ETV Bharat / state

ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ - ଲଜରେ ଜୁଆଖେଳ

ବଲାଙ୍ଗୀର ଲଜରେ ଚାଲିଥିଲା ଜୁଆଖେଳ । କଣ୍ଟାବାଞ୍ଜି ପୋଲିସ ଚଢାଉ କରି ସାତ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ 58 ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଅଧିକ ପଢ଼ନ୍ତୁ

ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ

author img

By

Published : Sep 16, 2022, 10:42 PM IST

ବଲାଙ୍ଗୀର: ଲଜରେ ଚାଲିଥିଲା ଜୁଆ ଖେଳ । ଶହେ କି ଦୁଇ ଶହ ନୁହେଁ ବିଡ଼ା ବିଡ଼ା ଟଙ୍କା ଧରି ଖେଳୁଥିଲେ ଜୁଆ । ଏନେଇ ଖବର ମିଳିବା ପରେ ଲଜ୍‌ରେ ଆତର୍କିତ ଚଢ଼ାଉ କରିଥିଲା ପୋଲିସ । ତଦନ୍ତ ବେଳେ ଖବର ସତ ହୋଇଥିଲା । ଲଜ୍‌ରେ ୭ଜଣ ଅଣ ଓଡ଼ିଆ ଲକ୍ଷ ଲକ୍ଷ ଟଙ୍କା ଧରି ଖେଳୁଥିଲେ ଜୁଆ । ଜୁଆ ଖେଳୁଥିବା ଲୋକମାନଙ୍କ ପାଖରେ ଏତେ ଟଙ୍କା ଦେଖି ତାଜୁବ ହୋଇ ଯାଇଥିଲା ପୋଲିସ । ସାତ ଜଣ ଜୁଆଡିଙ୍କ ଠାରୁ ପୋଲିସ ତାସ ମୁଠା ସମେତ ଜବତ କରିଥିଲା ୫୮ ଲକ୍ଷରୁ ଅଧିକ ଟଙ୍କା । ଏମିତି ଏକ ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଅନ୍ନପୂର୍ଣ୍ଣା ଲଜରେ । ପୋଲିସ ଏହି ଘଟଣାରେ ବାହାର ରାଜ୍ୟର ୭ଜଣ ଜୁଆଡ଼ିଙ୍କୁ ଧରି ତଦନ୍ତ ଜାରି ରଖିଛି ।

ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ

ପୋଲିସ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଅନ୍ନପୂର୍ଣ୍ଣା ଲଜରେ ଜୁଆ ଖେଳା ଚାଲିଥବା ନେଇ ପୋଲିସକୁ ଖବର ମିଳିଥିଲା । ଘଟଣାର ଯାଂଚ କରିବା ପାଇଁ ଗତ କାଲି ବିଳମ୍ବିତ ରାତିରେ ଆତର୍କିତ ଭାବେ ଲଜ୍‌ ଉପରେ ଚଢ଼ାଉ କରିଥିଲା ପୋଲିସ । ପୋଲିସ ଚଢାଉ କରି ସାତ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ 58 ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । କଣ୍ଟାବାଞ୍ଜି ପୋଲିସ ବାହାର ରାଜ୍ୟର ସାତ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ଶହ ନଗଦ 58 ଲକ୍ଷରୁ ଅଧିକ ଟଙ୍କା, ତାସ, ସାତଟି ମୋବାଇଲ ଫୋନ ଜବତ କରିଛି । ଏହା ଉପରେ ଅଧିକ ତଦନ୍ତ ଜାରି ରହିଥିବାରୁ ଜୁଆଡ଼ିଙ୍କ ସଂପର୍କରେ ଅଧିକ ତଥ୍ୟ ଦେବାକୁ ମନା କରିଛି କଣ୍ଟାବାଞ୍ଜି ପୋଲିସ । ଗିରଫ ହୋଇଥିବା ସମସ୍ତ ୭ଜଣ ଅଭିଯୁକ୍ତ ଆନ୍ଧ୍ରର ବୋଲି ଜଣାପଡ଼ିଛି ।

କଣ୍ଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଲଜରେ ଜୁଆ ଖେଳ ନେଇ ଆମେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଲୁ । ଖବର ପାଇ ପୋଲିସ ଟିମ ସେହି ଲଜରେ ଚଢାଉ କରିଥିଲା । ସେଠାରୁ ଜୁଆ ଖେଳ ସାମଗ୍ରୀଗୁଡିକ ଜବତ କରିବା ସହିତ ଜୁଆ ଖେଳରେ ଲିପ୍ତଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ୪ ମୁଠା ତାସ, ମୋବାଇଲ ଫୋନ, ବେଡସିଟ ଏବଂ ୫୮ ଲକ୍ଷରୁ ଅଧିକ ଟଙ୍କା ସେମାନଙ୍କଠାରୁ ଜବତ କରାଯାଇଛି । ଆମେ ୭ ଜଣକୁ ଗିରଫ କରିଛୁ । ଏସମ୍ପର୍କରେ ଥାନା ଏକ ମାମଲା ଦାୟର କରାଯାଇଛି । ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅଧିକ ତଦନ୍ତ ଜାରି ରହିଛି । "

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜୁଆଖେଳିବା ଘଟଣାରେ ଆନ୍ଧ୍ରର ୭ଜଣ ବ୍ୟକ୍ତିଙ୍କୁ ଗିରଫ କରି ଲକ୍ଷ ଲକ୍ଷ ଟଙ୍କା ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ଏଠାରେ ପ୍ରଶ୍ନ ଉଠୁଛି ଗିରଫ ହୋଇଥିବା ଆନ୍ଧ୍ରର ଏହି ବ୍ୟକ୍ତିମାନେ ଲକ୍ଷ ଲକ୍ଷ ଟଙ୍କା ଧରି ଜୁଆ ଖେଳିବାକୁ କଣ କଣ୍ଟାବାଞ୍ଜି ଆସିଥିଲେ ? ଏନେଇ ଲଜ୍‌ କତ୍ତୃପକ୍ଷ କଣ କିଛି ସୁରାକ ପାଇଲେନି ? ଲଜ୍‌ରେ ବେଆଇନ ଜୁଆ ଖେଳାଯିବା ଘଟଣାରେ ଲଜ୍‌ କତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ପୋଲିସ ? ନା ଆଉ କେଉଁ କାରଣ ପାଇଁ କଣ୍ଟାବାଞ୍ଜି ଆସିଥିଲେ ଅଭିଯୁକ୍ତ ? ଏଦିଗରେ ତଦନ୍ତ କରି ଅଭିଯୁକ୍ତଙ୍କ ଠାରୁ ସତ ଓଗାଳିବ କି ପୋଲିସ ? ଯାହାକି ପୋଲିସ ପାଇଁ ଏହା ଏକ ଚାଲେଞ୍ଜିଂ ମେଟର ବୋଲି ଆଲୋଚନା ହେଉଛି ।

ସେପଟେ ଅନ୍ନପୂର୍ଣ୍ଣା ଲଜ କତ୍ତୃପକ୍ଷ କେତେକ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବୟାନ ଦେଇଥିବା ଚର୍ଚ୍ଚ ହେଉଛି । ଲଜ କତ୍ତୃପକ୍ଷ କୁଆଡ଼େ କହିଛନ୍ତି ଦାଦନ କିଣିବାକୁ ଆସିଥିଲେ । ଦୁଇଟି ରୁମ ନେଇ ରହୁଥିଲେ । ଯଦି ଘଟଣା ସତ ତାହେଲେ ସାଙ୍ଘାତିକ ।

ସାଧାରଣରେ ଚର୍ଚ୍ଚା ହେଉଛି, ନୂଆଁଖାଇ ସରିବା ପରେ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, କଣ୍ଟାବାଞ୍ଚି, ପାଟଣାଗଡ଼ ଓ ଟିଟିଲାଗଡ଼ ଅଞ୍ଚଳକୁ ବାହାର ରାଜ୍ୟର ବେପାରୀ ଆସିଥାନ୍ତି । ସେମାନଙ୍କ ଉଦ୍ଦେଶ୍ୟ ଜିଲ୍ଲାରୁ ଦାଦନ ଶ୍ରମିକ କିଣିବା । ଏଥିପାଇଁ ଦାଦନ ସର୍ଦ୍ଦାରଙ୍କୁ ଭେଟି ଲକ୍ଷ ଲକ୍ଷ ଟଙ୍କା ଅଗ୍ରିମ ଦେଇଥାନ୍ତି । ପରବର୍ତ୍ତି ସମୟରେ ସଂପୃକ୍ତ ଦାଦନ ସର୍ଦ୍ଦାର ସେମାନଙ୍କ ପାଇଁ ଦାଦନ କିଣି ପଠାଇବାର ବ୍ୟବସ୍ଥା କରିଥାଏ । ପ୍ରତିବର୍ଷ ଧନକଟା ସରିବା ପରେ ଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏନେଇ ଜିଲ୍ଲା ଶ୍ରମ ବିଭାଗ ପାଖରେ କି ପୋଲିସ ପ୍ରଶାସନ ପାଖରେ କୌଣସି ଖବର ନଥାଏ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.