ETV Bharat / state

ରେଳଧାରଣାରୁ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - kantabanji rail trak of bolangir

ବଲାଙ୍ଗୀର କଣ୍ଟାବାଞ୍ଜିର ପାମ୍ପୁ ପୋଖରୀ ନିକଟ ରେଳ ଧାରଣାରୁ ଶୁକ୍ରବାର ଏହି ଯୁବକର ଖଣ୍ଡବିଖଣ୍ତିତ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରେଳଧାରଣରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

author img

By

Published : Oct 9, 2020, 10:39 PM IST

ବଲାଙ୍ଗୀର: ରେଳ ଧାରଣାରୁ ଯୁବକର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ବଲାଙ୍ଗୀର କଣ୍ଟାବାଞ୍ଜିର ପାମ୍ପୁ ପୋଖରୀ ନିକଟ ରେଳ ଧାରଣାରୁ ଶୁକ୍ରବାର ଏହି ଯୁବକର ଖଣ୍ଡବିଖଣ୍ତିତ ମୃତଦେହ ଉଦ୍ଧାର କରାଯାଇଛି । ଯୁବକର ପରିଚୟ ଆନନ୍ଦ ତାଣ୍ଡି ଓ ସେ କଣ୍ଟାବାଞ୍ଜି ରାମ ନଗରର ବୋଲି ଜଣାପଡିଛି ।

ରେଳଧାରଣରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ତେବେ ଗତକାଲି ସେ ନିଜ ପ୍ରେମିକା ଘରେ ଆଶ୍ରୟ ନେଇଥିବା ଘର ଲୋକଙ୍କୁ ଜଣାଇଥିବା ବେଳେ ଆଜି ଏଭଳି ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି ।

ସେପଟେ ଜିଆରପି ପୋଲିସ ଓ କଣ୍ଟାବାଞ୍ଜି ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ତଦନ୍ତ ପରେ ଏହି ଘଟଣାର ସବିଶେଷ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.