ETV Bharat / state

ପାଠକ ଲିଙ୍କରେ ଅନୁଗୋଳରେ ପହଞ୍ଚିଲା ଭିଜିଲାନ୍ସ ଟିମ୍

author img

By

Published : Dec 1, 2020, 5:20 PM IST

ପାଠକ ଲିଙ୍କ ମାମଲାର ଖୋଳତାଡ କରିବା ପାଇଁ ବିଭିନ୍ନ ସ୍ଥାନରେ ତଦନ୍ତ ଆରମ୍ଭ ହୋଇଛି । ଏହି କ୍ରମରେ ଅନୁଗୋଳରେ ପହଞ୍ଚିଛି ଭିଜିଲାନ୍ସ ଟିମ୍‌ । ଅଧିକ ପଢନ୍ତୁ...

Vigilance team reached in Anugul for more investigation in Pathak link
ପାଠକ ଲିଙ୍କରେ ଅନୁଗୋଳରେ ପହଞ୍ଚିଲା ଭିଜିଲାନ୍ସ ଟିମ୍

ଅନୁଗୋଳ: ଆଇଏଫଏସ ପାଠକ ଲିଙ୍କରେ ଜିଲ୍ଲାରେ ଆରମ୍ଭ ହୋଇଛି ଭିଜିଲାନ୍ସର ଛାନ୍‌ଭିନ୍‌ । ଅଭୟ ପାଠକ ଅନୁଗୋଳରେ ଡିଏଫଓ ଥିବାରୁ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଭିଜିଲାନ୍ସ ଜିଲ୍ଲାରେ ପହଞ୍ଚି ଖୋଳତାଡ କରୁଥିବା ସୂଚନା ମିଳିଛି ।

ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଅପରାହ୍ନରେ ଅନୁଗୋଳ ଭିଜିଲାନ୍ସ ଇନିସପେକ୍ଟର ପ୍ରଦୀପ କୁମାର ସାମଲଙ୍କ ନେତୃତ୍ବରେ ଏକ ଟିମ୍‌ ଯାଇ ଜିଲ୍ଲାର ଡିଏଫଓ କାର୍ଯ୍ୟାଳୟରେ ଛାନ୍‌ଭିନ କରିଥିଲେ । ପାଠକ ଜିଲ୍ଲାରେ ୧୯୯୨ରୁ ୧୯୯୩ ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।

ତେବେ ଭିଜିଲାନ୍ସ ପକ୍ଷରୁ ଅନୁଗୋଳର ସମସ୍ତ ବ୍ୟାଙ୍କଗୁଡିକୁ ପାଠକଙ୍କ ଆକାଉଣ୍ଟ ସମ୍ପର୍କରେ ସୂଚନା ଦେବାକୁ ଚିଠି ଯୋଗେ ଜଣାଇ ଦିଆଯାଇଛି । ବର୍ତ୍ତମାନ ମଧ୍ୟ ତଦନ୍ତ ଚାଲିଛି । କିଛି ଦିନ ପରେ ସମସ୍ତ ତଥ୍ୟ ମିଳିଯିବ ବୋଲି ଭିଜିଲାନ୍ସ କହିଛି । ଆଗକୁ କୌଣସି ସୁରାଗ ପାଇଲେ ସେ ନେଇ ଅଧିକ ଖୋଲ ତାଡ କରାଯିବ ବୋଲି ବିଭଗ ପକ୍ଷରୁ କୁହାଯାଇଛି । କିଛିଦିନ ପୂର୍ବରୁ ପାଠକ ବାପପୁଅଙ୍କୁ ଆୟବହିର୍ଭୁତ୍ତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ଟିମ ।

ଧୀରେ ଧୀରେ ତାଙ୍କ ସମ୍ପତ୍ତିର ଖୁଲାସା ହେବାରେ ଲାଗିଛି । ଗତ ନଭେମ୍ବର ମାସ 25 ତାରିଖରେ ଓଡ଼ିଶାର 5ଟି ସ୍ଥାନରେ ଓ ରାଜ୍ୟ ବାହାରେ 7ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ । ଯେଉଁଥିରେ ରହିଥିଲା ତାଙ୍କର ଆଚାର୍ଯ୍ୟ ବିହାରସ୍ଥିତ ସରକାରୀ ବାସଭବନ, ଅରନ୍ୟ ଭବନ ଅଫିସ, ବିବେକାନନ୍ଦ ମାର୍ଗରେ ଥିବା ଫ୍ଲାଟ, ଭିପୂଲ ଗାର୍ଡେନସ୍ଥିତ ସମ୍ପର୍କୀୟ ଘର, ଡ୍ରାଇଭର ଘର ପିପିଲି ସମେତ ମହାରାଷ୍ଟ୍ର ପୁନେରେ ହିଲଷ୍ଟେସନ ଭଡାଘର ସହ ଓ୍ବାଟର ଆପାର୍ଟମେଣ୍ଟ, ଗଡ ବ୍ଲେସିଂ ଆପାର୍ଟମେଣ୍ଟ ଭଳି 7ଟି ସ୍ଥାନ । ଓଡିଶା ଇତିହାସରେ ଏହା ହେଉଛି ପ୍ରଥମ ବଡ ଧରଣର ଭିଜିଲାନସ ରେଡ୍‌ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.