ଅନୁଗୋଳ : ରାଜ୍ୟ ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହିକ୍ରମରେ ଅନୁଗୋଳରେ ମଧ୍ୟ ପ୍ରଥମ ଦିନରେ ପରୀକ୍ଷା ମୂଳକ ଭାବେ ରୋଟାରୀ ପବ୍ଲିକ ସ୍କୁଲରେ ଆରମ୍ଭ କରାଯାଇଛି ଏ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ପ୍ରାୟ ୨୦୦ ପିଲାଙ୍କୁ ଟିକା ଦିଆଯାଇଛି ।
ଆସନ୍ତାକାଲି(ଗୁରୁବାର) ଠାରୁ ଜିଲ୍ଲାର ସବୁ ବ୍ଲକ ଗୁଡିକରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ବିଶେଷକରି ସ୍କୁଲ ଗୁଡିକରେ ପାଠ ପଢୁଥିବାରୁ ପ୍ରତ୍ୟେକ ସ୍କୁଲର ଶିକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଶିକ୍ଷକମାନେ ସେମାନଙ୍କ ସ୍କୁଲ ପିଲାମାନଙ୍କ ବୟସ ଦେଖି ତାଲିକା ପ୍ରସ୍ତୁତ କରି ରେଜିଷ୍ଟ୍ରେସନ କରାଇବାରେ ସହାୟତା କରିବେ। ଏହାପରେ ଟିକା ଦାନ ଦାୟିତ୍ୱରେ ଥିବା ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ ।
ଏହାବି ପଢନ୍ତୁ : Vaccine Drive: କଟକରେ 12ରୁ 14 ବର୍ଷ ବୟସ୍କ ନେଲେ ଟିକା
ସେମାନଙ୍କୁ ସବୁ ଟୀକାକରଣ ହେବାକୁ ଥିବା ସ୍ଥାନକୁ ପଠାଯିବ। ତେଣୁ ଗୁରୁବାର ଠାରୁ ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ସେହିପରି ଡବ୍ଲୁଏଚଓର ପ୍ରତିନିଧି ଭାବେ ଯୋଗ ଦେଇଥିବା ଡା.ସନ୍ତୋଷ ସାହୁ କହିଛନ୍ତି ଯେ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦିଆଯାଉଛି । ଯାହାକି ବହୁ ପରୀକ୍ଷିତ । ପିଲାମାନେ ସୁରକ୍ଷିତ ରହି ପାରିବେ। ଅନୁଗୋଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତେଣୁ କିଭଳି ସମସ୍ତ ପିଲା ଏହି ଟିକା ନେଇ ପାରିବେ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ରହିଛି।ଅନ୍ୟପକ୍ଷରେ ପିଲାଙ୍କ ପାଇଁ ସରକାର ଟୀକାକାରଣ ବ୍ୟବସ୍ଥା କରିଥିବାରୁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ