ETV Bharat / state

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ !

ପୁଣିଥରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଲେ ପୋଲିସ । ଫଟୋ ଉତ୍ତୋଳନ କରୁଥିବା ବେଳେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣକୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ

author img

By

Published : Jul 4, 2022, 10:38 PM IST

ବଲାଙ୍ଗିର: ବଲାଙ୍ଗିରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର । ଏକ ଦୈନିକ ଖବରକାଗଜର ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାସ ଆଜି ଖବର ସଂଗ୍ରହ କରିବା ପାଇଁ ବଲାଙ୍ଗିର ସଦର ଥାନାକୁ ଯାଇଥିଲେ । ତେବେ ସେଠି ସେ ଖବର ସଂଗ୍ରହ ସାଙ୍ଗକୁ ଫଟୋ ଉତ୍ତୋଳନ କରୁଥିବା ବେଳେ ଜଣେ ପୋଲିସ ଏସଆଇ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ।

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ

ଏହି ଘଟଣା ଜଣାପଡ଼ିବା ପରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ତଥା ସବୁ ସାମ୍ବାଦିକ ସଦର ଥାନା ଘେରାଉ କରିଥିଲେ । ଖବରପାଇ ଘଟଣାସ୍ଥଳରେ ବଲାଙ୍ଗିର ଏସପି ନିତିନ କୁସଲକର ପହଁଞ୍ଚି ସାମ୍ବାଦିକଙ୍କ ସହ ଆଲୋଚନା କରିବା ସହ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶୃତି ଦେଇଥିଲେ ।

ଏହାପରେ ସାମ୍ବାଦିକ ମାନେ ଏହି ଆନ୍ଦୋଳନରୁ ଓହରିଥିଲେ। ସେପଟେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ଅଧିକାରୀଙ୍କ ଏଭଳି ଆଚରଣ ଓ ଆକ୍ରମଣକୁ ନିନ୍ଦା କରାଯାଇଛି।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.