ETV Bharat / state

ଘରୋଇ କଲେଜ ହଷ୍ଟେଲରୁ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - private science college balangir

ପୁଣି ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ତେବେ ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ସକ୍ମା ଗ୍ରାମରେ ଥିବା ଯୁବୋଧ୍ୟୟ ଘରୋଇ ଯୁକ୍ତ ଦୁଇ ସାଇନ୍ସ କଲେଜରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

ଘରୋଇ କଲେଜ ହଷ୍ଟେଲରୁ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Oct 27, 2021, 2:08 PM IST

ବଲାଙ୍ଗୀର: ପୁଣି ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ତେବେ ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ସକ୍ମା ଗ୍ରାମରେ ଥିବା ଯୁବୋଧ୍ୟୟ ଘରୋଇ ଯୁକ୍ତ ଦୁଇ ସାଇନ୍ସ କଲେଜରେ ଏହି ଘଟଣା ଘଟିଛି। ଏହି କଲେଜରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ଅଧ୍ୟୟନରତ ଥିବା ଛାତ୍ରୀ ଆଶା ମେହେରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ବରଗଡ ଜିଲ୍ଲା ଦାହିଆ ଗ୍ରାମର।

ଘରୋଇ କଲେଜ ହଷ୍ଟେଲରୁ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସେପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଝିଅର ହାତରେ ଟେପ ଲଗା ଯାଇଥିବା ବେଳେ ସେ କେମିତି ଏତେ ଉପରକୁ ଚଢ଼ି ଆତ୍ମହତ୍ୟା କଲା, ତାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ସେହିପରି ପରିବାର ଲୋକଙ୍କୁ ଦୀର୍ଘ ସମୟ ଝିଅକୁ ଦେଖିବାକୁ କଲେଜ କର୍ତ୍ତୃପକ୍ଷ କାହିଁକି ବାରଣ କରୁଥିଲେ, ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଏହି ଘଟଣା ପରେ କଲେଜ ସମ୍ମୁଖରେ ଉତ୍ତେଜନା ମଧ୍ୟ ଲାଗି ରହିଛି। ଅନ୍ୟପଟେ ଲୋଇସିଂହା ପୋଲିସ ଓ ବଲାଙ୍ଗୀର ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହଷ୍ଟେଲ କୋଠରୀ ମଧ୍ୟରୁ ମଧ୍ୟ ଏକ ହାତ ଲେଖା କାଗଜ ଜବତ ହୋଇଛି। ଯେଉଁଥିରେ ‘(SORRY)ସରି, ସମସ୍ତେ ଭଲରେ ଥିବ, ଵାଏ ’ବୋଲି ଲେଖାଯାଇଛି। ତେବେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଅଭିଯୋଗ ଅନୁସାରେ ତଦନ୍ତ ହେବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି କହିଛି ପୋଲିସ।

ପ୍ରକାଶଥାଉକି, ବଲାଙ୍ଗୀରରେ ଦୁଇ ମାସ ତଳେ ଜଣେ ମେଡିକାଲ ଛାତ୍ରୀ ନିରୁପମା ନନ୍ଦଙ୍କ ମୃତଦେହ ଏହିଭଳି ସନ୍ଦେହଜନକ ଅବସ୍ଥାରେ ମେଡିକାଲ କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଆଜି ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି। ଏପଟେ ଏହି ଘଟଣା ମନରୁ ଲିଭି ନ ଥିବା ବେଳେ ପୁଣି ଆଉ ଜଣେ ଛାତ୍ରୀଙ୍କ ମୃତଦେହ କଲେଜ ହଷ୍ଟେଲରୁ ଉଦ୍ଧାର ହେବା ଅନେକ ପ୍ରଶ୍ନ ଛିଡା କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.