ETV Bharat / state

ଲଜରୁ 58 ଲକ୍ଷ ଟଙ୍କା ଜବତ ଘଟଣା, ବଦଳିଲେ କଣ୍ଟାବାଞ୍ଜି SDPO

କଣ୍ଟାବାଞ୍ଜି ଲଜରୁ 58 ଲକ୍ଷ ଟଙ୍କା ଜବତ ଘଟଣାରେ ବଦଳିଲେ SDPO । ଅନିୟମିତତା ଅଭିଯୋଗ ପରେ କାର୍ଯ୍ୟାନିଷ୍ଠାନ ଗ୍ରହଣ କରିଲେ ଏସପି । ଅଧିକ ପଢନ୍ତୁ

author img

By

Published : Sep 19, 2022, 11:29 AM IST

ଲଜରୁ 58 ଲକ୍ଷ ଟଙ୍କା ଜବତ ଘଟଣା, ବଦଳିଲେ କଣ୍ଟାବାଞ୍ଜି SDPO
ଲଜରୁ 58 ଲକ୍ଷ ଟଙ୍କା ଜବତ ଘଟଣା, ବଦଳିଲେ କଣ୍ଟାବାଞ୍ଜି SDPO

ବଲାଙ୍ଗୀର: କଣ୍ଟାବାଞ୍ଜି ଲଜରୁ ଟଙ୍କା ଜବତ ଘଟଣା । ଅନିୟମିତତା ଅଭିଯୋଗ ପରେ ବଦଳିଲେ SDPO । ଅନିୟମିତତା ଅଭିଯୋଗ ପରେ କାର୍ଯ୍ୟାନିଷ୍ଠାନ ଗ୍ରହଣ କରିଲେ ଏସପି । ତଦନ୍ତ ଦାୟିତ୍ବରେ ଥିବା ଏସଡିପିଓଙ୍କୁ ବଦଳି କଲେ ଏସପି ।

ସୂଚନାଅନୁସାରେ, ଗତ 16 ତାରିଖ ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ସହର ସ୍ଥିତ ଅନ୍ନପୂର୍ଣ୍ଣା ଲଜରେ ଜୁଆ ଖେଳଚାଲିଥିବା ସୂଚନାରେ କଣ୍ଟାବାଞ୍ଜି ପୋଲିସ୍ ଚଢାଉ କରିଥିଲା । ଲଜରେ ଜୁଆ ଖେଳୁଥିବା 7 ଜଣଙ୍କ ସମେତ ସେମାନଙ୍କଠୁ ତାସ, ବେଡ ସିଟ, ମୋବାଇଲ ଫୋନ ଓ ନଗଦ 58 ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଛାଡ଼ି ଦେଇଥିଲା ପୋଲିସ୍ । ତେବେ ଜବତ ଟଙ୍କାର ପ୍ରକୃତ ହିସାବ ଅଧିକ ଥିବାର ଅଭିଯୋଗ ଆସିବା ସହ କଣ୍ଟାବାଞ୍ଜି ପୋଲିସ୍ ସେଥିରେ ଅନିୟମିତତା କରିଥିବାର ଅଭିଯୋଗ ଆସିଥିଲା । ଜବତ ଟଙ୍କା 58 ଲକ୍ଷ ନୁହେଁ ବରଂ ତାଠାରୁ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା । ପୋଲିସ୍ ଉପରେ ଲୋକଙ୍କ ସନ୍ଦେହ ମଧ୍ୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ

ଯାହା ପରେ ବଲାଙ୍ଗୀର ଏସପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ବଲାଙ୍ଗୀର ଅତିରିକ୍ତ ଏସପି ଏହାର ତଦନ୍ତ କରି ଏସପିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଯାହାକୁ ଆଧାର କରି ବଲାଙ୍ଗୀର ଏସପି ନୀତିନ କୁଶଳ କର କଣ୍ଟାବାଞ୍ଜି ଏସଡିପିଓ ଡ଼ାକ୍ତର ହୃଷି କେଶ୍ ମେହେରଙ୍କୁ କଣ୍ଟାବାଞ୍ଜିରୁ ବଦଳି କରିଛନ୍ତି । ଏହାସହ ତାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇ ଥିବାର ସୂଚନା ମିଳିଛି ।

କଣ୍ଟାବାଞ୍ଜି ପୋଲିସ୍ ଜବତ କରିଥିବା ଟଙ୍କା ଗଣତିରେ କିମ୍ବା ଅନ୍ୟ କୌଣସି ଅନିୟମିତତା ଥିବାର ସେ ସ୍ବୀକାର କରିଛନ୍ତି। ସେହିପରି ସେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ବଲାଙ୍ଗୀର ଅତିରିକ୍ତ ଏସପି ନିଜେ ଏହାର ତଦନ୍ତ କରୁଥିବା ଏସପି କହିଛନ୍ତି । ସମାନ ଭାବରେ ତଦନ୍ତ ରିପୋର୍ଟ ହସ୍ତଗତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଅନ୍ୟପଟେ ଜୁଆ ଖେଳ ହେଉଥିବା ଅଭିଯୋଗରେ ଟଙ୍କା ସହ ଗିରଫ କରିଥିବା ସାତ ଜଣଙ୍କୁ ମଧ୍ୟ ପୋଲିସ୍ ଛାଡ଼ି ଦେଇଥିବାର ଜଣାପଡ଼ିଛି । ତେବେ କଣ୍ଟାବାଞ୍ଜି ପୋଲିସ୍ ଏହି ମାମଲାରେ ହରଡଘଣାରେ ପଡ଼ିଥିବା ବେଳେ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.