ETV Bharat / state

ଗରିବଙ୍କ ପାଇଁ ଆସିଥିବା ଟଙ୍କାକୁ ଲୁଟୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ - union minister dharmendra pradhan

ଅନୁଗୋଳ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
author img

By

Published : Jun 25, 2023, 5:21 PM IST

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଅନୁଗୋଳ: ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ୯ବର୍ଷର ସଫଳତା ସମ୍ପର୍କରେ ଲୋକଙ୍କୁ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖମାର ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ୯ ବର୍ଷରେ ମୋଦି ସରକାର ରାଜ୍ୟକୁ ସବୁ କ୍ଷେତ୍ରରେ ଉନ୍ନତି ପାଇଁ ୬୦ ହଜାର କୋଟି ଟଙ୍କା ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ "ଆବାସ ଯୋଜନାରେ ଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତକରଣ, ଜଳସେଚନ ଆଦି ପାଇଁ କୋଟି କୋଟି ଟଙ୍କା ଦେଇଥିଲେ ମଧ୍ୟ ଦୁର୍ନୀତିଗ୍ରସ୍ତ, ସ୍ଥାଣୁ ରାଜ୍ୟ ସରକାରଙ୍କ ଯୋଗୁଁ ରାଜ୍ୟରେ କୌଣସି ଉନ୍ନତି ହୋଇ ପାରୁନାହିଁ " କହିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।

"ଦୀର୍ଘ ୨୩ ବର୍ଷ ଶାସନ କରିଥିଲେ ମଧ୍ୟ ଅନୁଗୋଳ ଜିଲ୍ଲାର ଇଞ୍ଚେ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇପାରିନାହିଁ । ଏଠାରେ ରେଙ୍ଗାଲି ରାଇଟ ଏବଂ ଲେଫ୍ଟ କେନାଲ ଅଛି । ଦୁର୍ଗାପୁର ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ, ରେଙ୍ଗାଲି ଜଳସେଚନ ପ୍ରକଳ୍ପ ସବୁ ଥିଲେ ସୁଦ୍ଧା ଜଳ ସେଚନ ବ୍ୟବସ୍ଥା ହୋଇ ପାରିନାହିଁ । ଗାଁ ଗାଁରେ ଲୋକଙ୍କ ଘରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମୋଦି ସରକାର କୋଟି କୋଟି ଟଙ୍କା ଦେଇଛନ୍ତି । ହେଲେ ସରକାରଙ୍କ ଅପାରଗତା ଯୋଗୁ ଏଯାଏଁ ପିଇବା ପାଣି ପହଞ୍ଚି ପାରିଲା ନାହିଁ । ଖଣି ରାଜସ୍ୱ ୫ହଜାର କୋଟିରୁ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଫାଇନାନ୍ସ କମିଶନ ରାଜସ୍ୱ ଵୃଦ୍ଧି କରି ୪୫ ହଜାର କୋଟି ଟଙ୍କା ଦେଉଛନ୍ତି । ତଥାପି ରାଜ୍ୟରେ ସମୃଦ୍ଧି ହୋଇପାରୁନାହିଁ । ଏହାକୁ କଣ ସରକାର କୁହାଯାଏ କି ?" ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ।

"ଯେଉଁ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ନା ନେଇ ରାଜ୍ୟ ସାରା ବୁଲୁଛନ୍ତି, ନିଜର ପ୍ରଚାର କରି ବାଃ ବାଃ ନେଉଛନ୍ତି ସେ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ତଳିଆ କର୍ମଚାରୀମାନେ କୋଟି କୋଟି ଟଙ୍କା ଦୁର୍ନୀତି କରୁଛନ୍ତି । ତେଣୁ ଏଭଳି ବ୍ୟବସ୍ଥାକୁ ନ ବଦଳାଇଲେ ଓଡିଶା ଆହୁରି ତଳକୁ ଖସିଯିବ । ଏବେ ଓଡିଶା ଯେଉଁ ହାରରେ ଋଣ ଭାରରେ ବୁଡି ରହିଛି ତାହା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।" ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ସ୍ଥାନୀୟ ନେତା ଅଶୋକ ମହାନ୍ତିଙ୍କ ସମେତ ବହୁ ପୁରୁଖା ନେତା ଓ କର୍ମୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ଦଳରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.