ETV Bharat / state

କଙ୍ଗାରୁ କୋର୍ଟ: କମେଣ୍ଟ ମରାକୁ ନେଇ ଯୁବକକୁ ଲଣ୍ଡା କରି ଗାଁ ବୁଲାଇଲେ ଗ୍ରାମବାସୀ - ବାଳୁଙ୍ଗା ଗ୍ରାମରେ କଙ୍ଗାରୁ କୋର୍ଟ

କଙ୍ଗାରୁ କୋର୍ଟ । ଅନୁଗୋଳ ବାଳୁଙ୍ଗା ଗ୍ରାମରେ କଙ୍ଗାରୁ କୋର୍ଟ । କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଯୁବକଙ୍କୁ ଲଣ୍ଡା କରି ଗାଁ ବୁଲାଇଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି ତାଳଚେର ପୋଲିସ । ଅଧିକ ପଢ଼ନ୍ତୁ

କଙ୍ଗାରୁ କୋର୍ଟ: କମେଣ୍ଟ ମରାକୁ ନେଇ ଯୁବକକୁ ଲଣ୍ଡା କରି ଗାଁ ବୁଲାଇଲେ ଗ୍ରାମବାସୀ

author img

By

Published : Oct 28, 2022, 10:30 PM IST

ଅନୁଗୋଳ: କଙ୍ଗାରୁ କୋର୍ଟ । ତାଳଚେର ଅନ୍ତର୍ଗତ ବାଳୁଙ୍ଗା ଗ୍ରାମରେ କଙ୍ଗାରୁ କୋର୍ଟ । କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଯୁବକଙ୍କୁ ଲଣ୍ଡା କରି ଗାଁ ବୁଲାଇଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି ତାଳଚେର ପୋଲିସ । ବାଳୁଙ୍ଗା ଗ୍ରାମର ଛାତ୍ରୀମାନେ କଲେଜ ଯିବା ସମୟରେ କମେଣ୍ଟ ମାରୁଥିଲେ ଯୁବକ ।

କଙ୍ଗାରୁ କୋର୍ଟ: କମେଣ୍ଟ ମରାକୁ ନେଇ ଯୁବକକୁ ଲଣ୍ଡା କରି ଗାଁ ବୁଲାଇଲେ ଗ୍ରାମବାସୀ

ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲାର ତାଳଚେର ଅନ୍ତର୍ଗତ ବାଳୁଙ୍ଗା ଗ୍ରାମର କିଛି ଛାତ୍ରୀ କଲେଜକୁ ପାଠ ପଢିବାକୁ ଯାଉଥିବାବେଳେ ସ୍ଥାନୀୟ ୩ ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ଯୁବକମାନେ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଥିଲେ । ଏହି କଥା ଛାତ୍ରୀମାନେ ଗାଁରେ କହିବା ପରେ ଗାଁ ଲୋକ ଏକାଠି ହୋଇ ଆଜି ଛକି ରହିଥିଲେ । ସେହି ୩ ଜଣ ଯୁବକ ଆଜି ପୁଣି ଛାତ୍ରୀମାନଙ୍କୁ କମେଣ୍ଟ କରିବା ବେଳେ ଗାଁ ଲୋକ ଧରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କୁ କାବୁ କରିନେଇଥିଲେ ଗ୍ରାମବାସୀ ।

ଯୁବକଙ୍କୁ ଧରିବା ପରେ ଉତ୍ତମ ମଧ୍ୟମ ଦେଇଥିଲେ ଗ୍ରାମବାସୀ । ଏହାର ଏକ୍ସକ୍ଲୁସିଭ ଚିତ୍ର ଲାଗିଛି ଆମ ହାତରେ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଉଛନ୍ତି କିଛି ଲୋକ । ମାନବିକତା ଭୁଲି ଯାଇ ଆଇନକୁ ହାତକୁ ନେଇ ଯୁବକଙ୍କୁ ଏଭଳି ଦଣ୍ଡିତ କଲେ ଗ୍ରାମବାସୀ । ତେବେ ଏ ସମ୍ପର୍କରେ ଖବର ପାଇ ତାଳଚେର ପୁଲିସ ଗାଁ ରେ ପହଂଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ଅନ୍ୟ ଦୁଇ ଯୁବକଙ୍କୁ ମଧ୍ୟ ଆଣି ଥାନାରେ ଅଟକ ରଖିଛି । ତେବେ ସାମାନ୍ୟ ଭୁଲ ପାଇଁ ଏଭଳି କଙ୍ଗାରୁ କୋର୍ଟରେ ଦଣ୍ଡିତ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଏହି ଘଟଣାର ଛାନଭିନ କରୁଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.