ଅନୁଗୋଳ : ସାରାବିଶ୍ୱ ପାଳିଛି ପଞ୍ଚମ ବିଶ୍ୱ ଯୋଗ ଦିବସ । ସମସ୍ତେ ସକାଳୁ ଯୋଗ ଦିବସ ପାଳିଥିବା ବେଳେ ଅନୁଗୋଳ ପ୍ରଶାସନ କିନ୍ତୁ ଏହାକୁ ସନ୍ଧ୍ୟାରେ ପାଳିଛି । ବିଭିନ୍ନ ସ୍ଥାନରେ ଶହଶହ ଲୋକ ଏହି ଦିବସରେ ସାମିଲ ହୋଇ ଯୋଗ ଶିକ୍ଷା କରିଥିବାବେଳେ ଏଠାରେ ଦେଖା ଦେଇଛି ବ୍ୟତିକ୍ରମ ।
ଖାଲି ଚୌକି ଧରି ପ୍ରଶାସନ ଏହି ଦିବସ ପାଳନ କରିଛି । ଜିଲ୍ଲା ପ୍ରଶାସନ, ପତଞ୍ଜଳି ଯୋଗ ସମିତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଦିବସର ଆୟୋଜନ କରାଯାଇଛି । ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଏହି ଦିବସର ଆୟୋଜନ ହୋଇଛି ।
ମାତ୍ର କେତେ ଜଣ ହାତ ଗଣତି ଲୋକଙ୍କୁ ଧରି ଯୋଗ ଦିବସ ପାଳନ ହୋଇଥିଲା । ପୂର୍ବରୁ ବହୁ ଆଡମ୍ବରରେ ଏହି ଦିବସ ପାଳନ ହେଉଥିବାବେଳେ ଏଥର କାହିଁକି ଏଭଳି ଅବ୍ୟବସ୍ଥା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ