ETV Bharat / state

Fake Certificate Racket: ରାଜ୍ୟ ଓ ରାଜ୍ୟ ବାହାରେ ତଦନ୍ତ କରିବ ୪ଟି ସ୍ବତନ୍ତ୍ର ଟିମ - 27 ବିଶ୍ୱ ବିଦ୍ୟାଳୟର ଜାଲ ସାର୍ଟିଫିକେଟ

ନକଲି ସାର୍ଟିଫିକେଟ୍ ମାମଲାରେ ମୁଖ୍ୟ କିଙ୍ଗ୍‌ପିନ୍‌ ଗିରଫ ପରେ ଆହୁରି ଅଧିକ ତଦନ୍ତ କରୁଛି ପୋଲିସ । ୪ଟି ସ୍ବତନ୍ତ୍ର ଟିମ ରାଜ୍ୟ ଓ ରାଜ୍ୟ ବାହାରେ କରିବେ ତଦନ୍ତ । ଅଧିକ ପଢନ୍ତୁ

Fake certificate racket
Fake certificate racket
author img

By

Published : Mar 30, 2023, 4:45 PM IST

ନକଲି ସାର୍ଟିଫିକେଟ୍ ମାମଲା

ବଲାଙ୍ଗୀର : ଜିଲ୍ଲାରେ ଜାଲ ସାର୍ଟିଫିକେଟ୍ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନକଲି ସାର୍ଟିଫିକେଟ ସିଣ୍ଡିକେଟ କେବଳ ବଲାଙ୍ଗୀର ନୁହେଁ ରାଜ୍ୟ ବାହାରକୁ ଲମ୍ବିଛି ଏହାର ଚେର। ତେବେ ମୁଖ୍ୟ କିଙ୍ଗ୍‌ପିନ ଗିରଫ ପରେ ଆହୁରି ଅଧିକ ତଦନ୍ତ କରୁଛି ପୋଲିସ । ୪ଟି ସ୍ବତନ୍ତ୍ର ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାରେ କରିବେ ତଦନ୍ତ । ଯେଉଁଥିରେ ସାଇବର ଟିମ୍‌ ଏହାର ଆର୍ଥିକ ନେଣଦେଣର କରିବ ଯାଞ୍ଚ । ସେହିପରି ଏହାର ଟେକ୍ନିକାଲ ବିଷୟକୁ ମଧ୍ୟ ଏମାନେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ । ଏଥିସହ ଆଉ ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିବ । 27 ବିଶ୍ୱ ବିଦ୍ୟାଳୟର ଜାଲ୍‌ ସାର୍ଟିଫିକେଟ କେମିତି ବିକ୍ରି ହେଉଥିଲା ତାହାର ତଦନ୍ତ କରିବ ।

ସେହିପରି ଆଉ ଗୋଟିଏ ଟିମ ରାଜ୍ୟ ମଧ୍ୟରେ ତଦନ୍ତ କରିବା ସହ ଅନ୍ୟ ଏକ ଟିମ୍‌ ସାର୍ଟିଫିକେଟ ନେଇଥିବା, କିମ୍ବା ଏଥିରେ ସାମିଲ ଥିବା ଲୋକ ସହ ଜାଲ ସାର୍ଟିଫିକେଟରେ ଚାକିରି କରୁଛନ୍ତି କି, ସେନେଇ ତଦନ୍ତ କରିବ । ତେବେ ଏହି ଜାଲ ସାର୍ଟିଫିକେଟ କିଣିବାରେ ସାଧାରଣ ଅସାଧୁ ବ୍ୟକ୍ତିଙ୍କ ଛଡା କିଛି ଦୁର୍ଦ୍ଧାନ୍ତ ଅପରାଧୀ ମଧ୍ୟ ସାର୍ଟିଫିକେଟ୍‌ କିଣି ଥିବା ପୋଲିସ ତଥ୍ୟ ପାଇଛି । ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ ବଲାଙ୍ଗୀରରେ ଦୁର୍ଦ୍ଧାନ୍ତ ଅପରାଧୀ ବବଲୁ ମହାନନ୍ଦ ଯୁକ୍ତ ୨ ସାର୍ଟିଫିକେଟ ଏଇଠୁ କିଣିଥିଲା । ଯାହା ଉତ୍ତର ପ୍ରଦେଶର ହୋଇଥିବା ବେଳେ ସାର୍ଟିଫିକେଟ ମୁତାବକ ସେ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛି । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସବୁଠି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବବଲୁ ମହାନନ୍ଦ ଜଣେ ପେଶା ଗତ ଅପରାଧୀ ହୋଇଥିବା ବେଳେ ପୋଲିସ ତାକୁ ଥରେ ଏନକାଉଣ୍ଟର ମଧ୍ୟ କରି ସାରିଛି । ଏବେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କରି ସେ ବଲାଙ୍ଗୀର ଜେଲରେ ଅଛି ।

ତେବେ ପୋଲିସର ସୂଚନା ଅନୁସାରେ, 2016ରୁ ବଲାଙ୍ଗୀରର ରିଲାଏନ୍ସ କୋଚିଂ ସେଣ୍ଟର ନାଁରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଏହି ଗୋରଖ ଧନ୍ଦା ଚଳାଇଥିଲା । ଏଯାବତ 5 ହଜାରରୁ ଊର୍ଦ୍ଧ୍ବ ଜାଲ ସାର୍ଟିଫିକେଟ ବିକ୍ରି କରିଥିବାର ଜଣା ପଡ଼ିଛି । ତେବେ ଏହି ଗୋରଖ ଧନ୍ଦା ବେଧଡକ ଏଠି ଚାଲିଥିବା ବେଳେ ନିକଟରେ ଡାକଘର ଖାଲି ପଦବୀ ପାଇଁ ଆବେଦନ ପତ୍ର ସବୁର ଯାଞ୍ଚ ହୋଇଥିଲା । ଯେଉଁଥିରେ 37 ଜଣଙ୍କ ସାର୍ଟିଫିକେଟ ଜାଲ୍‌ ବୋଲି ଜଣା ପଡିଥିଲା । ଏହାପରେ ମାମଲା ଥାନାକୁ ଆସିଥିଲା । ପୋଲିସ ଏହାର ଚେର ଖୋଜି ଏହି କେଳେଙ୍କାରୀର ମୁଖ୍ୟ ମନୋଜ ମିଶ୍ର ସହିତ 19 ଜଣଙ୍କୁ ଗିରଫ କରିଥିଲା । ସେହିପରି କୋଚିଂ ସେଣ୍ଟରରୁ ମାଳମାଳ ନକଲି ସାର୍ଟିଫିକେଟ ସିଲ୍‌ ଷ୍ଟାମ୍ପ ସହ ଏକ ଗୁପ୍ତ ଡାଏରୀ ପୋଲିସ ଜବତ କରିଥିଲା । ଡାଏରୀରେ ସବୁ ଜାଲ ସାର୍ଟିଫିକେଟର ନେଣଦେଣର ରହିଥିଲା ତଥ୍ୟ । ଯାହା ପୋଲିସର ତଦନ୍ତରେ ସାହାଯ୍ୟ କରିଛି । ସେପଟେ ଡାକ ବିଭାଗ ନକଲି ସାର୍ଟିଫିକେଟରେ ଚାକିରି କରୁଥିବା ୪ ଜଣଙ୍କ ନାଁରେ ପୁଣି ମାମଲା ଥାନାରେ ରୁଜୁ ହୋଇଛି । ଯେଉଁଥିରେ ଜଗନ୍ନାଥ ପୋଢ଼ ବିପିଏମ, ପୂଜା ମେହେର ବିପିଏମ, ରଘୁନାଥ ମେହେର ଏବିପିଏମ ଓ କୋକିଲ ମେହେର ଏବିପିଏମ ଭାବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି ।

ଏନେଇ ବଲାଙ୍ଗୀର ଡାକ ବିଭାଗ ଅଧିକ୍ଷକ ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି, "ଗତ ଅଗଷ୍ଟ ମାସରେ ଡାକ ବିଭାଗରେ ନିଯୁକ୍ତି ବିଜ୍ଞପ୍ତି ବାହାରିଥିଲା । ଅନେକ ଆଶାୟୀ ଆବେଦନ କିରଥିବା ବେଳେ ମେରିଟ୍‌ ଲିଷ୍ଟ ଅନୁଯାୟୀ ଆଶାୟୀଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ଯେଉଁଥିରେ ଆବେଦନକାରୀ ଅଧିକ ମାର୍କ ରଖିଥିବା ବେଳେ ସବୁ ସାର୍ଟିଫିକେଟ ଉତ୍ତର ପ୍ରଦେଶର ଥିଲା । ସାର୍ଟିଫିକେଟ ନେଇ ସନ୍ଦେହ ହେବାରୁ ଯାଞ୍ଚ ବଳେ ପଚରାଉଚରା ସମୟରେ କିଛି ଆବେଦନକାରୀ ତାହା କିଣି ଥିବା ସ୍ପଷ୍ଟ କରିଥିଲେ । ସେହିପରି ଏସବୁ ସାର୍ଟିଫିକେଟ ଯାଞ୍ଚ ପାଇଁ ବିଭାଗ ସମ୍ପୃକ୍ତ କଲେଜ ଓ ୟୁନିଭର୍ସିଟିକୁ ଚିଠି କରିଥିଲେ । ହେଲେ ସେଠୁ ସବୁ ଠିକ୍‌ ଥିବା ସହ ଭେରିଫାଇଡ଼ ବୋଲି ଏକ ଚିଠି ଆସିଥିଲା । ବର୍ତ୍ତମାନ ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ଲୋକ ଓ ଏବେ ଆବେଦନ କରିଥିବା ଲୋକଙ୍କ ନାଁରେ ଅଭିଯୋଗ ହୋଇଛି ।

ସେପଟେ ଜାଲ ସାର୍ଟିଫିକେଟ ପାଇଁ ଯୋଗ୍ୟ ପ୍ରାର୍ଥୀ ବାଦ ପଡ଼ୁଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ବଲାଙ୍ଗୀରର ଶିକ୍ଷାବିତ ପ୍ରଦୀପ ଷଡଙ୍ଗୀ । ସେ କହିଛନ୍ତି, "ମାଆବାପା ତାଙ୍କ ପିଲାଙ୍କୁ ଯୋଗ୍ୟ କରିବା ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ମେଧାବୀ ଛାତ୍ରଛାତ୍ରୀ ବର୍ଷବର୍ଷ ଧରି ଛୋଟରୁ ବଡ ହେବା ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ଅସଲି ମାର୍କ ଓ ସାର୍ଟିଫିକେଟ ପାଇ ଥାଆନ୍ତି । କିନ୍ତୁ ଏହି ନକଲି ସାର୍ଟିଫିକେଟଧାରୀଙ୍କ ଯୋଗୁଁ ବିଫଳ ହେବାରୁ ସେମାନେ ଭାଙ୍ଗି ପଡିଛନ୍ତି । ଯାହା ଆମ ସମାଜ ପାଇଁ ଶୁଭଙ୍କର ନୁହେଁ ।"

ଏହାର ଦୋଷୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ଦାବି କରିଛନ୍ତି ଶିକ୍ଷାବିତ ପ୍ରଦୀପ ଷଡଙ୍ଗୀ । ସେପଟେ ପୋଲିସ SDPO ତୋଫାନ ବାଗ ଏହି ମାମଲାରେ ପୋଲିସ ତାର ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଥିବା ସୁଚନା ଦେଇଛନ୍ତି । ବଲାଙ୍ଗୀର SPଙ୍କ ନିର୍ଦ୍ଦେଶ କ୍ରମେ ଏହାର ଚେରଠୁ ନେଇ ସବୁ ଲିଙ୍କ୍‌କୁ ତଦନ୍ତ କରା ଯାଉଥିବା କଥା ସେ କହିଛନ୍ତି । ପୋଲିସର ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରା ଯାଇଛି ବୋଲି ସେ କହିଛନ୍ତି । ସେହିପରି ଏମାନେ ରାଜ୍ୟ ଓ ରାଜ୍ୟ ବାହାରେ ଟେକ୍ନିକାଲ ପାର୍ଟ ଓ ଅନ୍ୟ ସବୁ ଲିଙ୍କ୍‌କୁ ନେଇ ତଦନ୍ତ କରିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.