ETV Bharat / state

ଟ୍ରେନରେ ସିଟ୍ ପାଇଁ ମହାଭାରତ, ସ୍ତ୍ରୀଙ୍କୁ କମେଣ୍ଟ ମାରିବାରୁ 2 ଯାତ୍ରୀଙ୍କ ବେକ କାଟିଲେ ସ୍ବାମୀ

author img

By ETV Bharat Odisha Team

Published : Sep 15, 2023, 4:14 PM IST

ଟ୍ରେନରେ ପତ୍ନୀଙ୍କୁ କମେଣ୍ଟ ମାରିବାରୁ 2 ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସ୍ବାମୀ । ସିଟ୍ ପାଇଁ ଏଭଳି ବଚସା ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ

2 men brutally attacked in train
ଟ୍ରେନରେ ସିଟ୍ ପାଇଁ ମରଣାନ୍ତକ ଆକ୍ରମଣ
ଟ୍ରେନରେ ସିଟ୍ ପାଇଁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: କମେଣ୍ଟ ମାରିବାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ । ଟ୍ରେନରେ ପତ୍ନୀଙ୍କୁ କମେଣ୍ଟ ମାରିବାରୁ 2 ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସ୍ବାମୀ । ଧାରୁଆ ଅସ୍ତ୍ର ସାହାଯ୍ୟରେ ବେକ କାଟି ଦେବାରୁ 2 ଯୁବକ ବର୍ତ୍ତମାନ ଗୁରୁତର ଥିବା ଜଣା ପଡିଛି। ଆରପିଏଫ୍‌ ପୋଲିସ ଦ୍ଵାରା ଦମ୍ପତିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଜଣା ପଡ଼ିଛି । ପୁରୀ ଗାନ୍ଧୀଧାମ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ଟ୍ରେନର ଜେନେରାଲ ବଗିରେ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ବି. ଚନ୍ଦ୍ରଶେଖର ରେଡ୍ଡୀ ସୁରଟରୁ ନିଜ ଘରକୁ ଫେରୁଥିଲେ । ସେହିପରି ସେହି ଟ୍ରେନର ସମାନ ବଗିରେ ସିକନ୍ଦରାବାଦର ବି. ତ୍ରିନାଥ ନାମକ ଜଣେ ବ୍ୟକ୍ତି ଯାତ୍ରା କରୁଥିଲେ । ତ୍ରିନାଥ ଜଣେ ଇଟା ଭାଟି ମାଲିକ ହୋଇଥିବାବେଳେ ଶ୍ରମିକମାନଙ୍କୁ ଅଗ୍ରିମ ଟଙ୍କା ଦେବା ପାଇଁ ସେ କଣ୍ଟାବାଞ୍ଜି ସହର ଆସିଥିଲେ । ଟ୍ରେନରେ କଣ୍ଟାବାଞ୍ଜିରୁ ବ୍ରହ୍ମପୁରକୁ ଯାତ୍ରା କରୁଥିବା ସମୟରେ ସିଟ୍‌କୁ ନେଇ ବ୍ରହ୍ମପୁର ଅଞ୍ଚଳର ବି. ଚନ୍ଦ୍ରଶେଖର ରେଡ୍ଡୀ ବା ଚଗଲା ନାୟକଙ୍କ ସହ ତ୍ରିନାଥଙ୍କ ବଚସା ହୋଇଥିଲା l ଏନେଇ ଚଗଲା କୌଣସି ଧାରୁଆ ଅସ୍ତ୍ରରେ ତ୍ରିନାଥଙ୍କ ତଣ୍ଟିକୁ ଆକ୍ରମଣ କରିଥିଲା l ଏନେଇ ପାଖରେ ଥିବା ଯାତ୍ରୀ ଚନ୍ଦ୍ରଶେଖର ପାଟି କରିବାରୁ ଅଭିଯୁକ୍ତ ଚଗଲା ତାଙ୍କ ବେକରେ ମଧ୍ୟ ବ୍ଲେଡ୍‌ ଚଲାଇ ଦେଇଥିଲା l

ମୁରିବାହାଲ ଏବଂ ରଏନଭଟା ରେଳ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିବାବେଳେ ଟ୍ରେନଟି କିଛି ସମୟ ପାଇଁ ଅଟକି ରହିଥିଲା l ପରେ ଖବର ପାଇ ଟିଟିଲାଗଡ଼ ରେଳ ଜଙ୍କସନରେ ରେଳ ସୁରକ୍ଷା ବଳ ଉଭୟ ଆହତଙ୍କୁ ଆଣି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି l ଅଭିଯୁକ୍ତ ଚଗଲା ଏବଂ ତାଙ୍କ ପତ୍ନୀଙ୍କୁ ଅଟକ ରଖାଯାଇଛି l ଦମ୍ପତିଙ୍କ କହିବା ଅନୁଯାୟୀ, "ଜି ତ୍ରିନାଥ ସିଟକୁ ନେଇ ଚଗଲାଙ୍କ ସ୍ତ୍ରୀ ମିନତୀ ନାୟକଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିଲେ l ଯାହାକୁ ନେଇ ସେ ଉତକ୍ଷିପ୍ତ ହୋଇ ବ୍ଲେଡରେ ତଣ୍ଟି କାଟି ଥିବା କଥା କହିଛନ୍ତି l ଅପରପକ୍ଷେ, "ଟ୍ରେନ ଭିତରେ ସେମିତି କିଛି ଘଟଣା ଘଟି ନଥିଲା" ବୋଲି କହିଛନ୍ତି ଇଟାଭାଟି ମାଲିକ ଜି ତ୍ରିନାଥଙ୍କ ସହ ରହିଥିବା ତାଙ୍କ ସହଯୋଗୀ ନାଗେଶ୍ୱର ବେହେରା l

ଏହା ବି ପଢନ୍ତୁ...ସିଗାରେଟ୍ ପିଉଥିଲେ ଜୁନିୟର; ଅଭିଯୋଗ କରିବାରୁ ଯୁକ୍ତ ଦୁଇ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

ନାଗେଶ୍ୱର ବେହେରା କହିଛନ୍ତି, "ଚଗଲା ନାୟକ ତଥା ତାଙ୍କ ସ୍ତ୍ରୀ ସହ ତ୍ରିନାଥ କୌଣସି ଦୁର୍ବ୍ୟବହାର କରିନଥିଲେ । ସିଟରେ ବସିବାକୁ କହିବାରୁ ସମ୍ପୃକ୍ତ ଯାତ୍ରୀ ଜଣକ ଏକ ଛୁରୀ ସାହାଯ୍ୟରେ ତଣ୍ଟି କାଟିଛନ୍ତି l ତେବେ ଏହି ଦୁଇ ଯାତ୍ରୀଙ୍କ ଗଣ୍ଡଗୋଳ ଭିତରେ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ଜଣେ ଯାତ୍ରୀ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଆହତମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.