ETV Bharat / state

ବାହାର ରାଜ୍ୟକୁ ଦାଦନ ଚାଲାଣବେଳେ 29 ଶ୍ରମିକ ଉଦ୍ଧାର

author img

By

Published : Dec 22, 2020, 4:42 PM IST

ବଲାଙ୍ଗୀରରୁ ବାହାର ରାଜ୍ୟକୁ ବେଆଇନ ଦାଦନ ଶ୍ରମିକ ଚାଲାଣବେଳେ 29 ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ...

29 dadan labour rescued in balangir
ବାହାର ରାଜ୍ୟକୁ ଦାଦନ ଚାଲାଣ ବେଳେ 29 ଉଦ୍ଧାର

ବଲାଙ୍ଗୀର: ଜିଲ୍ଲାରୁ 29 ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀରରୁ ବାହାର ରାଜ୍ୟକୁ ବେଆଇନ ଦାଦନ ଚାଲାଣ ସକ୍ରିୟ ଥିବାବେଳେ ମଙ୍ଗଳବାର ଏହି ଶ୍ରମିକ ଚାଲାଣବେଳେ 29 ଦାଦନଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ 11 ଜଣ ମହିଳା ଓ 8 ଜଣ ଶିଶୁ ରହିଛନ୍ତି । ସମସ୍ତ ଶ୍ରମିକ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଛତ୍ରଙ୍ଗ ଗାଁର ହୋଇଥିବା ପୋଲିସ ସୂଚନା ଦେଇଛି ।

ବାହାର ରାଜ୍ୟକୁ ଦାଦନ ଚାଲାଣ ବେଳେ 29 ଉଦ୍ଧାର

ଦାଦନ ଶ୍ରମିକ ଚାଲାଣ ନେଇ ବଙ୍ଗୋମୁଣ୍ଡା ପୋଲିସ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ପୋଲିସ ଛତ୍ରଙ୍ଗ ଗାଁରେ ପହଞ୍ଚି ତିନୋଟି ବୋଲେରୋ ଗାଡି ଓ ଦୁଇଟି ଅଟୋର ଯାଞ୍ଚ କରିଥିଲା । ଯେଉଁଥିରେ 29 ଜଣ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲାଣ ପାଇଁ ରେଲଓ୍ବେ ଷ୍ଟେସନ ନିଆଯାଉଥିଲା । ତେବେ ବିନା ରେଜିଷ୍ଟ୍ରେସନରେ ଶ୍ରମିକମାନେ ବାହାର ରାଜ୍ୟକୁ ଯାଉଥିଲେ । ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ସେମାନଙ୍କ ଘରେ ଛାଡି ଦେଇଥିବା ଜଣାପଡିଛି । ଅନ୍ୟପଟେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରି ଏହି ଚାଲାଣରେ କେଉଁ ଦଲାଲ ସମ୍ପୃକ୍ତ ଅଛନ୍ତି, ସେନେଇ ଛାନଭିନ କରୁଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.