ETV Bharat / state

କାରାଗାରରେ କୋରୋନା, 59 କଏଦୀ ସଂକ୍ରମିତ - corona

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପକାରଗାରରେ 59ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 9ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ...

59ଜଣ କୋରୋନା ସଂକ୍ରମିତ
59ଜଣ କୋରୋନା ସଂକ୍ରମିତ
author img

By

Published : May 11, 2021, 7:37 AM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଏଥିରୁ ବାଦ ପଡିନି ବଲାଙ୍ଗୀର ପାଟଣାଗଡ ଉପକାରଗାର । ଉପକାରଗାରରେ 59ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

କାରାଗାରରେ କୋରୋନା

ଜିଲ୍ଲାରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । କ୍ଷମତାଠାରୁ ଅଧିକ ଅନ୍ତେବାସୀଙ୍କୁ ରଖା ଯାଇଥିବାବେଳେ ତାଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି। ଉପକାରଗାରରେ 90 ଜଣ ଅନ୍ତେବାସୀଙ୍କ ରହିବା ସୁବିଧା ଥିବା ବେଳେ ସେଠି 117 ଜଣ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ 59 ଜଣ କୋରୋନା ସଂକ୍ରମିତ ହୋଇଛନ୍ତି ।

ଟିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ନଅ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ସମାନ ଭାବରେ କୋରୋନା ସଂକ୍ରମଣ ରୋକିବାକୁ 29 ଜଣ ଅନ୍ତେବାସୀଙ୍କୁ କଣ୍ଟାବାଞ୍ଜି ଜେଲ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ କାରାଗାରରେ 50ଜଣ ସଂକ୍ରମିତ ଅନ୍ତେବାସୀଙ୍କୁ ସ୍ଵତନ୍ତ୍ର ସେଲରେ ରଖା ଯାଇଥିବାର ସୂଚନା ମିଳିଛି ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.