଦୃତ କରିବାକୁ ହେଲେ ବିଭିନ୍ନ ଭାଷାରେ ତାକୁ ଡବ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେଣୁ ସେ ମାଇଣ୍ଡ ଗେମକୁ କୋଶଳୀ ଭାଷାରେ ମଧ୍ୟ ରିଲିଜ୍ କରିଥିବାର କହିଥିବା ବେଳେ ତାକୁ ବିରୋଧ ହେବା ଓ ଏହାକୁ ଆଞ୍ଚଳିକ କହିବା ଅଯୁକ୍ତିକର ବୋଲି କହିଛନ୍ତି।

ମୋ ଜୀବନ ପ୍ରତି ବିପଦ: ତେବେ କିଛି ଲୋକ ବିବାଦକୁ ବଢାଇବାକୁ ଚେଷ୍ଟା କରୁଥିବା ନେଇ ବୟାନରେ କହିଛନ୍ତି ମନୋଜ ମିଶ୍ର। ଆଗକୁ ମୋ ବିରୋଧରେ କିଛି ବଡ ପଦକ୍ଷେପ ନେଇପାରନ୍ତି। ମୋ ଜୀବନ ଉପରେ ମଧ୍ୟ ବିପଦ ରହିଛି।

ମୁଁ ଟୁଟୁ ନାୟକଙ୍କୁ ବିରୋଧ କରୁଛି: ମୋତେ ଓଡିଆ ସିନେମା ଇଣ୍ଡଷ୍ଟ୍ରିକୁ ବ୍ୟାନ ନେଇ କୌଣସି ଲିଖିତ ନୋଟିସ କରାଯାଇ ନାହିଁ। ତେବେ ଗଣ ମାଧ୍ୟମରେ ଟୁଟୁ ନାୟକ କେବଳ ବିରୋଧ କରିବା କଥା କହିଥିଲେ। ଟୁଟୁ ନାୟକ ମୋତେ କେଉଁ ଅଧିକାରରେ ବ୍ୟାନ କରିଲେ ବୋଲି ମନୋଜ ପାଲଟା ପ୍ରଶ୍ନ କରିଛନ୍ତି। ମୁଁ ମଧ୍ୟ ତାଙ୍କୁ ବ୍ୟାନ କରୁଛି ବୋଲି କହିଛନ୍ତି। ଟୁଟୁ ନାୟକଙ୍କ ସିନେମାରେ ଆଉ ଦୁଇ ବର୍ଷ କାମ କରିବେ ନାହିଁ ବୋଲି କହିଛନ୍ତି।

ଅନ୍ୟପଟେ ଅଭିନେତା ମନୋଜ ମିଶ୍ର ବ୍ୟାନ ବିବାଦ ନେଇ ନିଜ ପ୍ରତିକ୍ରିୟା ରଖିଲେ ସିନେ ପ୍ରଯୋଜକ ବାବୁ ଲେଙ୍କା । ବ୍ୟାନ ଘୋଷଣା କରିଥିବା ଲୋକମାନେ କଣ ସୁପ୍ରିମକୋର୍ଟ ? ଜଣେ କଳାକାରଙ୍କୁ ବ୍ୟାନ କରିବା ଓ ବିଭେଦ ସୃଷ୍ଟି କରିବା ଗ୍ରହଣୀୟ ନୁହେଁ। ଅଭିନେତାଙ୍କୁ ବ୍ୟାନ କାହିଁକି କରାଯିବ। ଯେଉଁ ପ୍ରଯୋଜକ ମାନେ ଏହି ନିଷ୍ପତ୍ତି ନେଇଛନ୍ତି ସେମନେ କେବେ ହେଲେ ଓଡିଆ ଚଳଚ୍ଚିତ୍ର ଜଗତର ଭାଗ୍ୟ ବିଧାତା ନୁହଁନ୍ତି ବୋଲି କହିଛନ୍ତି ପ୍ରଯୋଜକ ବାବୁ ଲେଙ୍କା।

ଇଟିଭି ଭାରତ, ବଲାଙ୍ଗୀର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.