ବଲାଙ୍ଗୀର: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଦୁଇଟି ପଞ୍ଚାୟତକୁ ସଟ ଡାଉନ୍ କଲେ ଦୁଇ ସରପଞ୍ଚ । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ୍ ଧୁମଭଟା ପଞ୍ଚାୟତ ସରପଞ୍ଚ ଯମୁନା ରଣା ଏହି ପଞ୍ଚାୟତରେ କୋରୋନା ପଜେଟିଭ ବାହାରିବା ପରେ ସଂପୃକ୍ତ ଧୁମଭଟା ପଞ୍ଚାୟତକୁ 48 ଘଣ୍ଟା ପାଇଁ ସଟ ଡାଉନ୍ କରିଛନ୍ତି ।
ସମାନ ଭାବରେ ତୁରେକେଳା ବ୍ଲକ୍ ସିନ୍ଧକେଲା ପଞ୍ଚାୟତରେ ମଧ୍ୟ କୋରୋନା ପଜେଟିଭ ବାହାରିବା ପରେ ଏଠାକାର ସରପଞ୍ଚ ରାଜା ଥାନପତି ସଂପୃକ୍ତ ପଞ୍ଚାୟତକୁ 48 ଘଣ୍ଟା ପାଇଁ ସଟଡାଉନ୍ କରିଛନ୍ତି । ଏହି ଅଞ୍ଚଳରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।
ବଲାଙ୍ଗୀର ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ