ETV Bharat / state

ଅନୁଗୋଳରେ ଲୋକାର୍ପଣ ହେଲା ESI ହସ୍ପିଟାଲ

ଅନୁଗୋଳରେ ESI ହସ୍ପିଟାଲର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

author img

By

Published : Jun 16, 2022, 12:35 PM IST

union minister dharmendra pradhan inaugurates ESI hospital in Anugul
ଅନୁଗୋଳରେ ଲୋକାର୍ପଣ ହେଲା ଇଏସଆଇ ହସ୍ପିଟାଲ

ଅନୁଗୋଳ: ଜିଲ୍ଲାର ବଳରାମ ପ୍ରସାଦଠାରେ ESI ହସ୍ପିଟାଲର ଲୋକାର୍ପଣ କରିଛନ୍ତି, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶ୍ରମ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ଵର ତେଲି, ଓଡିଶା ଶ୍ରମ ରାଷ୍ଟ୍ର ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଢେଙ୍କାନାଳ ଏମପି ମହେଶ ସାହୁଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ଶ୍ରମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

ପ୍ରାୟ ୫ ଏକର ଜମିରେ ୬୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ହସ୍ପିଟାଲ ଯୋଗୁଁ ହଜାର ହଜାର ଶ୍ରମିକ ଉପକାର ପାଇ ପାରିବେ । ତେଣୁ କେନ୍ଦ୍ର ସରକାରଙ୍କ ଏହା ଏକ ବଡ଼ ଉପହାର ବୋଲି ଉଭୟ କେନ୍ଦ୍ର ମନ୍ତ୍ରୀ କହିଥିଲେ । ଏହି ଅବସରରେ ଭର୍ଚୁଆଲରେ ଝାରସୁଗୁଡା ଠାରେ ଇଏସଆଇର ଏକ ଉପଆଞ୍ଚଳିକ କାର୍ଯ୍ୟାଳୟକୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ ।

ଏହାଦ୍ୱାରା ପଶ୍ଚିମ ଓଡିଶାର ୧୩ଟି ଜିଲ୍ଲାର ହଜାର ହଜାର ଶ୍ରମିକ ସିଧା ସଳଖ ଲାଭ ପାଇ ପାରିବେ ବୋଲି ମନ୍ତ୍ରୀ କହିଥିଲେ । ଏହି ଅବସରରେ କିଛି ଶ୍ରମିକ କୋଭିଡରେ ପ୍ରାଣ ହରାଇଥିଲେ ଏବଂ ଆଉ କିଛି ଶ୍ରମିକ କାମ କରୁଥିବା ବେଳେ ନିଜର ଅଙ୍ଗ ହରାଇଛନ୍ତି । ସେମାନଙ୍କୁ ଶ୍ରମିକ ଓ ଶ୍ରମିକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.