ଅନୁଗୋଳ: ଜିଲ୍ଲାର ଛେଣ୍ତିପଦା ଥାନା ଅନ୍ତର୍ଗତ ଖମାର ଗାଁରେ ଗୁରୁବାର ଘଟିଛି ଅଭାବନୀୟ ଘଟଣା । ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ପ୍ରଥମେ ନିଜ ଘର ଜାଳି ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଗ୍ରାମର ଖୁକୁନୁ ବେହେରା ନିଜେ ପ୍ରଥମେ ନିଜର ଘର ଜାଳିଦେଲା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘରରେ ନିଆଁ ଲଗାଇ ଦେବା ଫଳରେ ତାଙ୍କର 2 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିବା ସହ ଘରର ସମସ୍ତ ଆସବାବପତ୍ର ମଧ୍ୟ ଜଳିଯାଇଛି । ପରେ ଯୁବକ ଜଣକ ଛୁରୀରେ ନିଜ ବେକ ଓ ପେଟ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଯୁବକ ଏହି ହତ୍ୟା ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକମାନେ ତାଙ୍କୁ ଅଟକାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ପହଞ୍ଚି ଘଟଣା ସଂପର୍କରେ ପଚରା ଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ