ବଲାଙ୍ଗୀର: ଜିଲ୍ଲାରେ କୋରୋନା ଗ୍ରାଫ ଉପରମୁହାଁ ହୋଇରହିଛି । ଯେଉଁଥିରେ ଶୁକ୍ରବାର ପୁଣି 19 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଥିବା ବେଳେ ଏହା ସମସ୍ତଙ୍କ ଚିନ୍ତା ବଢ଼ାଇଛି ।
ସେହିପରି ସହର ମଧ୍ୟରୁ ଆଜି 16 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସହର ମଧ୍ୟ କଣ୍ଟେନମେଣ୍ଟ ଜୋନ ରୁଗୁଡି ପଡାରୁ ଦୁଇ ଶିଶୁ ସମେତ 12 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବିଭୁତି ପଡାରୁ ଜଣେ, କ୍ଲବ ପଡାରୁ ଦୁଇଜଣ ଓ ରାଜେନ୍ଦ୍ର କଲେଜ ଛକରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାଛଡା ବଲାଙ୍ଗୀର ମୁରିବାହାଲ ବ୍ଲକ ଘୁଷୁରମୁଣ୍ଡାରୁ ଜଣେ, ଗୁଡ଼ଭେଳା ଡୁଙ୍ଗୀ ବାହାଲରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଆଜି ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା 425 ହୋଇଥିବା ବେଳେ ଏମଧ୍ୟରୁ 293 ଜଣ ସୁସ୍ଥ ହୋଇଛନ୍ତି । ଏବଂ ଏବେ 132 ଜଣ ଚିକିତ୍ସାଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ