ETV Bharat / state

12 ଘଣ୍ଟିଆ ବଲାଙ୍ଗୀର ବନ୍ଦ: ଉଗ୍ର ରୂପ ନେଲା ପାଟଣାଗଡ଼ ମୂର୍ତ୍ତି ବିବାଦ

author img

By

Published : Aug 3, 2023, 7:30 PM IST

ପାଟଣାଗଡ ମୂର୍ତ୍ତି ବିବାଦକୁ ନେଇ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡ଼ାକରା ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସବୁଠି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଧିକ ପଢନ୍ତୁ

12 ଘଣ୍ଟିଆ ବଲାଙ୍ଗୀର ବନ୍ଦ
12 ଘଣ୍ଟିଆ ବଲାଙ୍ଗୀର ବନ୍ଦ
12 ଘଣ୍ଟିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ପାଟଣାଗଡ ମୂର୍ତ୍ତି ବିବାଦକୁ ନେଇ 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡ଼ାକରା ଦିଆଯାଇଛି । ହିନ୍ଦୁ ଜାଗରଣ ମଞ୍ଚ ଆଜି ସମଗ୍ର ଜିଲ୍ଲା ବନ୍ଦ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛି । କଂଗ୍ରେସ ଓ ବିଜେପି ଏହାକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବନ୍ଦ ପ୍ରଭାବରେ ଜିଲ୍ଲାରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଗାଡି ଚଳାଚଳ ସମ୍ପୂୂର୍ଣ୍ଣ ବନ୍ଦ ରହିଛି । ସେହିପରି ଏମାନେ ବିଭିନ୍ନ ଛକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବନ୍ଦ ଯୋଗୁଁ ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି ଓ ବଲାଙ୍ଗୀର ସଦର ମହକୁମା ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ସୁରକ୍ଷା ଦୃଷ୍ଟିରୁ ସବୁଠି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ, ପାଟଣାଗଡର ବ୍ଲକ ଛକରେ ପର୍ଶୁରାମ ଭଗବାନଙ୍କ ଫୋଟୋ ଚିତ୍ର ଲଗାଇ ପୂଜା ପାଠ କରି ଆସୁଥିଲେ ଲୋକେ । ସେହିପରି ଏହି ଛକକୁ ପର୍ଶୁରାମ ଛକ ଭାବରେ ଲୋକେ ଜାଣି ଆସିଥିଲେ । ତେବେ ଗତ ଜୁଲାଇ 17 ତାରିଖରେ ପଟଣାଗଡ଼ ଏନଏସି ବିନା କୌଣସି ସୂଚନାରେ ଏଠାରେ ଥିବା ଭଗବାନ ପର୍ଶୁରାମଙ୍କ ଫଟୋକୁ ଅପସାରିତ କରି ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନ କରିଥିଲା । ଆଉ ପର୍ଶୁରାମଙ୍କ ଫଟୋକୁ ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାନ୍ଧି ଦିଆଯାଇଥିଲା । ତେବେ ଏହାକୁ ନେଇ ବିବାଦ ଦେଖାଦେଇଥିବାବେଳେ ସେଠାକାର ହିନ୍ଦୁ ସଂଗଠନ ପକ୍ଷୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହା ବି ପଢନ୍ତୁ...ବାହାରୁନି ମାର୍କେଟ ବିଲ୍ଡିଂ ସମାଧାନ ବାଟ, ଉଠା ଦୋକାନୀଙ୍କୁ ୧୦୦ରୁ ଅଧିକ ସଂଘର ସମର୍ଥନ

ସେହିପରି ଦୀର୍ଘ 17 ଦିନ ହେବ ସେମାନେ ସେହି ସ୍ଥଳରେ ଆନ୍ଦୋଳନ ଓ ଧାରଣା ଦେଇ ଆସିଥିଲେ । ଏହାସହ ପରବର୍ତ୍ତୀ ସମୟରେ ପଟଣାଗଡ଼, ବେଳପଡ଼ା ଓ ଖପ୍ରାଖୋଲ ବନ୍ଦ କରିଥିଲେ । ହେଲେ ଦାବି ପୂରଣ ନହେବାରୁ ବଲାଙ୍ଗୀର ଜିଲ୍ଲା ବନ୍ଦ ଡ଼ାକରା ଦିଆଯାଇଛି । ଏହା ହିନ୍ଦୁଙ୍କ ଧର୍ମୀୟ ଭାବାବେଗକୁ କୁଠାରଘାତ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସେହି ସ୍ଥାନରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପନ କରିବା ସହ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ଶୀଘ୍ର ଅପସାରଣ ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।

ତେବେ ହିନ୍ଦୁ ଜାଗରଣ ମଞ୍ଚ ଆବାହକ ଗୋପାଲଜୀ ପାଣିଗ୍ରାହୀ କହିଛନ୍ତି ," ବିଜେଡି ବିଧାୟକ ସରୋଜ ମେହେରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି । ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ଅପମାନ ଯୋଗୁ ଆଜି ବଲାଙ୍ଗୀର ବନ୍ଦ କରାଯାଇଛି ।" ଦାବି ପୂରଣ ନହେଲେ ଆଗକୁ ରାଜ୍ୟ ସ୍ତରୀୟ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି । ସେହିପରି କଂଗ୍ରେସ ନେତା ବୁଲୁ ଦାନି କହିଛନ୍ତି ,"ହିନ୍ଦୁଙ୍କ ପ୍ରତି କରାଯାଇଥିବ ଅପମାନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛୁ । ସେହିପରି "ହିନ୍ଦୁ ସଂଗଠନମାନଙ୍କର ନ୍ୟାର୍ଯ୍ୟ ଦାବିକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛୁ" ବୋଲି କହିଛନ୍ତି ବିଜେପି ନେତା ଶିବଦତ୍ତ ମିଶ୍ର । ସେପଟେ ଏହି ବିବାଦ ପରେ ସେହି ଛକରେ ପର୍ଶୁରାମ ଭାଗବାନଙ୍କ ମନ୍ଦିର ସ୍ଥାପନ ପାଇଁ ପଟଣାଗଡ଼ ଏନ୍‌ଏସି କାଉନସିଲ ରିଜୋଲ୍ୟୁସନ ନେଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.