ବଲାଙ୍ଗୀର: ଜିଲ୍ଲାର ଏକ ଗାଁ ଉପରେ ପୋଲିସ ଚଢାଉ କରି ବିପୁଳ ପରିଣାମରେ ବେଆଇନ୍ ଦେଶୀ ମଦ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି। ବଲାଙ୍ଗୀର କୋରୋନା ପରିସ୍ଥିତିର ଫାଇଦା ନେଇ ମଦ ମାଫିଆ ସକ୍ରିୟ ଅଛନ୍ତି।
ସୋମବାର ପୋଲିସ ଏହିଭଳି ଏକ ଗାଁରେ ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ୍ ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ବଲାଙ୍ଗୀର ଦଙ୍ଗିଆ ଗ୍ରାମରେ ବେଆଇନ ଭାବରେ କିଛି ଲୋକ ଦେଶୀ ମାଡ଼ ତିଆରି କରୁଥିବା ପାଟଣା ଗଡ ପୋଲିସ ଜାଣିବାକୁ ପାଇଥିଲା। ଏହି ଗାଁ ଉପରେ ଚଢ଼ାଉ କରି 600 ଲିଟର ମଦ ଓ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପାତ୍ର ଓ ଗୋଟିଏ ବାଇକ୍ ଜବତ କରିଥିଲା। ଏହି ସଂକ୍ରାନ୍ତରେ ଏହି ଗ୍ରାମର ଉମାକାନ୍ତ ବାଗ, ତିକେମଣି ପୋଢ ଓ ଗଙ୍ଗାଧର ବିଶିକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍, ଇଟିଭି ଭାରତ