ETV Bharat / state

ଦାରିଦ୍ର୍ୟ ଓ ଦୃଷ୍ଟିହୀନତା ଅଟକାଇ ପାରିନି ସଂଗୀତ ସାଧନା - ଦିବ୍ୟାଙ୍ଗ ସଂଗୀତଜ୍ଞ ଉଦୟନାଥ ଜାନୀ

ବଲାଙ୍ଗୀରର ଉଦୟନାଥ ଜାନୀ ଜନ୍ମରୁ ଦୃଷ୍ଟିହୀନ ହେଲେ ମଧ୍ୟ ତାଙ୍କ ତବଲା ବଜାଇବାର କଳା ସମସ୍ତଙ୍କୁ ଆକୃଷ୍ଟ କରେ । କେବଳ ତବଲା ନୁହେଁ ଢୋଲ, ମାନ୍ଦଳ ମାଠିଆ ଆଦି ବଜାଇବାରେ ମଧ୍ୟ ସେ ସିଦ୍ଧହସ୍ତ । ଅଧିକ ପଢନ୍ତୁ

ଦାରିଦ୍ର୍ୟ ଓ ଦୃଷ୍ଟିହୀନତା ଅଟକାଇ ପାରିନି ସଂଗୀତ ସାଧନାରୁ

author img

By

Published : May 23, 2022, 10:48 PM IST

ବଲାଙ୍ଗୀର: ସେ ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ସକ୍ଷମ । ଏଭଳି ଜଣେ ଯୁବକ ହେଉଛନ୍ତି ବଲାଙ୍ଗୀରର ଉଦୟନାଥ ଜାନୀ । ବଲାଙ୍ଗୀର ଜିଲ୍ଲା ଭାଲେର ଗ୍ରାମର ଉଦୟନାଥ ଜାନୀ । ଜନ୍ମରୁ ସେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ । ତାଙ୍କ ମା’ ବାପା ଦିନ ମଜୁରିଆ ହୋଇଥିବା ବେଳେ ଘରେ ଆଉ ଦୁଇ ଭଉଣୀ ସହିତ ସେ ରୁହନ୍ତି । ତେବେ ତାଙ୍କର ଆର୍ଥିକ ସ୍ଥିତି ସାଙ୍ଗକୁ ଦୃଷ୍ଟିହୀନ ହେବା ତାଙ୍କ ପାଇଁ ସତେ ଯେମିତି ଅଭିଶାପ ହୋଇଛି । ହେଲେ ଏସବୁ ସତ୍ତ୍ବେ ସେ ପିଲାବେଳୁ ଜିଇଁବାର ସଂଘର୍ଷ ଜାରି ରଖିଛନ୍ତି । ତାଙ୍କର ସଙ୍ଗୀତ ପ୍ରତି ଥିବା ଅହେତୁକ ରୁଚି ଆଜି ତାଙ୍କୁ ଏକ ସଫଳ ବାଦ୍ୟକାର କରିଛି । ତେବେ ସେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରୁ ଡୁବି ତବଲା ଶିଖିବା ଆରମ୍ଭ କରିଥିଲେ । ଗାଁର ବିଭିନ୍ନ ପର୍ବପର୍ବାଣୀରେ ସେ ବାଦ୍ୟଯନ୍ତ୍ର ବଜାଇ ଆସୁଥିଲେ । ଏପରିକି ସେ ଅଳ୍ପ ବୟସରେ ତିନି ଘଣ୍ଟା ଡୁବି ତବଲା ବଜାଇ ଚର୍ଚ୍ଚାରେ ଆସିଥିଲେ ।

ଦାରିଦ୍ର୍ୟ ଓ ଦୃଷ୍ଟିହୀନତା ଅଟକାଇ ପାରିନି ସଂଗୀତ ସାଧନାରୁ

ତେବେ ଅର୍ଥ ବାଧକ ସାଜିଥିବାରୁ ସେ ଆଗକୁ କୌଣସି ଗୁରୁଙ୍କ ଠାରୁ ବାଦ୍ୟଯନ୍ତ୍ର ଶିକ୍ଷାଲାଭ କରିପାରିନଥିଲେ । ନିଜେ ହିଁ ସଙ୍ଗୀତ ସାଧନା କରି ଶିଖିବା ଆରମ୍ଭ କରିଥିଲେ । ଯାହା ଦ୍ବାରା ଏବେ ସେ ସବୁ ପ୍ରକାରର ବାଦ୍ୟଯନ୍ତ୍ର ବଜାଇବାରେ ସିଦ୍ଧହସ୍ତ ହୋଇପାରିଛନ୍ତି । ସେ ଡୁବି ତବଲା, ଢୋଲ, ମାନ୍ଦଳ ମାଠିଆ ଇତ୍ୟାଦିକୁ ଅତି ନିଖୁଣତାର ବଜାଇ ପାରନ୍ତି । ତେବେ ତାଙ୍କର ଏହି କଳା ଏବେ କେବଳ ଗାଁରେ ସୀମିତ ନାହିଁ, ସେ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ନିଜର ବାଦ୍ୟଯନ୍ତ୍ର ବଜାଇ ସୂନାମ ଅର୍ଜନ କରିଛନ୍ତି । ସରକାର ଓ ବିଭିନ୍ନ ସଂଗଠନ ଦ୍ବାରା ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି । ସେହିପରି ସେ ଭଜନ ପ୍ରତି ବିଶେଷ ରୁଚି ରଖିଥିବା ବେଳେ ଆଗକୁ ମଧ୍ୟ ତାଙ୍କର ଏହି ସାଧନା ଜାରି ରଖିବେ ବୋଲି କହିଛନ୍ତି ।

ତେବେ ଆଜିର ସମସ୍ୟା ବହୁଳ ସମାଜରେ ଜିଇଁବାକୁ ହେଲେ ସଂଘର୍ଷ କରିବାକୁ ପଡେ । ହେଲେ ସେଥିରେ ପୁଣି ଭିନ୍ନକ୍ଷମ ହେବା ଆହୁରି କଷ୍ଟସାଧ୍ୟ ହୋଇଥିଲେ ସୁଦ୍ଧା ଉଦୟନାଥ ଜାନୀ ତାଙ୍କର ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ଦୃଷ୍ଟିହୀନ ହେଲେ ସୁଦ୍ଧା ତାଙ୍କର ହାତ ଓ ପାଟିରୁ ବାହାରୁଥିବା ସୁର ସଙ୍ଗମ ଲୋକାଙ୍କୁ ମତୁଆଲା କରୁଛି । ଏଥିପାଇଁ ସବୁଠି ସେ ପରିଚିତ ଥିବା ବେଳେ ସରକାରଙ୍କ ନଜର ତାଙ୍କ ଉପରେ ପଡିପାରି ନାହିଁ । ବାପା ମା ମୂଲ ଲାଗି ଘର ଚଳାଉଥିବା ବେଳେ ଆଜିବି ତାଙ୍କ ମାଟି ଛପର ଘର ରହିଛି । ସେହିପରି ସେ କେବଳ ଦିବ୍ୟାଙ୍ଗ ଭତ୍ତା ପାଉଥିବା ବେଳେ ଏବେବି କଳାକାର ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ତେବେ ତାଙ୍କୁ ସରକାରୀ ପ୍ରୋତ୍ସାହନ ସହିତ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.