ETV Bharat / state

ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ଜିଲ୍ଲାରେ ମାତିଛନ୍ତି ବେଆନ କାଠ ମାଫିଆ । ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳର ମାଟିଗାଡ଼ିଆ ଗ୍ରାମ ନିକଟ ଜଙ୍ଗଲରୁ ଶହଶହ ଗଛ କଟା ହୋଇଥିବା କାଠ ଜବତ କରିଛି ବନ ବିଭାଗ । ଅଧିକ ପଢ଼ନ୍ତୁ

wood seized in angul
ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ
author img

By

Published : Apr 24, 2022, 6:58 AM IST

Updated : Apr 24, 2022, 7:16 AM IST

ଅନୁଗୋଳ: ଜିଲ୍ଲାରେ ମାତିଛନ୍ତି ବେଆନ କାଠ ମାଫିଆ । ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳର ମାଟିଗାଡ଼ିଆ ଗ୍ରାମ ନିକଟ ଜଙ୍ଗଲରୁ ଶହଶହ ଗଛ କଟା ହୋଇଥିବା କାଠ ଜବତ କରିଛି ବନ ବିଭାଗ । ଏହି ଘଟଣାରେ କେହି ଗିରଫ ହୋଇ ନଥିବା ଜଣାପଡ଼ିଛି ।

ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ଜଙ୍ଗଲରୁ ବନ ବିଭାଗ କର୍ମଚାରୀ ମାନେ ବିପୁଳ ପରିମାଣର ଚୋରା କାଠ ଜବତ କରିଛନ୍ତି । ଜଙ୍ଗଲରେ କେହି ଶାଗୁଆନ ଓ ଶାଳ କାଠ କାଟି ରଖିଥିବା ଖବର ପାଇ ଜରପଡା ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାଠ ଗୁଡିକୁ ଜବତ କରିଥିଲେ । ଘଟଣାସ୍ଥଳରେ କେହି ନଥିବାରୁ କାହାକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି । ଅନ୍ୟପଟେ ବନ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 24, 2022, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.