ETV Bharat / state

ଗାନ୍ଧୀ ଜୟନ୍ତୀରେ ବିଜେପିର Vocal4Local ନାରା: ବୁଣାକାର, ହସ୍ତଶିଳ୍ପୀଙ୍କ ଉତ୍ପାଦ କିଣିଲେ କେନ୍ଦ୍ରମନ୍ତ୍ରୀ - ଗାନ୍ଧୀ ଜୟନ୍ତୀ

ଆଜି(ଶନିବାର) ପବିତ୍ର ଗାନ୍ଧୀ ଜୟନ୍ତ୍ରୀରେ ଅନୁଗୋଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ବୁଣାକାର ଓ ହସ୍ତଶିଳ୍ପୀଙ୍କଠାରୁ ଉତ୍ପାଦ କିଣିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଗାନ୍ଧୀ ଜୟନ୍ତୀରେ ବିଜେପିର Vocal4Local ନାରା; ବୁଣାକାର, ହସ୍ତଶିଳ୍ପୀଙ୍କ ଉତ୍ପାଦ କିଣିଲେ କେନ୍ଦ୍ରମନ୍ତ୍ରୀ

author img

By

Published : Oct 2, 2021, 3:59 PM IST

ଅନୁଗୋଳ: ଆଜି(ଶନିବାର) ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଆଜି ଅନୁଗୋଳ ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ବାମୁରଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପାଖ ଜୟରାଟ ଗାଁର ବୁଣାକାରମାନଙ୍କ ହସ୍ତତନ୍ତ ଜିନିଷ କିଣିଛନ୍ତି ଧର୍ମେନ୍ଦ୍ର । ବାମୁରଠାରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଜୟରାଟ ଗାଁକୁ ଯାଇ ପଦଯାତ୍ରା ମଧ୍ୟ କରିଛନ୍ତି ।

ଗାନ୍ଧୀ ଜୟନ୍ତୀରେ ବିଜେପିର Vocal4Local ନାରା; ବୁଣାକାର, ହସ୍ତଶିଳ୍ପୀଙ୍କ ଉତ୍ପାଦ କିଣିଲେ କେନ୍ଦ୍ରମନ୍ତ୍ରୀ

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଗ୍ରାମୀଣ ଉଦ୍ୟୋଗ ବିକାଶର ବାର୍ତ୍ତା ଦେଇଥିଲେ । ଏହାସହ କିଶୋରନଗର ବ୍ଲକ ଜୟରାଟ ଗାଁରେ ଦୀର୍ଘ ୨ କିମି ପଦଯାତ୍ରା କରିବା ପରେ ତନ୍ତବାୟ ସମିତିର କାରିଗରଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ। ବୁଲି ବୁଲି ତନ୍ତ ଦେଖିଥିଲେ। କାରିଗର ମାନଙ୍କଠାରୁ ହାତ ବୁଣା ଲୁଗା କିଣିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଗାନ୍ଧିଜୀଙ୍କ ଯେଉଁ ବାର୍ତ୍ତା ଥିଲା ସ୍ବଦେଶୀ ଜିନିଷ ବ୍ୟବହାର କରିବା ତାହାକୁ ସମସ୍ତେ ଗାନ୍ଧୀ ଜୟନ୍ତୀ ଠାରୁ ପାଳନ କରିବାକୁ ଧର୍ମେନ୍ଦ୍ର କହିଛନ୍ତି ।

ଏହାଛଡା ଆଜି ଦିନରେ ଏହି କାରିଗରମାନଙ୍କଠାରୁ ସମସ୍ତେ କିଛି ଜିନିଷ କିଣି ନେବାକୁ ନିବେଦନ କରିଥିଲେ । ଏଭଳି କାରିଗରମାନଙ୍କ ବିକାଶ ହେଲେ ଗାଁର ବିକାଶ ହେବ। ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ମନ୍ତ୍ରୀ କହିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଁର ବିକାଶ ପାଇଁ ଯେଉଁ ନାରା ଦେଉଛନ୍ତି, ତାହାକୁ ସମସ୍ତେ ମିଶି ସଫଳ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଧର୍ମେନ୍ଦ୍ର ପ୍ରଥମେ ବାମୁରଠାରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଗାନ୍ଧିଜୀ ବିଶ୍ରାମ ନେଇଥିବା ବଙ୍ଗଳାରେ ସ୍ବଳ୍ପ ସମୟ ଅତିବାହିତ କରିଥିଲେ। ୧୯୩୪ରେ ଗାନ୍ଧିଜୀ ପୁରୀ ଯାତ୍ରା କରିଥିବା ବାଟରେ ବାମୁର ଠାରେ ରାତ୍ରୀଯାପନ କରିଥିଲେ। ତାହା ଆଜି ଗାନ୍ଧୀ ସ୍ମୃତିପୀଠ ଭାବେ ନାମିତ। ତେଣୁ ଧର୍ମେନ୍ଦ୍ର ଗାନ୍ଧିଜୀଙ୍କ ସ୍ମୃତି ଚାରଣ ପାଇଁ ସେଠାରେ ମଧ୍ୟ କିଛି ସମୟ ଅତିବାହିତ କରିଥିଲେ । ଏହାପରେ ବାମୁରଠାରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଜୟରାଟ ଗାଁକୁ ଯାଇ ପଦଯାତ୍ରା କରିଥିଲେ।

ଜୟରାଟ ଗାଁରେ ଏବେ ମଧ୍ୟ ଅରଟରେ ସୂତା କଟାଯାଇ ତନ୍ତରେ ଲୁଗା ବୁଣାଯାଉଛି । ତେଣୁ ସେ ସେହି ଗାଁକୁ ଯିବାକୁ ମନସ୍ଥ କରିଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଓ, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଭାଗିରଥି ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାରା ଭୋକାଲ ଫର ଲୋକାଲ ଗ୍ରାମୀଣ ବିକାଶରେ ସହାୟକ ହୋଇପାରିବ ବୋଲି ବହୁ ଗାଁ କାରିଗର ଆଶା ପ୍ରକଟ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.