ETV Bharat / state

ଅଧା ରହିଲା ‘ବସୁଧା’: ପାଣି ବିନା ଅସ୍ତବ୍ୟସ୍ତ ଜନଜୀବନ - water

ଜଳ ବିନା ଜୀବନ ବିତାଉଛନ୍ତି ଗ୍ରାମବାସୀ । ଅଧାରେ ରହିଯାଇଛି ‘ବସୁଧା’ ଯୋଜନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 12, 2019, 9:42 PM IST

ଅନୁଗୋଳ: ଦିନକୁ ଦିନ ପ୍ରଖର ହେବାରେ ଲାଗିଛି ସୂର୍ଯ୍ୟଙ୍କ ଉତ୍ତାପ । ସେପଟେ ଖରା ସହ ତାଳ ଦେଇ ଉତ୍କଟ ହେବାରେ ଲାଗିଛି ଜଳ ସମସ୍ୟା । ନଳକୂପଟିଏ ନଥିବାରୁ ପାଣି ବିନା ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଏପରି ଜଳ ସମସ୍ୟା ଦେଖିବାକୁ ମିଳିଛି ଛେଣ୍ଡିପଦା ବ୍ଲକର ଉଗି ପଞ୍ଚାୟତରେ ।

ଭଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଗ୍ରାମରେ 2017 ମସିହାରେ ନିର୍ମାଣ ହୋଇଥିଲା ପାନୀୟଜଳ ପ୍ରକଳ୍ପ । 80 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ବସୁଧା ଯୋଜନା ତିନିମାସରେ ଅଚଳ ହୋଇପଡ଼ିଛି । ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ବିଭାଗ ଘଟଣାକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଗ୍ରାମରେ ବୋରୱେଲ କୌଣସି କାରଣରୁ ଖରାପ ହୋଇଯାଇଛି । କିନ୍ତୁ ଯଥାଶୀଘ୍ର ଆଉ ବୋରୱେଲ ନିର୍ମାଣ କରାଯିବ ଏବଂ ପୁନର୍ବାର ପ୍ରକଳ୍ପ ଚାଲୁ କରାଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.