ETV Bharat / state

ଜଳସେଚନ ପ୍ରକଳ୍ପ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

author img

By

Published : May 31, 2023, 10:47 PM IST

ଜଳସେଚନ ପ୍ରକଳ୍ପ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଗୋଟିଏ ଗୋଷ୍ଠୀ ପ୍ରକଳ୍ପ ହେବାକୁ ଦାବି କରିିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରିଛି । ଅଧିକ ପଢ଼ନ୍ତୁ

two groups face off over irrigation project
ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ
ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ଅନୁଗୋଳ: ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଠାରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ଜଳସେଚନ ପ୍ରକଳ୍ପ ପାଇଁ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଗୋଟିଏ ଗୋଷ୍ଠୀ କାମ ଚାଲିଥିବା ସ୍ଥାନରେ ଧାରଣାରେ ବସି ରହିଛନ୍ତି । ଫଳରେ ଦୁଇ ଦିନ ହେଲା କାମ ବନ୍ଦ ରହିଛି । ଏହାକୁ ଗାଁର ଅନ୍ୟ ଗୋଷ୍ଠୀ ବିରୋଧ କରି କାମ ଚାଲୁ କରିବାକୁ ଦାବି କରୁଛନ୍ତି । କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ସବୁ ଦେଖୁଥିଲେ ମଧ୍ୟ ନିରୁପାୟ ହୋଇ ରହିଛନ୍ତି ।

ଛେଣ୍ଡିପଦା ବ୍ଲକର ଦୁର୍ଗାପୁର ଗାଁରେ ପ୍ରାୟ ୧୯୬୫-୬୬ରେ ଜମେଇଝରଣ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ସେତେବେଳେ ପାହାଡ଼ରୁ ବହି ଯାଇଥିବା ପାଣି କୌଣସି କାମରେ ଆସୁ ନଥିବାରୁ ସେହି ପାଣିକୁ ଅଟକାଇ ଚାଷ କାମରେ ବ୍ୟବହାର କରିବା ପ୍ରକଳ୍ପ ନିର୍ମାଣର ମୁଖ୍ୟ ଉଦେଶ୍ୟ ଥିଲା । ଏହି ପ୍ରକଳ୍ପ ଯୋଗୁଁ ଗାଁର ଦୁଇ ହଜାର ଏକରରୁ ଅଧିକ ଜମିରେ ଜଳସେଚନ ହୋଇପାରୁଛି । ପ୍ରକଳ୍ପଟି ଧୀରେଧୀରେ ପୋତି ହୋଇ ଯାଉଥିବାରୁ ଜଳସେଚନ ବିଭାଗ ତରଫରୁ ଏହାର ପୁନରୁଦ୍ଧାର ପାଇଁ ହାତକୁ ନିଆଯାଇଛି। ଏଥିପାଇଁ ପ୍ରାୟ ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପରୁ ଜଳ ନିଷ୍କାସନ କରାଯାଇଛି । ଏହାପରେ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । କିନ୍ତୁ ଗାଁର ୩୬ରୁ ଅଧିକ ପରିବାର ପ୍ରକଳ୍ପ ଯୋଗୁଁ ସେହି ସମୟରେ ୮ଏକରରୁ ଅଧିକ ଜମି ହରାଇଛନ୍ତି । ତେଣୁ କ୍ଷତିଗ୍ରସ୍ତ ଲୋକେ ସେମାନଙ୍କର କ୍ଷତିପୂରଣ ଦାବି କରୁଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ହେଲେ ସେମାନଙ୍କ ଦାବି ପୂରଣ ପାଇଁ କୌଣସି ପ୍ରତିଶୃତି ଦେବା ପରିବର୍ତ୍ତେ ପ୍ରକଳ୍ପ କାମ ଆରମ୍ଭ କରି ଦେଇଛନ୍ତି । ତେଣୁ ଏହାର ତୀବ୍ର ବିରୋଧ କରିଛନ୍ତି କ୍ଷତିଗ୍ରସ୍ତ ଗୋଷ୍ଠୀ । ଅନ୍ୟ ପକ୍ଷରେ ଗାଁ କମିଟି ଉକ୍ତ ପ୍ରକଳ୍ପ ପୁନରୁଦ୍ଧାର ହେଉ ବୋଲି ଦାବି କରି କ୍ଷତିଗ୍ରସ୍ତ ଗୋଷ୍ଠୀକୁ ବିରୋଧ କରୁଛନ୍ତି । ତେଣୁ ଉଭୟ ଗୋଷ୍ଠୀ ମୁହାମୁହିଁ ହେବା ସହ ବିବାଦ ଘନେଇବାରେ ଲାଗିଛି ।

ଅନ୍ୟ ପକ୍ଷରେ ଗାଁ କମିଟି ସମ୍ପାଦକ କହିଛନ୍ତି, "ଏହି ପ୍ରକଳ୍ପ ଯୋଗୁଁ ଗାଁରେ ସୁନାର ଫସଲ ଫଳୁଛି । ଆମେ ଜଳକର ଦେଇ ଆସୁଛୁ । ତେଣୁ ଗାଁର ଶହ ହ ଚାଷୀଙ୍କ ସ୍ୱାର୍ଥ ପାଇଁ ପ୍ରକଳ୍ପ ହେବା ଆବଶ୍ୟକ । କ୍ଷତିଗ୍ରସ୍ତ ମାନେ କିଭଳି ସେମାନଙ୍କ କ୍ଷତିପୂରଣ ପାଇବେ ସେମାନେ ଚିନ୍ତା କରିବା ଆବଶ୍ୟକ । ପ୍ରକଳ୍ପ କାମ ବନ୍ଦ କଲେ ଗାଁ କମିଟି ଚୁପ ବସି ପାରିବ ନାହିଁ ।" ଅନ୍ୟପକ୍ଷରେ ବିଭାଗୀୟ ଏସଡିଓ ଏନେଇ କିଛି କହିବାକୁ ମନା କରିଥିବା ବେଳେ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନ ପ୍ରଶାସନର କାମ ବୋଲି କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.