ETV Bharat / state

ଶିଶୁଙ୍କ ପାଇଁ ଦିନଟିଏ ପାଳିତ - ବଲାଙ୍ଗୀରରେ ଶିଶୁଙ୍କ ପାଇଁ ଦିନଟିଏ

ବଲାଙ୍ଗୀରରେ ଆଜି(ଶୁକ୍ରବାର) ଶିଶୁଙ୍କ ପାଇଁ ଦିନଟିଏ ପାଳନ କରିଛି ଜିଲ୍ଲା ପ୍ରଶାସନ । ମାନବ ଶୃଙ୍ଖଳ କରି ଶିଶୁ ସୁରକ୍ଷା ପାଇଁ କଲେ ସଚେତନ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଶିଶୁଙ୍କ ପାଇଁ ଦିନଟିଏ ପାଳିତ
ବଲାଙ୍ଗୀରରେ ଶିଶୁଙ୍କ ପାଇଁ ଦିନଟିଏ ପାଳିତ
author img

By

Published : Dec 24, 2021, 11:02 PM IST

ବଲାଙ୍ଗୀର: ଆଜି(ଶୁକ୍ରବାର) ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ‘‘ଶିଶୁଙ୍କ ପାଇଁ ଦିନଟିଏ’’ ପାଳିତ ହୋଇଛି । ବଲାଙ୍ଗୀର ଜିଲ୍ଲାର ସବୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଦିବସ ପାଳିତ ହୋଇଛି । ଯେଉଁଥିରେ ସବୁଠି ମାନବ ଶୃଙ୍ଖଳ କରାଯାଇଛି । ଲୋକଙ୍କୁ ଶିଶୁ ନିର୍ଯାତନା, ଶିଶୁ ଶ୍ରମିକ ଓ ଶିଶୁଙ୍କ ଯୌନ ଶୋଷଣ ରୋକିବାକୁ ଏହାଦ୍ବାରା ସଚେତନ କରାଯାଇଛି । ଯାହାକୁ ବଲାଙ୍ଗୀର ଜିଲ୍ଲାପାଳ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

ବଲାଙ୍ଗୀରରେ ଶିଶୁଙ୍କ ପାଇଁ ଦିନଟିଏ ପାଳିତ

ତେବେ ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା ଗୁରୁତର ଥିବାବେଳେ ଏଥିରେ ଶିଶୁ ବାହାର ରାଜ୍ୟକୁ ଯାଇ ନିଜର ଅଧିକାର ହରାଇବା ସହ ଶୋଷିତ ହୋଇ ଆସୁଛନ୍ତି । ତେବେ ଏହା ରୋକିବାକୁ ଜିଲ୍ଲାରେ ଏମାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ କରାଯାଇଥିବା ବେଳେ ଶିଶୁଙ୍କୁ ଏଥିରେ ପେସି ନହେବାର ପ୍ରଚେଷ୍ଟା କରାଯାଉଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେହିପରି ଜିଲ୍ଲାରେ ଶିଶୁ ନିର୍ଯାତନା ମାମଲା କ୍ଷୀଣ ଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଏହା ଉପରେ ତୀକ୍ଷ୍ଣ ନଜର ରଖି ବିଭିନ୍ନ ପଦକ୍ଷେପ ନେଉଥିବା କହିଛି ଏବଂ ସାଧାରଣ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.