ETV Bharat / state

ବଲାଙ୍ଗୀରରେ ଜାତୀୟ ପତାକାକୁ ଅସମ୍ମାନ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବିରେ ଏସପି ଅଫିସ ଘେରାଉ

author img

By

Published : Aug 20, 2023, 10:20 AM IST

ବଲାଙ୍ଗୀରରେ ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ ଘଟଣା । କଲେଜ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପି ଅଫିସ ଘେରାଉ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଜାତୀୟ ପତାକାକୁ ଅସମ୍ମାନ
ବଲାଙ୍ଗୀରରେ ଜାତୀୟ ପତାକାକୁ ଅସମ୍ମାନ
ବଲାଙ୍ଗୀରରେ ଜାତୀୟ ପତାକାକୁ ଅସମ୍ମାନ

ବଲାଙ୍ଗୀର: ସ୍ବାଧୀନତା ଦିବସରେ ବଲାଙ୍ଗୀର ଜିଲ୍ଲାର ଏକ କଲେଜରେ ଜାତୀୟ ପତାକାକୁ ଅସମ୍ମାନକୁ ନେଇ ବିରୋଧାଭାଷ ତେଜିବାରେ ଲାଗିଛି । ଆପତ୍ତିଜନକ ସ୍ଲୋଗାନ ଦେଇଥିବା ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶନିବାର ଏସପି ଅଫିସ ଘେରାଉ କରିଛନ୍ତି ଜିଲ୍ଲାର ବିଭିନ୍ନ ସଂଗଠନ । ସମ୍ପୃକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ବହିଷ୍କୃତ କରାଯିବା ସହିତ ଗିରଫ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।

ବଲାଙ୍ଗୀର ଜିଲ୍ଲାର ଧୂମଭଟା ଗ୍ରାମ ବିନାପାଣି କଲେଜରେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ ହୋଇଥିଲା । ସ୍ବାଧୀନତା ଦିବସରେ ତ୍ରିରଙ୍ଗା ତଳେ ଛିଡା ହୋଇ କଲେଜର ଇତିହାସ ଅଧ୍ୟାପକ ଆପତ୍ତିଜନକ ସ୍ଲୋଗାନ ଦେଇଥିଲେ । ଭାରତ ମାତାର ଜୟଗାନ ବଦଳରେ ପାର୍ବତୀ ହଜବ୍ୟାଣ୍ଡ ପାର୍ କରେଗା, ଗଣେଶ ଫାଦର ପାର୍ କରେଗା କହିଥିଲେ । କଲେଜ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏସବୁ ଘଟିଥିଲା । ଯାହାପରେ ଏଭଳି ନିନ୍ଦନୀୟ ଘଟଣାକୁ ନେଇ ସମଗ୍ର ଜିଲ୍ଲାର ବିବାଦ ଥମିବାର ନା ନେଉନି । ବିଭିନ୍ନ ସଂଗଠନ କଲେଜ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଅଧ୍ୟାପକଙ୍କ ଗିରଫ ଦାବି କରି ଆନ୍ଦୋଳନ ସହ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଆଜି ଯାଏ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସଂଗଠନ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ହିତାହିତ ଜ୍ଞାନ ଭୁଲିଲେ ଇତିହାସ ଅଧ୍ୟାପକ, ସ୍ବାଧୀନତା ଦିବସରେ ସ୍ଲୋଗାନ ଦେଲେ ପାର୍ବତୀ ହଜବ୍ୟାଣ୍ଡ ପାର୍ କରେଗା

ଜିଲ୍ଲାର ବଜରଙ୍ଗ ଦଳ, କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କେଏମଏମର ସଦସ୍ୟମାନେ ଶନିବାର ଏସପି ଅଫିସ ଘେରାଉ କରି ନାରାବାଜି କରିଛନ୍ତି । ସମ୍ପୃକ୍ତ ଇତିହାସ ଅଧ୍ୟାପକ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପଶ୍ଚିମ ଓଡିଶା କେଏମଏମ ସଂଗଠନର ସମ୍ପାଦକ ସିପୁନ କୁମାର ଖମାରି କହିଛନ୍ତି ଯେ, ବଲାଙ୍ଗୀର ଧୂମଭଟା ଗ୍ରାମ ବିନାପାଣି କଲେଜରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । କଲେଜ ଅଧ୍ୟକ୍ଷ ଦେବାର୍ଚନ ନାଗଙ୍କ ଉପସ୍ଥିତିରେ ସେଠିକାର ଇତିହାସ ଅଧ୍ୟାପକ ଅରୁଣ ବୁଡେକ ଜାତୀୟ ପତାକା ତଳେ ଆପତ୍ତିଜନକ ସ୍ଲୋଗାନ ବାଜି କରିଥିଲେ । ଗଣେଶ ଫାଦର ପାର କରେଗା, ପାର୍ବତୀ ହଜବ୍ୟାଣ୍ଡ ପାର କରେଗା ନାରା ଦେଇଥିଲେ । ଯାହା କେବଳ ଭାରତମାତାର ନୁହେଁ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅପମାନ ମଧ୍ୟ । ଏହି ଘଟଣା ନିହାତି ଭାବରେ ଦୁର୍ଭାଗ୍ୟଜନକ । ଭାରତମାତାର ଏଭଳି ଅପମାନ ବରଦାସ୍ତ କରାଯିବ ନାହିଁ । ତେଣୁ ସେ ଏସପି କାର୍ଯ୍ୟାଳୟ ଘେରାଉ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବଜରଙ୍ଗ ଦଳର ସମ୍ପାଦକ ସୌମ୍ୟ ରଞ୍ଜନ ମିଶ୍ର କହିଛନ୍ତି, ''କଲେଜ ଓ ସ୍କୁଲ ଦେଶର ଭବିଷ୍ୟତ ଗଢ଼ିଥାନ୍ତି । ପିଲା ଜ୍ଞାନ ଆହରଣ କରିବା ନିଜର ଉଜ୍ବଳ ଭବିଷ୍ୟତ ତିଆରି କରିଥାନ୍ତି । ହେଲେ ଏଠି ଏହି କଲେଜ ଶିକ୍ଷାଦାନ ନାଁରେ ଆପତ୍ତିଜନକ ଭାଷା ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ କରିଛନ୍ତି । ସ୍ବାଧୀନତା ଦିବସ ଦିନ ଛାତ୍ରଛାତ୍ରୀଙ୍କୁ ଦେଶର ମହାନ ବୀରଙ୍କ ଗାଥା ଶୁଣାଇବା ପରିବର୍ତ୍ତେ ଆପତ୍ତିଜନକ ସ୍ଲୋଗାନ ଦେବା ଘଟଣାକୁ କେବେ ହେଲେ ବରଦାସ୍ତ କରିବେ ନାହିଁ । ସମ୍ପୃକ୍ତ କଲେଜ ଅଧ୍ୟପାକଙ୍କୁ ଗିରଫ କରାନଗଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବେ ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.