ETV Bharat / state

ଲଜରୁ 58 ଲକ୍ଷ ଟଙ୍କା ଜବତ ଘଟଣା, ଏସପିଙ୍କ ତଦନ୍ତ ନିର୍ଦ୍ଦେଶ

ବଲାଙ୍ଗୀର ଲଜରୁ ଟଙ୍କା ଜବତ ଘଟଣା । ଜବତ ଲକ୍ଷାଧିକ ଟଙ୍କାର ପତ୍ତା ପାଇନାହିଁ ପୋଲିସ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସପି । ଅଧିକ ପଢନ୍ତୁ

author img

By

Published : Sep 18, 2022, 12:49 PM IST

cash seized in lodge case
ଲଜରୁ 58 ଲକ୍ଷ ଟଙ୍କା ଜବତ ଘଟଣା, ଏସପିଙ୍କ ତଦନ୍ତ ଜାରି

ବଲାଙ୍ଗୀର: ଜିଲ୍ଲା କଣ୍ଟାବାଞ୍ଜି ଲଜରୁ ଟଙ୍କା ଜବତ ଘଟଣା । ଚଢାଉ କରି ଲଜରୁ ଜବତ ହୋଇଥିବା 58 ଲକ୍ଷ ଟଙ୍କାର ପ୍ରକୃତ ହିସାବ ମିଳୁନାହିଁ । ବଲାଙ୍ଗୀର ଏସପି ସମ୍ପୃକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଟାବାଞ୍ଜି ସ୍ଥିତ ଅନ୍ନପୂର୍ଣ୍ଣା ଲଜରେ ପୋଲିସ ଚଢାଉ କରି ଆନ୍ଧ୍ରର 7ଜଣଙ୍କୁ ଗିରଫ କରିବା ସହ 58 ଲକ୍ଷ୍ୟ ଜବତ କରିଥିଲା ।

ବିଶେଷ ସୁତ୍ରରୁ ଖବର ପାଇ ଅନ୍ନପୂର୍ଣ୍ଣା ଲଜରେ ଅଚାନକ ଚଢାଉ କରିଥିଲା ପୋଲିସ । ସେପ୍ଟେମ୍ବର 16 ତାରିଖରେ ଏହି ମିଶନରେ ବାହାରିଥିଲା ପୋଲିସ । ଲଜରେ ଜୁଆ ଖେଳୁଥିବା 7 ଜଣଙ୍କ ସମେତ ସେମାନଙ୍କଠୁ ତାସ, ବେଡ ସିଟ, ମୋବାଇଲ ଫୋନ ଓ ନଗଦ 58 ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । ଜବତ ଟଙ୍କା 58 ଲକ୍ଷ ନୁହେଁ ବରଂ ତାଠାରୁ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା । ପୋଲିସ୍ ଉପରେ ଲୋକଙ୍କ ସନ୍ଦେହ ମଧ୍ୟ ହୋଇଥିଲା । ଯାହା ଉପରେ ନିଜେ ଏସପି ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଏହା ବି ପଢନ୍ତୁ...ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ

କଣ୍ଟାବାଞ୍ଜି ପୋଲିସ୍ ଜବତ କରିଥିବା ଟଙ୍କା ଗଣତିରେ କିମ୍ବା ଅନ୍ୟ କୌଣସି ଅନିୟମିତତା ଥିବାର ସେ ସ୍ବୀକାର କରିଛନ୍ତି। ସେହିପରି ସେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ବଲାଙ୍ଗୀର ଅତିରିକ୍ତ ଏସପି ନିଜେ ଏହାର ତଦନ୍ତ କରୁଥିବା ଏସପି କହିଛନ୍ତି । ସମାନ ଭାବରେ ତଦନ୍ତ ରିପୋର୍ଟ ହସ୍ତଗତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଅନ୍ୟପଟେ ଜୁଆ ଖେଳ ହେଉଥିବା ଅଭିଯୋଗରେ ଟଙ୍କା ସହ ଗିରଫ କରିଥିବା ସାତ ଜଣଙ୍କୁ ମଧ୍ୟ ପୋଲିସ୍ ଛାଡ଼ି ଦେଇଥିବାର ଜଣାପଡ଼ିଛି । ତେବେ କଣ୍ଟାବାଞ୍ଜି ପୋଲିସ୍ ଏହି ମାମଲାରେ ହରଡଘଣାରେ ପଡ଼ିଥିବା ବେଳେ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.