ETV Bharat / state

କୋଇଲା ଡିପୋ ପାଇଁ ବେଆଇନ ଜମି ଅଧୀଗ୍ରହଣ; ତାତିଲେ ଲୋକେ, ଜିଲ୍ଲାପାଳ ଅଫିସ୍ ଘେରାଉ

ପ୍ରସ୍ତାବିତ କୋଇଲା ଡିପୋ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଅନୁଗୋଳ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

author img

By

Published : Feb 21, 2023, 4:50 PM IST

villagers protest
villagers protest
villagers protest

ଅନୁଗୋଳ: କୋଇଲା ଡିପୋ ଆରମ୍ଭ ପୂର୍ବରୁ ଆରମ୍ଭ ହେଲାଣି ଜନଅସନ୍ତୋଷ। ପ୍ରସ୍ତାବିତ କୋଇଲା ଡିପୋ ବନ୍ଦ ଦାବିରେ ତାତିଲେଣି ଲୋକେ। ଏନେଇ ଘେରାଉ କରିଛନ୍ତି ଜିଲ୍ଲାପାଳ ଅଫିସ। ପ୍ରସ୍ତାବିତ କୋଇଲା ଡିପୋ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଅନୁଗୋଳ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଏଭଳି ପ୍ରତିବାଦ କରିଛନ୍ତି କୃଷକ ଓ କୃଷିଜମି ସୁରକ୍ଷା କମିଟି ଏଥିସହ ଜେରେଙ୍ଗ ଭାଗିରଥିପୁର ର ଗାଁ ଲୋକେ।

ତେବେ ଅବିଳମ୍ବେ ପ୍ରସ୍ତାବିତ କୋଇଲା ଡିପୋ, କୋଲ ୱାସେରୀ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, ପୁରୁଷାନୁକ୍ରମେ ଭୋଗଦଖଲ କରି ଆସୁଥିବା ଚାଷଜମି ଓ ବାସଜମିକୁ ଦଖଲଦାରଙ୍କୁ ପଟ୍ଟା ଦେବା, ସରକାରୀ ଉଦ୍ୟୋଗରେ ଜରପଡାଠାରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବା ଦାବିରେ କୃଷକ ଓ କୃଷିଜମି ସୁରକ୍ଷା କମିଟି, ଜେରେଙ୍ଗ-ଭାଗିରଥିପୁର ପକ୍ଷରୁ ଅନୁଗୋଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କମିଟି ନେତୃତ୍ୱରେ ଅନୁଗୋଳ ଷ୍ଟାଡିୟମ୍ ପଡିଆ ଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ସହ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚିଥିଲା ।

ଏନେଇ କମିଟି ସଭାପତି ଆର୍ତ୍ତତ୍ରାଣ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସମ୍ପାଦକ ଭରତ ନାଏକ, ଉପସଭାପତି ଚରଣ ବେହେରା, ମଣି ନାଏକ, ଚିତ୍ତରଞ୍ଜନ ପାଣି, ବିଶ୍ୱନାଥ ନାଏକଙ୍କ ସହ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ରଣଜିତ ପ୍ରଧାନ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏଥି ସହ ଜେରେଙ୍ଗ ଦେହୁରୀ ସାହି ଗ୍ରାମପଞ୍ଚାୟତର ଭାଗିରଥିପୁର ମୌଜା, ଦୁର୍ଗାପୁର ପଞ୍ଚାୟତର ପାଣସାହି ମୌଜା, ଜରପଡା ପଞ୍ଚାୟତର କୁମୁରସିଙ୍ଗ ମୌଜାରେ ପ୍ରସ୍ତାବିତ କୋଇଲା ଡିପୋ, କୋଲ୍ ୱାସେରୀ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ- Budget Session: ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପିର ବର୍ଜନ, କାଲି ଯାଏ ଗୃହ ମୁଲତବୀ

ତେବେ କୌଣସି ପ୍ରକାର ପଲ୍ଲୀସଭା, ଗ୍ରାମସଭା ନ କରି ଦୀର୍ଘଦିନରୁ ଦଖଲ କରି ଆସୁଥିବା ଚାଷଜମି, ଜଙ୍ଗଲ, ଗୋଚର ଆଦି ପୁଞ୍ଜିପତିମାନଙ୍କୁ ଟେକି ଦେବା ପାଇଁ ପ୍ରଶାସନିକ କଳ ଯେଭଳି ତତ୍ପରତା ପ୍ରକାଶ କରୁଛି ତାକୁ ଦୃଢ଼ ନିନ୍ଦା କରିଥିଲେ । ଶେଷରେ ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ଦଳ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ । ପ୍ରଶାସନ ଜମି ଅଧିଗ୍ରହଣ ପ୍ରକ୍ରିୟା ବାତିଲ ନ କଲେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.