ETV Bharat / state

ବଲାଙ୍ଗୀରରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ - କୋଟି କୋଟି ଟଙ୍କାର ଜିଏସଟି ଠକେଇ ଖବର

ବଲାଙ୍ଗୀରରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ଅଭିଯୋଗ । ଋଣ ଦେବାକୁ କହି ଚାଷୀ ଓ ମହିଳାଙ୍କ ନିକଟରୁ ଏହି ଠକେଇ କରାଯାଇଛି । ଅଧିକ ପଢନ୍ତୁ...

ବଲାଙ୍ଗିରରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

author img

By

Published : Nov 8, 2020, 9:04 PM IST

Updated : Nov 8, 2020, 9:40 PM IST

ବଲାଙ୍ଗୀର: ଗରିବ ଲୋକଙ୍କ ନାଁରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବାର ଅଭିଯୋଗ ଆସିଛି । ଯେଉଁଥିରେ ଚାଷୀ ଓ ମହିଳାଙ୍କୁ ମାଧ୍ୟମ କରାଯାଇ 6 କୋଟିରୁ ଅଧିକ ଠକେଇ ହୋଇଥିବା ସନ୍ଦେହ କରାଯାଉଛି ।

ବଲାଙ୍ଗୀରରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ଠକେଇ ବାବଦରେ ଜଣାପଡ଼ିବା ପରେ ପୋଲିସ୍ ଓ ଆୟକର ବିଭାଗ ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ସାରସମାଳ ଗ୍ରାମର ମହିଳା ମୀନା ସାହୁଙ୍କୁ ବଲାଙ୍ଗିର ସହରର ଜଣେ ମହିଳା ଋଣ ଦେବାକୁ କହି ମୀନାଙ୍କ ଜରୁରି କାଗଜପତ୍ର ସଂଗ୍ରହ କରିବା ସହ ତାଙ୍କ ସମ୍ପର୍କୀୟଙ୍କ କାଗଜପତ୍ର ମଧ୍ୟ ସଂଗ୍ରହ କରିଥିଲେ । ଏହାପରେ ଏମାନଙ୍କ ନାମରେ ମିଛ କମ୍ପାନୀ ଖୋଲି କୋଟି କୋଟି ଟଙ୍କା ଜିଏସଟି ଠକେଇ କରିଥିବାର ଜଣାପଡ଼ିଛି ।

ତେବେ ପ୍ରଥମ ପର୍ଯ୍ୟାୟର ଆୟକର ବିଭାଗ ସଇଁତଳାର ଜଣେ ଚାଷୀ ରବୀନ୍ଦ୍ର ଭୋଇଙ୍କ ନାଁରେ ସିନ୍ଦୁଜା ଷ୍ଠୀଲ ନାମରେ କମ୍ପାନୀ ଖୋଲାଯାଇ ଏକ କୋଟି ଟଙ୍କାର ଜିଏସଟି ଠକେଇ କରାଯାଇଛି । ସେହିପରି ସାରସ ମାଳର ଜଣେ ମହିଳା ସବିତା ରାଣାଙ୍କ ନାମରେ ଅନୁରୂପ ଭାବରେ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଖୋଲାଯାଇ ଏକ କୋଟି 75 ଲକ୍ଷ ଟଙ୍କାର ଜିଏସଟି ଠକେଇ ହୋଇଛି । ତେବେ ଏହାକୁ ନେଇ ଜଣେ ବ୍ୟକ୍ତି ବଲାଙ୍ଗିର ସଇଁତଳା ଥାନାରେ ଅଭିଯୋଗ କରି ଥିବାବେଳେ ଜିଏସଟି ଆୟକର ବିଭାଗ ନିକଟରେ ମଧ୍ୟ ଏକ ଅଭିଯୋଗ ହୋଇଛି ।
ସେପଟେ ପୋଲିସ୍ ଅଭିଯୋଗ ବାବଦରେ ଜାଣିବା ପରେ ଆଜି(ରବିବାର) ବଲାଙ୍ଗିର ଟାଉନ ପୋଲିସ ଏହାର ମୁଖ୍ୟ ଅଭିଯୁକ୍ତ ଟିକ୍ରା ପଡ଼ାର ମହିଳା ଗାୟତ୍ରୀ ଜସ୍ୱାଲ ଓ ତାଙ୍କ ପୁଅ ବୀରେନ ଜସ୍ଵାଲଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ 10 ଜଣଙ୍କ ନାମରେ 6 କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଜିଏସଟି ଅଧିକାରୀ କହିଛନ୍ତି ।

ବଲାଙ୍ଗିରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Nov 8, 2020, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.