ETV Bharat / state

ଧାନକ୍ଷେତ ଉଜାଡୁଛନ୍ତି ହାତୀପଲ, ବନକର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ - ଅନୁଗୋଳ ହାତୀ ଉପଦ୍ରବ ଖବର

୫୦ରୁ ଅଧିକ ହାତୀ ଅନୁଗୋଳ ସଦର ଥାନା ପଣ୍ଡପୁର ଗ୍ରାମରେ ରହି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଭୟଭୀତ କରାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳିଛି । ହାତୀ ପାଇଁ ଗ୍ରାମକୁ ଆସିଥିବା ବନ ବିଭାଗର କର୍ମଚାରୀଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ବନକର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ବନକର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
author img

By

Published : Oct 9, 2022, 12:54 PM IST

ଅନୁଗୋଳ: କିଛି ଦିନର ବ୍ୟବଧାନ ପରେ ପୁଣି ଅନୁଗୋଳରେ ହାତୀ ଉପଦ୍ରବ ଦେଖାଦେଇଛି । ୫୦ରୁ ଅଧିକ ହାତୀ ଅନୁଗୋଳ ସଦର ଥାନା ପଣ୍ଡପୁର ଗ୍ରାମରେ ରହି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଭୟଭୀତ କରାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳିଛି । ହାତୀ ପାଇଁ ଗ୍ରାମକୁ ଆସିଥିବା ବନ ବିଭାଗର କର୍ମଚାରୀଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ ଗ୍ରାମବାସୀ । ଶେଷରେ ସହକାରୀ ବନ ସଂରକ୍ଷକ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ବନକର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୋଳ ଜିଲ୍ଲାର ରଙ୍କସିଂହା, ତଳମୂଳ, ତଳମୂଳ ଶାସନ, ଫୁଲପଡା, ବଲାସିଂହା ପଞ୍ଚାୟତରେ ଗତ କିଛି ଦିନ ହେଲା ୪ରୁ ୫ଟି ହାତୀପଲ ଆସି ବ୍ୟାପକ ଧାନ ଫସଲ କ୍ଷତି କରୁଛନ୍ତି । ଗୋଟିଏ ଗୋଟିଏ ପଲରେ ୧୦ ରୁ ୩୦ଟି ପର୍ଯ୍ୟନ୍ତ ହାତୀ ରହିଛନ୍ତି । ଦିନବେଳା ମଧ୍ୟ ଧାନ ବିଲରେ ପଶି ଦଳି ଚକଟି ଦେବା ସହ ଖାଇ ନଷ୍ଟ କରୁଥିବା ଦେଖାଦେଇଛି । ବର୍ତ୍ତମାନ ଧାନ ବିଲରେ କେଣ୍ଡା ଦେଖିବାକୁ ମିଳୁଥିବା ବେଳେ ହାତୀପଲ ଅଞ୍ଚଳ ଛାଡି ଯାଉନାହାନ୍ତି । ଫଳରେ ଶହ ଶହ ଏକର ଜମିରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ସବୁ ଅଞ୍ଚଳ ଗୁଡିକ ବନ୍ତଳା ବନାଞ୍ଚଳ, ଅନୁଗୋଳ ବନାଞ୍ଚଳ ଓ ତାଳଚେର ବନାଞ୍ଚଳ ଅଧୀନରେ ରହିଛି ।

ଏହା ମଧ୍ୟ ପଢନ୍ତୁ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ, ଭୟରେ ଗ୍ରାମବାସୀ

ତେଣୁ ଯେଉଁ ବନାଞ୍ଚଳର ଗାଁରେ ହାତୀ ରହୁଛନ୍ତି ସେହି ବନାଞ୍ଚଳର କର୍ମଚାରୀମାନେ ବାଣ ଫୁଟାଇ ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି। ୩ଟି ଯାକ ବନାଞ୍ଚଳର କର୍ମଚାରୀମାନେ ଏଭଳି କରୁଥିବାରୁ ହାତୀପଲ ଗୋଟିଏ ଅଞ୍ଚଳରେ ରହି ବ୍ୟାପକ ନଷ୍ଟ କରୁଛନ୍ତି । ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏହାକୁ ନେଇ ବିଭିନ୍ନ ଗାଁର ଲୋକେ ଅସନ୍ତୋଷ ପ୍ରକାଶ କରିବାସହ ବନ ବିଭାଗ ଉପରେ ରାଗ ସୁଝାଇଛନ୍ତି । ଶୁକ୍ରବାର ପଣ୍ଡପୁର ଗାଁକୁ ହାତୀପଲ ପଶି ଆସିଥିଲେ । ସେମାନଙ୍କୁ ଘଉଡାଇବା ପାଇଁ ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ ବନ କର୍ମଚାରୀ ଆସିଥିଲେ । କିନ୍ତୁ ଗ୍ରାମବାସୀ ସେମାନଙ୍କୁ ଗାଡି ସହ ଅଟକ ରଖିଥିଲେ ।

ଖବର ପାଇ ଶନିବାର ସକାଳେ ଅନୁଗୋଳ ସହକାରୀ ବନ ସଂରକ୍ଷକ ଓ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । କିଛି ସମୟ ଗ୍ରାମବାସୀ ଓ ବନ ବିଭାଗ ଅଧିକାରୀମାନଙ୍କ ମଧ୍ୟରେ ବୁଝାସୁଝା ହେବାପରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଲୋକଙ୍କ ଅଭିଯୋଗ ଅନୁସାରେ,"ବର୍ତ୍ତମାନ ଧାନ କେଣ୍ଡା ବାହାରିଥିବା ବେଳେ ବନ ବିଭାଗ କାହିଁକି, ହାତୀପଲକୁ ଜଙ୍ଗଲ ଭିତରୁ କିଭଳି ବାହାରକୁ ବାହାରିବେ ସେ ବ୍ୟବସ୍ଥା କରୁନାହିଁ । ବନ ବିଭାଗ ହାତୀପଲ ଜଗି ନପାରିଲେ ଏଠାକୁ ଆସିବା ଦରକାର ନାହିଁ ଏବଂ ଯେଉଁ କର୍ମଚାରୀ ଏଠାକୁ ଆସିବେ ଆମେ ଅଟକ ରଖିବୁ । ହାତୀପଲକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରୁ ଘଉଡାଇଲେ ସେମାନେ ଜଙ୍ଗଲକୁ ଯିବେ । କିନ୍ତୁ ୩ଟି ଯାକ ବନାଞ୍ଚଳର କର୍ମଚାରୀ ୩ପଟୁ ବାଣ ଫୁଟାଇ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ଫଳରେ ହାତୀପଲ ଏଠାରେ ରହି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ତେଣୁ ଆଗାମୀ ଦିନରେ ହାତୀପଲ ପଶି କ୍ଷତି କଲେ ପରିସ୍ଥିତି ଭୟଙ୍କର ହେବ ।"

ଦୀର୍ଘ ସମୟ ଏଭଳି ଉତେଜନା ମୂଳକ ପରିସ୍ଥିତି ଲାଗି ରହିଥିଲା । ପରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତି ପୂରଣ ଦିଆଯିବ ଏବଂ ଅଧିକ ବନ କର୍ମଚାରୀ ନିୟୋଜିତ କରି ହାତୀ ଘଉଡ଼ାଯିବ ବୋଲି ସହକାରୀ ବନ ସଂରକ୍ଷକ ପ୍ରତିଶୃତି ଦେବାପରେ ଲୋକେ ଅଟକ ରଖିଥିବା ଗାଡି ଓ କର୍ମଚାରୀଙ୍କୁ ଛାଡିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.