ETV Bharat / state

କାମରେ ଆସୁନି ଭେଣ୍ଡିଂ ଜୋନ୍‌, ହାତ ବାନ୍ଧି ବସିଛନ୍ତି ଉଠା ଦୋକାନୀ

author img

By ETV Bharat Odisha Team

Published : Nov 15, 2023, 7:29 PM IST

Updated : Nov 15, 2023, 7:57 PM IST

ପୌରପରିଷଦ ଅଞ୍ଚଳରେ ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ହେଲା ଭେଣ୍ଡିଂ ଜୋନ । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହେଲା ଷ୍ଟଲ୍‌ । ହେଲେ ଦୋକାନ ଘରଗୁଡିକ ବଣ୍ଟନ କରାଯାଉ ନଥିବାରୁ ଉଠା ଦୋକାନୀମାନଙ୍କ ବେପାର ଘାଟାରେ ପଡ଼ିଛି । ଅଧିକ ପଢ଼ନ୍ତୁ

vending zone stalls
vending zone stalls
କାମରେ ଆସୁନି ଭେଣ୍ଡିଂ ଜୋନ୍‌

ଅନୁଗୋଳ: ଛୋଟ ଛୋଟ ଉଠା ଦୋକାନୀମାନଙ୍କୁ ଥଇଥାନ ଏବଂ ସହରାଞ୍ଚଳରେ ଶ୍ରମିକମାନଙ୍କୁ କାମ ଧନ୍ଦା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା(ମୁକ୍ତା) ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ଅନୁଗୋଳ ସହରରେ ରାସ୍ତା କଡ଼ରେ ବସି ବିକ୍ରି କରୁଥିବା ଉଠା ଦୋକାନୀମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍‌ କରାଯାଇଛି । ସ୍ୱଳ୍ପ ମୂଲ୍ୟରେ ଉଠା ଦୋକାନୀମାନଙ୍କୁ ଦୋକାନ ଯୋଗାଇ ଦିଆ ଯାଉଛି । ସରକାରଙ୍କ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେଲା ଦୋକାନ ଘରଗୁଡିକ ବଣ୍ଟନ କରାଯାଉ ନଥିବାରୁ ଉଠା ଦୋକାନୀମାନଙ୍କ ବେପାର ଘାଟାରେ ପଡ଼ିଛି ।

ରାସ୍ତାକଡ଼ରେ ବସି ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ଉଠା ଦୋକାନୀମାନେ ଅନେକ ସମୟରେ ଉଚ୍ଛେଦର ଶିକାର ହେଉଛନ୍ତି । ତେଣୁ ସେମାନଙ୍କୁ ସ୍ଥାୟୀ ଭାବେ ଗୋଟିଏ ସ୍ଥାନରେ ବସିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ମୁକ୍ତା ଯୋଜନାରେ ଅନୁଗୋଳ ସହରର ଶିକ୍ଷକପଡ଼ା, ହାକିମ ପଡ଼ା, କଦମପଡ଼ିଆ ପାର୍ଶ୍ଵ, ଟାଉନ ହାଇସ୍କୁଲ ପାର୍ଶ୍ଵ ଏବଂ ମିଶ୍ରପଡ଼ା ଆଦି ସ୍ଥାନରେ ଭେଣ୍ଡିଂ ଜୋନ କରାଯାଇଛି । ସରକାର ୧ କୋଟି ୨୭ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ କରି ୧୨୬ଟି ଅସ୍ଥାୟୀ ଦୋକାନ ଘର ନିର୍ମାଣ କରାଛନ୍ତି । ସରକାରଙ୍କ ତରଫରୁ ଗୋଟିଏ ଦୋକାନ ଘର ତିଆରି ପାଇଁ ଏକ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି । ଚିହ୍ନଟ ହୋଇଥିବା ଉଠା ଦୋକାନୀମାନେ ମାତ୍ର ୫୦ ହଜାର ଟଙ୍କା ଜମା କରି ଦୋକାନ ଘର ନେଇ ପାରିବେ । ଏହାଛଡ଼ା ମାସିକ ଭଡ଼ା ମଧ୍ୟ ଖୁବ କମ ରହିଛି ।

ତେବେ ଉଠା ଦୋକାନୀମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବାକୁ ସରକାରଙ୍କ ଏହା ଏକ ଭଲ ପଦକ୍ଷେପ । କିନ୍ତୁ ଦୀର୍ଘ ଦିନ ହେବ ସେମାନଙ୍କ ଉଠା ଦୋକାନ ଉଚ୍ଛେଦ କରାଯାଇଛି । ହେଲେ କୌଣସି କାରଣରୁ ସେମାନଙ୍କୁ ଦୋକାନ ଘର ଆବଣ୍ଟନ କରା ଯାଇନାହିଁ । ଫଳରେ ଦୋକାନୀମାନେ ହାତ ବାନ୍ଧି ବସି ରହିଛନ୍ତି । ଅନୁଗୋଳ ପୌର ପରିଷଦର ନିର୍ବାହୀ ଅଧିକାରୀ ବାରମ୍ବାର ବଦଳିବା ଏବଂ ଦାୟିତ୍ୱ ନେଇଥିବା ଅଧିକାରୀ ମାନଙ୍କ ଇଛାଶକ୍ତି ଅଭାବରୁ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଘର ଗୁଡିକ ଆବଣ୍ଟନ ହୋଇ ପାରୁନାହିଁ । ଅନେକ ସ୍ଥାନରେ ଦୋକାନ ଘରଗୁଡ଼ିକ ଖୋଲା ରହୁଥିବା ବେଳେ ଦାୟିତ୍ୱ ନେବାକୁ କେହି ନାହାନ୍ତି । ଫଳରେ ରାତି ଦିନ ସେଠାରେ ଅନୈତିକ କାର୍ଯ୍ୟକଳାପ ଚାଲୁଛି । ରକ୍ଷଣାବେକ୍ଷଣ କରିବାକୁ କେହି ନଥିବାରୁ ଭାଙ୍ଗିରୁଜି ଯିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ଉଠା ଦୋକାନୀମାନଙ୍କୁ ଖୁବଶୀଘ୍ର ଦୋକାନ ଘର ଗୁଡ଼ିକ ଆବଣ୍ଟନ କରାଯିବା ଆବଶ୍ୟକ ବୋଲି ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଭେଣ୍ଡିଂ ଜୋନ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ, ଷ୍ଟଲ ନପାଇ ହନ୍ତସନ୍ତ ଉଠା ଦୋକାନୀ

ଏନେଇ ପୌର ପରିଷଦ ଅଧ୍ୟକ୍ଷ କହିଛନ୍ତି ଯେ, ଦୁଇ ତିନିଟି ସ୍ଥାନରେ ଦୋକାନ ଘର ଆବଣ୍ଟନ ସରିଛି । ହାକିମ ପଡ଼ାରେ ସାମାନ୍ୟ ଅଡ଼ୁଆ ଥିବାରୁ ପୁଣି ଥରେ ଏହାର ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଦିଆଯିବ । ଟାଉନ୍‌ ହାଇସ୍କୁଲ ପାର୍ଶ୍ଵରେ ନିର୍ମାଣ ହୋଇଥିବା ଆଦର୍ଶ ଭେଣ୍ଡିଂ ଜୋନରେ ୫୪ଟି ଘର ପାଇଁ ଖୁବଶୀଘ୍ର ଆବେଦନ ଗ୍ରହଣ କରାଯିବ । ଯେଉଁମାନେ ଦୋକାନ ପାଇବାକୁ ଯୋଗ୍ୟ ସେମାନଙ୍କୁ ଦିଆଯିବ । ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଅନୁଗୋଳ ସହରରେ ମୁକ୍ତା ଯୋଜନାରେ ଆଗକୁ ଆହୁରି ଶତାଧିକ ଅସ୍ଥାୟୀ ଦୋକାନ ଘର ତିଆରି କରାଯିବ । ସହରରେ କେହି ଉଠା ଦୋକାନୀ ରହିବେ ନାହିଁ । ହେଲେ ଦୋକାନୀମାନଙ୍କୁ ସଠିକ ସମୟରେ ଘରଟିଏ ନମିଳିଲେ ସରକାରଙ୍କ ଏତେବଡ଼ ଯୋଜନାରେ ଉପକୃତ ହୋଇ ପାରିବେ ନାହିଁ ଉଠା ଦୋକାନୀ ।

ଇଟିଭି ଭାରତ, ଅନୁଗୋଳ

Last Updated : Nov 15, 2023, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.