ବଲାଙ୍ଗୀର:ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଲୁହୁରାପାଳି ଛକ ନିକଟରେ ସଡ଼କ ଦୁର୍ଘଟଣା । ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ଦୁଇ ଜଣ ଗୁରୁତର । ସୂଚନାଯୋଗ୍ୟ ଯେ, ସିସକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ, ବଡ଼ମୁଡ଼ିଆ ମାଝୀ ଓ ଦେବାସୀସ ସାହୁ ଅଟୋ ଯୋଗେ ସିସକେଲାରୁ କୁଇକେଡା ବଜାରକୁ ମିଠା ବିକ୍ରି କରିବା ପାଇଁ ଯାଉଥିଲେ ।
ହେଲେ ଜାତୀୟ ରାଜପଥ ୨୬ ଲୁହୁରାପାଳି ନିକଟରେ ବଲାଙ୍ଗୀର ପଟୁ କଳାହାଣ୍ଡିକୁ ଏକ ମାଲ ବୋଝେଇ ଟ୍ରକ ଆସୁଥିବା ବେଳେ ଅଟୋ ଓ ଟ୍ରକ ସାମ୍ନା ସାମ୍ନି ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ମିଠା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମିଠା ବ୍ୟବସାୟୀ ଓ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ସଇଁତଲା ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ