ETV Bharat / state

ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଆହତ - ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଆହତ

ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ହାତୀ ପଲ ହାବୁଡରେ ପଡ଼ିଲେ ଲୁହୁରାମୁଣ୍ଡାର ଦୁଇ ଗ୍ରାମବାସୀ । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ...

1 person died one more injured, elephant attack in balangir, balangir news, ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଆହତ, ବଲାଙ୍ଗୀର ଜିଲ୍ଲା ଲୁହୁରାମୁଣ୍ଡା ଗ୍ରାମ
ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଆହତ
author img

By

Published : Jun 23, 2020, 2:38 AM IST

ବଲାଙ୍ଗୀର: ଜିଲ୍ଲାରେ ସୋମବାର ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଆହତ ହୋଇଛନ୍ତି। ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ଲୁହୁରାମୁଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି।

ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଆହତ

ପୁଣି ମୁହାଁ ମୁହିଁ ହୋଇଛନ୍ତି ହାତୀ ଓ ମଣିଷ । ଲୁହୁରାମୁଣ୍ଡା ଗ୍ରାମର ଦେବରାଜ ଜୁଏଡ ଓ ପିତ୍ତ ବେଣୁ ଯୁଏଡ ସବୁଦିନ ପରି ନିକଟସ୍ଥ ଜଙ୍ଗଲତକୁ ଗାଈ ଚରାଇବାକୁ ଯାଇଥିଲେ। ସେଠାରେ ଏମାନେ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ତେବେ ଦେବରାଜ ଜୁଏଡଙ୍କୁ ହାତୀ ମାନେ ଦଳି ମାରି ତାଙ୍କୁ ଖଣ୍ଡ ବିଖଣ୍ଡ କରି ଦେଇଥିଲେ। ଅନ୍ୟପଟେ ତାଙ୍କ ସାଙ୍ଗରେ ଥିବା ପିତ୍ତ ବେଣୁ ଜୁଏଡ ଅଳ୍ପକେ ସେଠୁ ବର୍ତ୍ତି ପଳାଇ ଆସି ଗାଁ ନିକଟରେ ଅଚେତ ହୋଇ ପଡ଼ିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବା ସହ ଘଟଣାର ଖବର ଲୋଇସିଂହା ବନ ବିଭାଗକୁ ଦେଇଥିଲେ। ସେପଟେ ବାନ ବିଭାଗ ହାତୀଙ୍କୁ ଘଉଡାଇ ମୃତ ଦେବରାଜ ଯୁଏଡଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ମେଡିକାଲ କଲେଜକୁ ପଠାଇଥିଲା । ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ହାତୀ ପଲ ଏବେ ବି ନିକଟ ଜଙ୍ଗଲରେ ଥିବାରୁ ଲୋକଙ୍କୁ ପାଖକୁ ନା ଯିବା ପାଇଁ ପରାମର୍ଶ ଦେଇଛି ବନ ବିଭାଗ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.