ବଲାଙ୍ଗୀର: ପୁନଃ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ବଲାଙ୍ଗୀରରେ ଚାଲିଥିବା ବନ୍ଦ ଗୁରୁବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଜିଲ୍ଲା ଓକିଲ ସଂଘ ସମେତ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ସହରରେ ପିକେଟିଂ କରି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ କୁହାଯାଇଥଲା। ଏହା ସହିତ ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ କଚେରୀ ମଧ୍ୟ ବନ୍ଦ ରହିଥିଲା।
ତେବେ ଦୁଇ ଦିନି ଧରି ଚାଲିଥିବା ବନ୍ଦ ସଫଳ ହୋଇଥିବା ବେଳେ ଏହା ଶାନ୍ତିପୂର୍ଣ୍ଣ ରହିଛି। ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବା ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇଦିନ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖାଯିବ ଆନ୍ଦୋଳନକାରୀ ଜଣାଇଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ