ETV Bharat / state

ସୋମବାର ଟ୍ରକ ଧର୍ମଘଟ - ଅନୁଗୋଳ

ପରିବହନ ମୂଲ୍ୟ ବୃଦ୍ଧି ଦାବି ନେଇ ଅନୁଗୋଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ତାଳଚେର ଟ୍ରକ ମାଲିକ ସଂଘ ତରଫରୁ ସୋମବାର ଧର୍ମଘଟ ରଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 30, 2019, 3:20 PM IST

ଅନୁଗୋଳ: ରବିବାର ମଧ୍ୟରାତ୍ରରୁ ବନ୍ଦ ରହିବ ଟ୍ରକ ଚଳାଚଳ । ପରିବହନ ମୂଲ୍ୟ ବୃଦ୍ଧି ଦାବି ନେଇ ଅନୁଗୋଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ତାଳଚେର ଟ୍ରକ ମାଲିକ ସଂଘ ତରଫରୁ ଏହି ଧର୍ମଘଟ କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହି ଧର୍ମଘଟରେ ତାଳଚେର ଅଞ୍ଚଳର ପାଖାପାଖି 7 ହଜାର ଟ୍ରକ ଚଳାଚଳ ବନ୍ଦ ରହିବା ସହ ଆଖପାଖ ଅଢେଇ ହଜାର ଟ୍ରକ ମାଲିକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବେ । ତେବେ ତାଳଚେର ଟ୍ରକ ମାଲିକ ସଂଘର ଡକରାକୁ ରାଜ୍ୟ ଟ୍ରକ ମାଲିକ ସଂଘ ସମର୍ଥନ କରିଛନ୍ତି ବୋଲି ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।

ତେବେ ଏହି ଧର୍ମଘଟ ପ୍ରଭାବରେ ରାଜ୍ୟର କ୍ଷୁଦ୍ର ଶିଳ୍ପ ଏବଂ ବୃହତ ଶିଳ୍ପ ନାଲକୋ, ଏନଟିପିସି, ଟିଟିପିଏସ ଭଳି ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ସଙ୍କଟ ହେବାର ଆଶଙ୍କା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.