ETV Bharat / state

ଲୋକଙ୍କୁ ମିଳୁନି, ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଟ୍ରାଇ ସାଇକେଲ - unused tricycle abandoned

ଲୋକଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଟ୍ରାଇ ସାଇକେଲ ଆସିଥିଲା । ଲୋକଙ୍କ କାମରେ ନଆସି 10 ବର୍ଷ ହେବ ଖତ ଖାଉଛି । ଅଧିକ ପଢନ୍ତୁ

tricycle now abandoned
ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଟ୍ରାଇ ସାଇକେଲ
author img

By

Published : Jul 21, 2023, 2:54 PM IST

ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଟ୍ରାଇ ସାଇକେଲ

ଅନୁଗୋଳ: ଦିବ୍ୟାଙ୍ଗଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଟ୍ରାଇ ସାଇକେଲ କିଣାଗଲା । ହେଲେ ସେ ଟଙ୍କା ଏବେ ପାଣିରେ ପଡିଛି । ଦିବ୍ୟାଙ୍ଗଙ୍କ କାମରେ ଆସୁନାହିଁ ଟ୍ରାଇ ସାଇକେଲ । 10 ବର୍ଷ ହେବ ସରକାରୀ ଅଫିସରେ ପଡି କ୍ଷତ ଖାଉଛି ଶହଶହ ଟ୍ରାଇ ସାଇକେଲ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ କଯ୍ୟାଳୟରୁ କିଛି ଏପରି ଦୃଶ୍ୟ ସାମ୍ନାକୁ ଆସିଛି ।

ଲୋକଙ୍କ ପାଇଁ ଆସିଥିବା ଜିନିଷ ଲୋକଙ୍କୁ ଦିଆ ଗଲାନାହିଁ । ଯାହା ଏବେ ସରକାରୀ ଅଫିସରେ ପଡ଼ି ଖତ ଖାଉଛି । ସରକାର ଗରିବ ଓ ଅସହାୟଙ୍କ ପାଇଁ କରୁଥିବା ମାଳମାଳ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚୁଛି ତାହାର ଏକ ଉଦାହରଣ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲା ବଅଁରପାଳ ବ୍ଳକ କଯ୍ୟାଳୟ ପଡ଼ି ରହିଛ ଅନେକ ଶହ ଶହ ଟ୍ରାଇ ସାଇକେଲ । 10 ବର୍ଷ ହେଲା ବାହାରେ ପଡି ଖତ ଖାଉଛି । ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କୁ ଯୋଗାଇ ଦେବା ପାଇଁ ଟ୍ରାଇ ସାଇକେଲ ଆସିଥିଲା ମାତ୍ର ସେମାନଙ୍କୁ ଦିଆଯିବା ପରିବର୍ତ୍ତେ ଖତ ଖାଉଛି ।

ଏହା ବି ପଢନ୍ତୁ...ଖତ ଖାଉଛି ଆଦର୍ଶ ଡିଗ୍ରୀ କଲେଜ କୋଠା, କାର୍ଯ୍ୟକ୍ଷମ କେବେ ?

ବ୍ଳକ ଅଞ୍ଚଳରେ ଅନେକ ଭିନ୍ନକ୍ଷମ ଟ୍ରାଇ ସାଇକେଲ ଟିଏ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଏଠାରେ ଶହଶହ ଟ୍ରାଇ ସାଇକେଲ ପଡ଼ି ଖତ ଖାଉଛି । ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ସରକାରୀ ଅର୍ଥ କିଭଳି ପାଣିରେ ପଡୁଛି ତାହାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି । ଅନେକ ଭିନ୍ନକ୍ଷମ ଟ୍ରାଇ ସାଇକେଲ ଟିଏ ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ସେମାନଙ୍କ ପାଇଁ ଆସିଥିବା ଏହି ଟ୍ରାଇ ସାଇକେଲ ପଡି ଖତ ଖାଉଛି । ସବୁଠାରୁ ବଡ କଥା ହେଉଛି ଏହି ସାଇକେଲଗୁଡିକ କେଉଁ ଯୋଜନାରେ କିଣା ଯାଇଥିଲା ତାହାର ତଥ୍ୟ କାହାରି ପାଖରେ ନାହିଁ । ଏନେଇ କୌଣସି ସରକାରୀ ଅଧିକାରୀଙ୍କ ନିକଟରେ ଖବର ନଥିବା ବେଳେ କେହି କ୍ୟାମେରା ସାମ୍ନାରେ ମୁହଁ ଖୋଲୁ ନାହାନ୍ତି।

ଏହା ବି ପଢନ୍ତୁ...ଦେବଗଡ ଦୁର୍ଗମ ଅଞ୍ଚଳକୁ ଫେଲ ମାରିଛି ଯୋଗଯୋଗ, ଖତ ଖାଉଛି ବିଜୁ ଗାଁ ଗାଡି

ଏନେଇ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଯଦି ଅସହାୟଙ୍କ ପାଇଁ ଆସିଥିବା ଜିନିଷ ସେମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ ତେବେ ସେଇଠି କିଭଳି ଅନ୍ୟ ସବୁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ତାହା ସ୍ପଷ୍ଟ ଅନୁମେୟ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.