ETV Bharat / state

ଦ୍ବିତୀୟ ଦିନରେ ବଲାଙ୍ଗୀର ବନ୍ଦ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅନୁଷ୍ଠାନ ବନ୍ଦ

author img

By

Published : Dec 19, 2019, 9:54 PM IST

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ, ଲୋୟର ସୁକତେଲ ପ୍ରକଳ୍ପ ଓ ବାଇପାସ ଦାବି ନେଇ ବନ୍ଦ ଡ଼ାକରା ଦ୍ଵିତୀୟ ଦିନରେ ପହଞ୍ଚିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

2nd-day-bolangir-strike-for-demand-of-highcourt-bench-and-lowyer-suktel-project
ଫଟୋ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ବଲାଙ୍ଗୀର: ଜିଲ୍ଲାରେ ବନ୍ଦ ଡ଼ାକରା ଦ୍ଵିତୀୟ ଦିନରେ ପହଞ୍ଚିଛି । ସମସ୍ତ ସରକାରୀ କାର୍ଯ୍ୟାଳୟ ଅଚଳ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ ଅନୁଷ୍ଠାନ ବନ୍ଦ ରହିଛି । ସେପଟେ ଏହି ଦାବି ପୂରଣ ନ ହେଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର କରିବେ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ବଲାଙ୍ଗୀର ବନ୍ଦ ଦ୍ବିତୀୟ ଦିନ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ

ବଲାଙ୍ଗୀରରେ ଦୀର୍ଘଦିନରୁ ଦାବି ହୋଇଆସୁଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଓ ବାଇପାସ ଦାବି ନେଇ ଚାଲିଥିବା ଦୁଇ ଦିନିଆ ବଲାଙ୍ଗୀର ବନ୍ଦର ପ୍ରଭାବ ଜିଲ୍ଲାର ସବୁ ଆଡେ ଦେଖିବାକୁ ମିଳିଛି । ଆନ୍ଦୋଳନର ନେତୃତ୍ବ ନେଉଥିବା କ୍ରିୟାନୁଷ୍ଠାନ କମିଟି ଓ ତାକୁ ସମର୍ଥନ କରୁଥିବା ଶତାଧିକ ସଂଗଠନ ସହରରେ ପିକେଟିଂ କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ସହରର ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ କଚେରୀ ସମେତ ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିଛି ।

ତେବେ ଦୁଇଦିନିଆ ବନ୍ଦ ସଫଳ ହୋଇଥିବାବେଳେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି । ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବା ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ସରକାର ଅଣଦେଖା କଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

Intro:ବଲାଙ୍ଗୀରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ,ଲୋୟର ସୁକ୍ତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ବାୟପାସ ଦାବି ନେଇ ବନ୍ଦ ଡ଼ାକରାରେ ଆଜି ଦ୍ଵିତ୍ୟିୟ ଦିନରେ ବଲାଂଗୀର ସରକାରୀ କଲ ଆଜି ବି ଅଚଳ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ ଅନୁଷ୍ଠାନ ଆଜିବି ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେପଟେ ଏହି ଦାବି ପୁରଣ ନ ହେଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର କରିବେ ବୋଲି ଆନ୍ଦୋଳନ କାରି କହିଛନ୍ତି ।

Body:ବଲାଙ୍ଗୀରରେ ପୁନଃ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକ୍ତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଓ ଵ୍ୟାପାସ ଦାବି ନେଇ ଚାଲିଥିବା ଦୁଇ ଦିନିଆ ବଲାଂଗୀର ବନ୍ଦରେ ଆଜି ମଧ୍ୟ ଜିଲ୍ଲାର ସବୁ ସରକାରୀ କଲ ଅଚଳ ରହିଛି। ଏଥିରେ ଆଜି ମଧ୍ୟ ଆନ୍ଦୋଳନର ନେତୃତ୍ୱ ନେଉଥିବା କରିଆ ଅନୁଷ୍ଠାନ କମିଟି ଓ ତାକୁ ସମର୍ଥନ ଦବୁଥିବା ଶତାଧିକ ସଂଘଠନ ସହରରେ ପ୍ରିକେଟିଙ୍ଗି କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ବେଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ କଚେରୀ ସମେତ ସବୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କାର୍ଯ୍ୟାଳୟ ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ଦୁଇଦିନିଆ ବନ୍ଦ ସଫଳ ହୋଇଥିବା ବେଳେ ବନ୍ଦ ଶାନ୍ତି ପୂର୍ଣ୍ଣ ରହିଛି । ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ କରା ହେବ ବୋଲି ଆନ୍ଦୋଳନ କାରି କହିଛନ୍ତି । ଏବଂ ସରକାର ଏମିତି ଅନଶୁଣା କଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନ କାରି କହିଛନ୍ତି ।

ବାଇଟ ଗୋପଲଜି ପାଣିଗ୍ରାହୀ ଆବାହକ କ୍ରିୟା ଅନୁଷ୍ଠାନ କମିଟି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.