ETV Bharat / state

Bolangir Bandh: ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ, ଯାନବାହନ ଚଳାଚଳ ଠପ୍ - ପଶ୍ଚିମ ଓଡ଼ିଶା ମହିଳା ସଂଗଠନ

ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ । ସକାଳୁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ଠପ୍ । ଅଧିକ ପଢନ୍ତୁ

ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ
ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ
author img

By

Published : Jun 22, 2023, 12:43 PM IST

Updated : Jun 23, 2023, 10:38 AM IST

ବଲାଙ୍ଗୀର: ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଓ ବିଭିନ୍ନ ପୀଡ଼ିତ ମହିଳାଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ଏଥିପାଇଁ ଆଜି ସକାଳୁ ବଲାଙ୍ଗୀରରେ ସବୁ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ରହିଛି । ବନ୍ଦ ଡାକରା ଦେଇଥିବା ମହିଳା ସଂଗଠନର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲାରେ ନାରୀ ନିର୍ଯାତନା ଓ ହତ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବା ଦିଗରେ ପୋଲିସ ପ୍ରଶାସନ ଓ ସରକାର ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ଶତାଧିକ ସଦସ୍ୟା ସହରରେ ପିକେଟିଂ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ସହ ପ୍ରମୁଖ ରାସ୍ତାଗୁଡିକୁ ଅବରୋଧ କରିଥିବା ଦେଖାଯାଇଛି । ଆଜି ସକାଳ ୬ଟାରୁ ସହରରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି । କଂଗ୍ରେସ ଦଳ ବଲାଙ୍ଗୀର ବନ୍ଦକୁ ସମର୍ଥନ କରିଥିବା ବେଳେ ଲକ୍ଷେ ଘର ଗଣ୍ଡା ସମାଜ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ ମହିଳା ପୋଲିସ ମୁତୟନ କରାଯାଇଛି । ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ଏନେଇ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିଦ୍ୟୁତ୍‌ ବିଭ୍ରାଟ; ୨୭ରେ ପ୍ରତି ଜିଲ୍ଲାରେ ଗର୍ଜିବ କଂଗ୍ରେସ

ବନ୍ଦ ଡାକରାରେ ସାମିଲ ହୋଇଥିବା ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଦ୍ରୋଣ କୁମ୍ଭାର କହିଛନ୍ତି ଯେ, ଆଜିର ବନ୍ଦ ପାଳନ ସଫଳ ହୋଇଛି । ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ସବୁ ବନ୍ଦ ରହିଛି । ଏହି ବନ୍ଦ ଡାକରାରେ ବଲାଙ୍ଗୀରର ବିଭିନ୍ନ ସଂଗଠନ ସମର୍ଥନ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ସଭାପତି ସବିତା ନନ୍ଦ କହିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାରେ ନାରୀ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଛି । ଦୁଷ୍କର୍ମ ପୀଡିତା ହେଉ ଅବା ମମିତା ମେହେର, ସବୁ ଘଟଣାରେ ପୋଲିସ ଓ ସରକାରଙ୍କ ନିଷ୍କ୍ରିୟତା ଦେଖିବାକୁ ମିଳିଛି । ସେହି ପୀଡିତାମାନଙ୍କୁ ନ୍ୟାୟ ଦାବିରେ ଆଜି ଆନ୍ଦୋଳନ କରାଯିବା ସହ ବନ୍ଦ ପାଳନ କରାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 23, 2023, 10:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.