ETV Bharat / state

ଦଣ୍ଡ ନାଚ ଦେଖି ଫେରିବାବେଳେ ଚଢିଗଲା ଟ୍ରକ, 3ମୃତ

ଦଣ୍ଡ ନାଚ ଦେଖି ଫେରିବାବେଳେ ଚଢିଗଲା ଟ୍ରକ । ଏହି ର୍ଦୁଘଟଣାରେ ତିନି ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଗାଁ ଲୋକେ କ୍ଷତିପୂରଣ ଦାବି କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବା ପାଇଁ ଥାନା ଘେରାଉ କରିଥିଲେ । ଏଥିସହ ମୃତକଙ୍କ ପରିବାର 55ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

author img

By

Published : Apr 11, 2019, 9:23 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଦଣ୍ଡ ନାଚ ଦେଖି ଫେରିବାବେଳେ ଚଢିଗଲା ଟ୍ରକ । ଏହି ର୍ଦୁଘଟଣାରେ ତିନି ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା 55ନଂ ଜାତୀୟ ରାଜପଥର କାଲଟାକ୍ସ ଛକ ନିକଟରେ । ଏହାର ପ୍ରତିବାଦରେ ଗୁରୁବାର ମୃତକଙ୍କ ପରିବାର 55ନଂ ଜାତୀୟ ଅବରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ 55 ନଂ ଜାତୀୟ ରାଜପଥର ଅନୁଗୋଳ କାଲଟାକ୍ସ ଛକ ଛକ ନିକଟରେ ତିନିଜଣ ବ୍ୟକ୍ତି ଦଣ୍ଡ ନାଚ ଦେଖି ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଟ୍ରକ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ମୃତ୍ୟୁ ହୋଇଥିବା ତିନିଜଣ ତୁରଙ୍ଗ ଗାଁର ଦୀପକ ନାୟକ ଓ କାଳିଆ ନାୟକ ଓ ଦିଲ୍ଲୀପ ନାୟକ ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଗାଁ ଲୋକେ କ୍ଷତିପୂରଣ ଦାବି କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବା ପାଇଁ ଥାନା ଘେରାଉ କରିଥିଲେ । ଏଥିସହ ମୃତକଙ୍କ ପରିବାର 55ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

smruti

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.