ETV Bharat / state

ଅନୁଗୋଳ ଜଳେସଚନ ସ୍ଥିତି ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ

ଅନୁଗୋଳ ଜିଲ୍ଲା ଜଳସେଚନ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ । ଜିଲ୍ଲାରେ ଅର୍ଥର ଅଭାବ ନାହିଁ । ଜଳସେଚନର ଅନେକ ସମ୍ଭାବନା ରହିଛି । ଯେଉଁ ଜଳସେଚନ ପ୍ରକଳ୍ପ ଅଟକିଛି ତାର କାର୍ଯ୍ୟ ଅତିଶୀଘ୍ର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 27, 2019, 5:50 PM IST

ଅନୁଗୋଳ: ଜିଲ୍ଲା ଜଳସେଚନ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଦିନିକିଆ ଅନୁଗୋଳ ଗସ୍ତରେ ଆସି ସେ ଜିଲ୍ଲାରେ ଥିବା ଜଳସେଚନର ଭିତ୍ତିଭୂମିର ସ୍ଥିତି ପରଖିଛନ୍ତି । ଏଥିସହ ସର୍କିଟହାଉସରେ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କୁ ଡାକି ସମୀକ୍ଷା ମଧ୍ୟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଜିଲ୍ଲାରେ ଯେଉଁ ସବୁ ଜଳସେଚନ ପ୍ରକଳ୍ପ ରହିଛି ତାର ସ୍ଥିତି କ'ଣ ଓ ଆଗାମୀ ଦିନରେ କ'ଣ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିହେବ ସେନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ । ଜିଲ୍ଲାରେ ଅର୍ଥର ଅଭାବ ନାହିଁ । ଜଳସେଚନର ଅନେକ ସମ୍ଭାବନା ରହିଛି । ଯେଉଁ ଜଳସେଚନ ପ୍ରକଳ୍ପ ଅଟକିଛି ତାର କାର୍ଯ୍ୟ ଅତିଶୀଘ୍ର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆବଶ୍ୟକ ପଡିଲେ ଅନୁଗୋଳ ବ୍ଲକରେ ହେବାକୁ ଥିବା ହିଡିସିଂହ ମାଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ମଧ୍ୟ କରାଯିବ । ଏଥିପାଇଁ ଲୋକେ ରାଜିଥିବା ବେଳେ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବେ ।

ତେବେ ସମୀକ୍ଷା ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ରାଜ୍ୟ ରୁରାଲ ହାଉସିଂ ବୋର୍ଡର ଅଧ୍ୟକ୍ଷ ମୀନକେତନ ଅମାତ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲ୍ଲା ଜଳସେଚନ ବ୍ୟବସ୍ଥା ର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । Body:ଦିନିକିଆ ଅନୁଗୋଳ ଗ୍ରସ୍ତ ରେ ଆସି ଜିଲ୍ଲାରେ ଥିବା ଜଳ ସେଚନ ର ଭିତ୍ତି ଭୂମି ର ସ୍ଥିତି ପରଖିଛନ୍ତି । ସର୍କିଟ ହାଉସ ରେ ବିଭାଗୀୟ ଅଧିକାରୀ ଜିଲ୍ଲାପାଳ ଙ୍କୁ ଡାକି ସମୀକ୍ଷା ମଧ୍ୟ କରିଛନ୍ତି । ଜିଲ୍ଲାରେ ଯେଉଁ ସବୁ ଜଳ ସେଚନ ପ୍ରକଳ୍ପ ରହିଛି ତାର ସ୍ଥିତି କଣ ରହିଛି ଓ ଆଗାମୀ ଦିନରେ କଣ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିହେବ ସେନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ । ଜିଲ୍ଲାରେ ଅର୍ଥ ର ଅଭାବ ନାହିଁ । ଜଳ ସେଚନ ର ଅନେକ ସମ୍ଭାବନା ରହିଛି । ଯେଉ ଜଳ ସେଚନ ପ୍ରକଳ୍ପ ଅଟକିଛି ତାର କାର୍ଯ୍ୟ ଖୁବ ଶୀଘ୍ର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଆବଶ୍ୟକ ପଡିଲେ ଅନୁଗୋଳ ବ୍ଲକ ରେ ହେବାକୁ ଥିବା ହିଡିସିଂହ ମାଧ୍ୟମ ଜଳ ସେଚନ ପ୍ରକଳ୍ପ ପାଇଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ମଧ୍ୟ କରାଯିବ । ଏଥିପାଇଁ ଲୋକେ ରାଜିଥିବା ବେଳେ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଠୀ ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।
Byte - 1 ରଗୁନନ୍ଦନ ଦାସ , ଜଳ ସମ୍ପଦ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ
Conclusion: ସମୀକ୍ଷା ବୈଠକ ରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସହିତ ଆଠମଲ୍ଲିକ ବିଧୟକ ରମେଶ ସାଏ ଓ ରାଜ୍ୟ ରୁରାଲ ହାଉସିଂ ବୋର୍ଡ ର ଅଧକ୍ଷ ମୀନକେତନ ଆମାନ୍ତ ଯୋଗ ଦେଇଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.