ETV Bharat / state

ୱାର୍ଡ଼ ମେମ୍ବରଙ୍କୁ ଭୁଜାଲିରେ ହାଣି ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ - accused arrest for ward member murder

ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁ ୱାର୍ଡ ମେମ୍ବରଙ୍କୁ ଭୁଜାଲିରେ ହାଣି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 30, 2019, 12:52 PM IST

ଅନୁଗୋଳ: ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁ ୱାର୍ଡ ମେମ୍ବରଙ୍କୁ ଭୁଜାଲିରେ ହାଣି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଜମି ବାଡି ବିବାଦ ଯୋଗୁଁ ବଜାର ମଝିରେ ଜଗବନ୍ଧୁ ବେହେରାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ସଦାନନ୍ଦ।

ଜଗବନ୍ଧୁ ସାତକୋଶିଆ ଭାଜପା ମଣ୍ଡଳ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ତଥା ଅନ୍ତୁଳିଆ ପଞ୍ଚାୟତ ୭ନଂ. ୱାର୍ଡର ୱାର୍ଡମେମ୍ବର । ମୃତକଙ୍କ ପରିବାର ଲୋକେ କହିଛନ୍ତି ଜଗବନ୍ଧୁ ଓ ସଦାନନ୍ଦଙ୍କ ଘର ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ରବିବାର ରାତି ପ୍ରାୟ ସାଢେ ୮ଟାରେ ଜଗବନ୍ଧୁ ନିଜ ଝିଅ ଘରୁ ଫେରି ଗାଁ ଛକରେ ଛିଡା ହୋଇଥିବାବେଳେ ହଠାତ ସଦାନନ୍ଦ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଘଟଣାସ୍ଥଳରେ ହିଁ ଜଗବନ୍ଧୁଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ସଦାନନ୍ଦ ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ ଖବର ପାଇ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସଦାନନ୍ଦଙ୍କୁ ଗିରଫ କରିଛି । ସେପଟେ ଅଭିଯୁକ୍ତକୁ ଥାନାରେ ପଚରାଉଚରା ଜାରି ରଖିଛି ପୋଲିସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଜମି ବାଡ଼ି ବିବାଦ ଯୋଗୁଁ ବଜାର ମଝି ରେ ଛୁରୀ ଭୂସୀ ହତ୍ୟା । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁ ରେBody: । ଗାଁ ର ଜଗବନ୍ଧୁ ବେହେରା କୁ ସେହି ଗାଁ ର ସଦାନନ୍ଦ ବେହେରା ଗାଁ ଛକ ରେ ଭୁଜାଲି ରେ ହାଣୀ ହତ୍ୟା କରିଛି । ଜଗବନ୍ଧୁ ସାତକୋଶିଆ ଭାଜପା ମଣ୍ଡଳ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ତଥା ଅନ୍ତୁଳିଆ ପଞ୍ଚାୟତ ୭ନଂ. ୱାର୍ଡର ୱାର୍ଡମେମ୍ବର । ଜଗବନ୍ଧୁ ଙ୍କ ପରିବାର ଲୋକେ ଅଭିଯୋଗ ମୁତାବକ ଜଗବନ୍ଧୁ ଓ ସଦାନନ୍ଦଙ୍କ ଘର ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ରବିବାର ରାତି ପ୍ରାୟ ସାଢେ ୮ଟାରେ ଜଗବନ୍ଧୁ ନିଜ ଝିଅ ଘରୁ ଫେରି ଗାଁ ଛକରେ ଛିଡା ହୋଇଥିବାବେଳେ ହଠାତ ସଦାନନ୍ଦ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଜଗବନ୍ଧୁଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସଦାନନ୍ଦ ସେଠାରୁ ଫେରାର ହୋଇଯାଇ ଥିଲା ।
Byte 1 ସୁରେଶ ଚନ୍ଦ୍ର ବେହେରା, ମୃତକର ପୁଅ
Byte 2 ନଗେନ୍ଦ୍ର ବେହେରା, ମୃତକର ଭାଇConclusion:ପୋଲିସ ଖବର ପାଇ ଗାଁ ରେ ପହଞ୍ଚି ମୃତ ଦେହ ଯବଦ କରିବା ସହିତ ଅଭିଯୁକ୍ତ ସଦାନନ୍ଦ ଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏନେଇ ପୁରୁଣାକୋର୍ଟ ଥାନାରେ ନଂ. ୫୦/୧୯ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.