ଅନୁଗୋଳ: କାନ୍ଥ ପଡି 2 ମାସର ଶିଶୁ ପୁତ୍ର ମୃତ। ଏହା ସହ ମା' ଓ ଝିଅ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲାରେ କିଆକଟା ଥାନା ହିଲେଇ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।
ଗତକାଲି ବିଳମ୍ବିର ରାତିରେ ଘଟିଛି ଏହି ଅଘଟଣ । ସୁଶୀଲ ହାତୀ ଓ ତାଙ୍କ ସ୍ତ୍ରୀ,ପୁଅ ଓ ଝିଅଙ୍କ ସହ ଶୋଇଥିଲା । ଲଗାଣ ବର୍ଷାରେ ଘରର ମାଟି କାନ୍ଥ ଭୁଷୁଡ଼ି ସେମାନଙ୍କ ଉପରେ ମାଡି ବସିଥିଲା। ସୁଶୀଲ ଓ ତାଙ୍କ ଝିଅ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ବୌଦ୍ଧ ଜିଲ୍ଲା ହସ୍ପିଟାଲରେରେ ଭର୍ତି କରାଯାଇଥିଲା ।
ସେଠାରେ ତାଙ୍କ 2 ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ସ୍ତ୍ରୀ ପୁଷ୍ପାଞ୍ଜଳୀ ହାତୀ ଓ ଝିଅ ପ୍ରିୟଙ୍କା ହାତୀ ଗୁରୁତର ଥିବାରୁ ସେମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ବ୍ଲକ କର୍ତ୍ତୃପକ୍ଷ ଗ୍ରାମର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ